ସୋନାଲିକା ଟ୍ରାକ୍ଟରର ଘରୋଇ ବିକ୍ରିରେ ୫୫% ଅଭିବୃଦ୍ଧି ହାସଲ


ଭୁବନେଶ୍ୱର: ଭାରତର ପ୍ରମୁଖ ଟ୍ରାକ୍ଟର ନିର୍ମାତା ବ୍ରାଣ୍ଡ ଓ ଦେଶର ଏକ ନମ୍ବର ରପ୍ତାନୀକାରୀ, ସୋନାଲିକା ଟ୍ରାକ୍ଟର ଗତ ଜୁନ୍ ମାସରେ ଘରୋଇ ବଜାରରେ ସର୍ବୋଚ୍ଚ ୧୩,୬୯୧ଟି ଟ୍ରାକ୍ଟର ବିକ୍ରି ସହିତ ଶିଳ୍ପର ୨୩% ତୁଳନାରେ ୫୫% ଅଭିବୃଦ୍ଧି ହାଦଲ କରିଛି । ଏହି ସମୟରେ କମ୍ପାନୀର ମୋଟ ଟ୍ରାକ୍ଟର ବିକ୍ରି ୧୫,୨୦୦ ୟୁନିଟ୍ ରହିଥିବା ବେଳେ ବଜାର ଅଂଶ ୧୫.୪% ରହିଛି । କମ୍ପାନୀର ଏହି ପ୍ରଦର୍ଶନ ସମ୍ପର୍କରେ ସୋନାଲିକା ଗ୍ରୁପ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶ. ରମଣ ମିତଲ କହିଛନ୍ତି, “ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଆମେ ମୋଟ ୫% ଅଭିବୃଦ୍ଧି ହାସଲ କରିପାରିଛୁ ଯାହାକି ଏହି ଶିଳ୍ପ ପାଇଁ ସର୍ବାଧିକ । ଏହା କେବ ଟ୍ରାକ୍ଟର ଶିଳ୍ପ ପାଇଁ ନୁହେଁ ବରଂ ଅଟୋମୋଟିଭ୍‌, ଟୁହ୍ୱିଲର ଓ ସିଭି ଇଣ୍ଡଷ୍ଟ୍ରୀ ପାଇଁ ମଧ୍ୟ ଗର୍ବର ବିଷୟ । ଏହି ଜଟିଳ ସମୟରେ କେବଳ ସୋନାଲିକା ହିଁ ଏକମାତ୍ର କମ୍ପାନୀ ଯାହାକି ସର୍ବାଧିକ ଅଭିବୃଦ୍ଧି ହାସଲ କରିପାରିଛି ।”
କମ୍ପାନୀର ସଫଳତା ୪ଟି କ୍ଷେତ୍ର ସହ ଜଡିତ ଥିଲା । ପ୍ରଥମଟି ହେଉଛି ସର୍ବବୃହତ୍ ଭର୍ଟିକାଲ ଇଂଟିଗ୍ରେଟେଡ୍ ମାନୁଫ୍ୟାକ୍‌ଚରିଙ୍ଗ ୟୁନିଟ୍‌ରେ ଆମର ନିବେଶ, ଯାହା ଆମକୁ ଖୁବ୍ କମ୍ ସମୟ ମଧ୍ୟରେ ଆମର ଉତ୍ପାଦନକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା । ୨ୟଟି ହେଉଛି ଆମର ସମସ୍ତ ଯୋଗାଣ ଶୃଙ୍ଖଳା ଟେକ୍ନୋଲୋଜି ଦୃଷ୍ଟିରୁ ଖୁବ୍ ସକ୍ଷମ ଥିଲା । ଆମ ପାଖରେ ଏକ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ପରିଚାଳନା ସମଧାନ ରହିଛି । ରାଜ୍ୟଗୁଡିକରେ ଥିବା ଆମର ସମସ୍ତ ୨୪ଟି ଡିପୋଗୁଡିକ ଇଂଟର୍‌-କନେକ୍ଟେଡ୍ ଥିବା ବେଳେ ଏହା ଆମକୁ ବାସ୍ତବ ସମୟ ଆଧାରରେ ଟ୍ରାକ୍ଟର ଡେଲିଭରିର ଏକ ଟ୍ରାକ୍ ରଖିବାକୁ ସକ୍ଷମ କରିଥାନ୍ତି । ଫଳରେ ଆମେ ବ୍ୟବହାର ଅନୁଯାୟୀ ଉତ୍ପାଦନ ପରିଚାଳନା କରିପାରୁ । ଏହା ଆମକୁ ଡିପୋ ଓ ଡିଲରସିପ୍‌ଗୁଡିକରେ ସର୍ବାଧିକ ଷ୍ଟକ୍ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ୩ୟଟି ହେଉଛି କୋଭିଡ୍‌-୧୯ ସମୟରେ ନୂତନ ଉତ୍ପାଦ ଉଦ୍ଭାବନ କରିବା, ବିକଶିତ କରିବା ଓ ଲଂଚ୍ କରିବା ଉପରେ ଆମର ଧ୍ୟାନ । ଏହି ସମୟରେ ଆମେ ଏକାଧିକ ନୂତନ ଉତ୍ପାଦ ଲଂଚ୍ କରିଥିଲୁ; ଯାହା ଚାଷୀମାନଙ୍‌କୁ ଉତ୍ପାଦକତା ବଢାଇବାରେ ସାହାଯ୍ୟ କରିଥିଲା ଓ ଆମର ଟ୍ରାକ୍ଟ ବିକ୍ରି ବଢିଥିଲା । ୪ର୍ଥଟି ହେଉଛି ଆମର ନେଟ୍‌ୱର୍କକ ସୁଦୃଢ କରିବା । ଗତବର୍ଷ ଆମେ ଆମର ଚ୍ୟାନେଲ ପାର୍ଟନର୍ ନେଟ୍‌ୱର୍କକୁ ସମ୍ପ୍ରସାରଣ କରିଥିଲୁ ଏବଂ ଚଳିତ ବର୍ଷ ମଧ୍ୟ ତାହା ଜାରି ରଖିଛି । ଫଳରେ ଆମ ପାଖରେ ଏବେ ଚ୍ୟାନେଲ ପାର୍ଟନର୍‌ଙ୍କ ସର୍ବବୃହତ୍ ନେଟ୍‌ୱର୍କ ରହିଛି । ଶ୍ରୀଯୁକ୍ତ ମିତଲଙ୍କ କହିବା ମୁତାବକ, ଏମ୍‌ଏସ୍‌ପି ମୂଲ୍ୟରେ ବୃଦ୍ଧି, ଅନୁକୂଳ ମୌସୁମୀ ଓ ଗ୍ରୀଷ୍ମ ଫସଲର ଉନ୍ନତ ବୁଣା କାର୍ଯ୍ୟ ସହିତ ସରକାରୀ ଯୋଜନାଗୁଡିକ ଯୋଗୁ ଟ୍ରାକ୍ଟର ଚାହିଦାରେ ବୃଦ୍ଧି ଘଟିଛି । ବର୍ତମାନ ଆମେ ଭାରତରୁ ଏକ ନମ୍ବର ରପ୍ତାନୀକାରୀ କମ୍ପାନୀ ଅଟୁ, ତେଣୁ ଆନ୍ତର୍ଜାତୀୟ ସ୍ତରରେ ଆମେ ଆମର ରାଷ୍ଟ୍ରକୁ ଗର୍ବିତ କରିପାରିଛୁ ।


Share It

Comments are closed.