ସୋନାଲି ବଖାଣିଲେ ଅଙ୍ଗେ ନିଭେଇଥିବା ସେହି କଠିନ ପରିସ୍ଥିତିର ଦୁଃଖଦ ମୂହୂର୍ତ୍ତ


ବଲିଉଡ ଅଭିନେତ୍ରୀ ‘ସୋନାଲି ବେନ୍ଦ୍ରେ’ କ୍ୟାନସର ଭଳି ଭୟଙ୍କର ରୋଗ ସହ ଲଢେଇ କରି ଜିତି ସାରିଥିବାବେଳେ ଗତ ବର୍ଷ ସେ ଯେତେବେଳେ ଏହିଭଳି ଭୟଙ୍କର ରୋଗରେ ପୀଡିତ ଥିବାର ଖବର ନିଜ ପ୍ରଶଂସକଙ୍କୁ ଦେଇଥିଲେ, ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କିନ୍ତୁ ସେ ଏହିଭଳି ଜଟିଳ ପରସ୍ଥିତିରେ ନିିଜର ସାହସ ନ ହରାଇ ତାର ସାମନା କରିଥିଲେ ।
ତେବେ ବର୍ତ୍ତମାନ ସୋନାଲି ଏକ ସାକ୍ଷାତକାର ମାଧ୍ୟମରେ ନିଜର ରୋଗ ଏବଂ ସେହି କଠିନ ପରିସ୍ଥିତି ସଂପର୍କରେ ପ୍ରଥମ ଥର ମୁହଁ ଖୋଲିଛନ୍ତି, ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସୋନାଲି କହିଛନ୍ତି ଯେ, “ମୋତେ ଷ୍ଟଜ ୪ ମେଟାଷ୍ଟାଟିକ କ୍ୟାନସର ହୋଇଥିଲା ଏବଂ ଏଥିପାଇଁ ମୋ ସ୍ୱାମୀ ମୋର ଚିକିତ୍ସା ପାଇଁ ନ୍ୟୁୟର୍କ ନେଇଯିବାର ଇଚ୍ଛା ପ୍ରକଟ କରିଥିଲେ । କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ମୋର ନ୍ୟୁୟର୍କ ଯିବାର ଇଚ୍ଛା ନଥିଲା । ସେଥିପାଇଁ ମୁଁ ସବୁବେଳେ ତାଙ୍କ ସହ ଝଗଡା କରୁଥିଲେ ଏବଂ କହୁଥିଲି ‘ତୁମେ ଏମିତି କାହିଁକି କରୁଛ ’ । ”

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତାଙ୍କର ଇଚ୍ଛା ଥିଲା ସେ ଭାରତରେ ରହିକି ହିଁ କ୍ୟାନସରର ଚିକିତ୍ସା କରିବେ କିନ୍ତୁ ନ୍ୟୁୟର୍କ ନେଇଯିବାର ଯୋଜନା ତାଙ୍କ ସ୍ୱାମୀ ଗୋଲ୍ଡି ବେହେଲଙ୍କର ହିଁ ଥିଲା । ଏବଂ ସେଠାରେ ସୋନାଲି ପହଞ୍ôଚଲା ପରେ ତାଙ୍କୁ ଜଣା ପଡିଲା ଯେ, ତାଙ୍କର ବଞ୍ଚିବାର ଆଶା ଆଉ ମାତ୍ର ୩୦ ପ୍ରତିଶତ ହିଁ ରହିଛି ।
ପ୍ରକାଶ ଥାଉକି ଦୀର୍ଘ ଦିନର ଏହି କଠିନ ଯାତ୍ରା ପରେ ସୋନାଲି ଯେତେବେଳେ ସୁସ୍ଥ ହୋଇ ଭାରତ ପ୍ରତ୍ୟାବର୍ତ୍ତନ କଲେ ସେତେବେଳେ ତାଙ୍କୁ ଦେଖି ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳିଯାଉଥିଲା ।


Share It

Comments are closed.