ସୋନାଲିକା ପକ୍ଷରୁ ଆଇସୋଲେସନ ସେଂଟର୍ ପ୍ରତିଷ୍ଠା


ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଟ୍ରାକ୍ଟର ବ୍ରାଣ୍ଡ, ସୋନାଲିକା ଟ୍ରାକ୍ଟର୍ସ କରୋନା ଭାଇରସ୍ ବିରୋଧୀ ଲଢେଇରେ ଦେଶକୁ ସବୁ ସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରୟାସ କରୁଛି । କମ୍ପାନୀ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ସେଂଟ୍ ଷ୍ଟିଫେନ୍ସ ହସ୍ପିଟାଲରେ ୨୯ଟି ଆଇସୋଲେସନ ରୁମ୍ ପ୍ରତିଷ୍ଠା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ସୋନାଲିକା ଗ୍ରୁପ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ, ରମଣ ମିତଲ କହିଛନ୍ତିଯେ, “ବିଶ୍ୱବ୍ୟାପୀ କରୋନା ଭାଇରସ୍ ଭଳି ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇ ମଧ୍ୟରେ ଆମେ ଏକ ସୁସ୍ଥ ବର୍ତମାନ ଓ ସୁସ୍ଥ ଭବିଷ୍ୟତ ନିର୍ମାଣ କରିବା ପାଇଁ ଆମର ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଆମ ସମୁଦାୟକୁ ସହଯୋଗ କରିବାରେ ଦୃଢତାର ସହ ଛିଡା ହୋଇଛୁ । ସେ ଆହୁରି ମଧ୍ୟ କହିଛନ୍ତି, କୋଭିଡ୍‌-୧୯ ବିରୋଧରେ ଏହି ଲଢେଇରେ ନିଜ ଦେଶକୁ ସମର୍ଥନ କରିବା ଲକ୍ଷ୍ୟରେ ଆମେ ସେଂଟ୍ ଷ୍ଟିଫେନ୍ସ ହସ୍ପିଟାଲରେ ଏହି ୨୯ଟି ଆଇସୋଲେସନ ରୁମ୍ ସ୍ଥାପନ କରିଛୁ । ଏହି ରୁମ୍‌ଗୁଡିକ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଥିବା ବେଳେ ଏଠଶରେ ଏୟାର କଣ୍ଡିସନର୍ କ୍ୱାରାନ୍‌ଟାଇନ୍ କ୍ଷେତ୍ର ରହିଛି ଏବଂ ଏଠାରେ ହସ୍ପିଟାଲ କର୍ମଚାରୀମାନଙ୍କ ପାଇଁ ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଂଟ୍ (ପିପିଇ) ରହିବା ସହ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଏୟାର କଣ୍ଡିସ୍‌ନର୍ ନର୍ସିଙ୍ଗ୍ ଷ୍ଟେସନ, ସମସ୍ତ ଅଂଚଳର ଦୈନିକ ବିଶୋଧିକରଣ, ମେଡିକାଲ ଗ୍ୟାସ୍ ପାଇପ୍‌ଲାଇନ୍ ଓ ସଂକ୍ରମିତ ଲାଇନେନ୍‌ର ଡିକଂଟାମିନେଓ ଓ ରୋଗୀମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ପ୍ରତ୍ୟେକ ରୁମ୍‌ରେ ଟିଭି ଆଦି ଉପଲବ୍ଧ କରାଯାଇଛି । ଆମେ ସମାଜ ତଥା ଦେଶର ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ପଥ ଯିବା ନେଇ ଆମର ବିଶ୍ୱାସ ସହ ଦୃଢତାର ସହ ଛିଡା ହୋଇଛୁ ।


Share It

Comments are closed.