ସୋନାଲିକା ପକ୍ଷରୁ ଇଂଟେଲିଜେଂଟ୍ ଭେଂଟିଲେଟର୍ ସିଷ୍ଟମର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଟ୍ରାକ୍ଟର ନିର୍ମାତା ଓ ଏହାର ଟେକ୍ନୋଲୋଜି ବିଶେଷତ୍ୱ ପାଇଁ ପରିଚିତ ସୋନାଲିକା ଟ୍ରାକ୍ଟର ପକ୍ଷରୁ ଭେଂଟିଲେଟର୍‌ର ନିର୍ମାଣ କରିବା ପାଇଁ ଇଂଟେଲିଜେଂଟ୍ ଭେଂଟିଲେଟର୍ ସିଷ୍ଟମର ଉନ୍ମୋଚନ କରାଯାଇଛି । କମ୍ପାନୀ ପକ୍ଷରୁ ସମସ୍ତ ଆଡ୍‌ଭାନ୍ସଡ୍ କ୍ରିଟିକାଲ କେୟାର ଭେଂଟିଲେଟର୍‌ରେ ଉପଲବ୍ଧ ବ୍ୟାପକ ଭେଂଟିଲେସନର ପରିବର୍ତନଶୀଳ ମୋଡ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଭେଂଟିଲେଟର୍‌ଗୁଡିକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ଏହି ଭେଂଟିଲେଟର୍‌କୁ ଅଏଲ୍ ଫ୍ରି କମ୍ପ୍ରେସର ସହିତ ସ୍ୱଦେଶୀ ଭାବେ ବିକଶିତ କରାଯାଇଛି ଯାହାକି ଏହାକୁ ଆଇସିୟୁ ବାହାରେ ବ୍ୟବହାର ପାଇଁ ଆତ୍ମନିର୍ଭରଶୀଳ କରିବା ସହ ହସ୍ପିଟାଲ ଭିତିଭୂମିରେ କୌଣସି ବିଫଳ ସ୍ଥିତିରେ ଏହା ଏକ ବ୍ୟାକ୍‌ଅପ୍ କମ୍ପ୍ରେସର ଭାବେ ମଧ୍ୟ କାର୍ଯ୍ୟ କରିଥାଏ ।
ଏହି ଟେକ୍ନୋଲୋଜି ମାର୍ବଲ ସମ୍ପର୍କରେ ସୋନାଲିକା ଗ୍ରୁପ୍‌ର ଉପାଧ୍ୟକ୍ଷ ଅମ୍ରିତ ସାଗର ମିତଲ କହିଛନ୍ତି, ସୋନାଲିକା ଗ୍ରୁପ୍‌ର ନିର୍ଦ୍ଦେଶକ ସୁଶାନ୍ତ ସାଗର ମିତଲ ଏହି ପ୍ରକଳ୍ପ ସଂକଳ୍ପିତ କରିଥିବା ବେଳେ ଗ୍ରୁପ୍‌ର ଡାଇରେକ୍ଟର ଡେଭ୍‌ଲପ୍‌ମେଂଟ୍ ଅକ୍ଷୟ ସାଙ୍ଗୱାନ ଏହାକୁ କାର୍ଯ୍ୟକାରୀ କରିଥିଲେ । ବର୍ତମାନର ଜଟିଳ ସମୟରେ ମେକ୍ ଇନ୍ ଇଣ୍ଡିଆ ପାଇଁ ରାଷ୍ଟ୍ରୀୟ ଆହ୍ୱାନ ପ୍ରତି ଯୋଗଦାନ ଦେବାକୁ ସକ୍ଷମ ହୋଇ ଆମେ ସନ୍ତୁଷ୍ଟ ଅନୁଭବ କରୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନକୁ ସମର୍ଥନ ଜଣାଇ ଆମର ଟିମ୍ ଏହି ସ୍ୱଦେଶୀ ଭେଂଟିଲେଟର୍ ନିର୍ମଣ କରିବାକୁ ସକ୍ଷମ ହୋଇଛି, ଯାହାକି କୋଭିଡ୍‌-୧୯ ବିରୋଧରେ ଲଢିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ସୋନାଲିକା ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ରମଣ ମିତଲ କହିଛନ୍ତି, ଏହି ମେସିନର ବିକାଶ ଏମ୍ବେଡେଡ୍ କୋଡିଙ୍ଗ୍‌, ମନିଟରିଙ୍ଗ ସଫ୍ଟୱେୟାର, ଇଲେକ୍‌ଟ୍ରୋନିକ୍ କଂଟ୍ରୋଲ ସର୍କିଟ୍‌, ଥର୍ମୋଡାଇନାମିକ୍ସ ଓ ଫ୍ଲୁଇଡ୍ ମେକାନିକ୍ସର ମେକାନିକାଲ କାର୍ଯ୍ୟକାରୀତା ଉପରେ ଜ୍ଞାନ ପାଇଁ ଆହ୍ୱାନ ଦେଇଥିଲା । ବିଲ୍ଟ-ଇନ୍ ଡିପ୍ ଇଂଟେଲିଜେନ୍ସ ସହ ଏହା ଏକ ଅତ୍ୟାଧୁନିକ ମେସିନ୍ ଯାହା ବାୟୁ ଚାପ ଓ ଭଲ୍ୟୁମର ଅତତି ସହନଶୀଳତା ଅଧୀନରେ ପରିଚାଳନା କରିଥାଏ । ତଥ୍ୟର ସଠିକତା ଓ ନିଷ୍ପତି ନେବାର ବେଗ ଏହି ମେସିନ୍‌ର ଦକ୍ଷତାକୁ ଉଲ୍ଲେଖ କରୁଛି । ସେହିପରି ଶ୍ରୀଯୁକ୍ତ ଅକ୍ଷୟ ସାଙ୍ଗୱାନ କହିଛନ୍ତି, ଏହି ସମସ୍ତ ପ୍ରକଳ୍ପ ଉଚ୍ଚ ଗୁଣବତା ଓ ପ୍ରଦର୍ଶନ ମାନକ ସୁନିଶ୍ଚିତ କରି ୬ଟି ସିଗ୍‌ମା ପଦ୍ଧତି ଦ୍ୱାରା ପରିଚାଳତି ହୋଇଥିଲା । ଆମେ ପ୍ରତି ମାସରେ ୩୦୦୦ ଭେଂଟିଲେଟର୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ ଉତ୍ପାଦନ ବୃଦ୍ଧି କରିବୁ ।


Share It

Comments are closed.