ଦୀର୍ଘ ଦିନର ଚିକିତ୍ସା ପରେ ଏବେ ଘରକୁ ଫେରିଲେ ସୋନାଲି


ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନ୍ୟୁୟର୍କରେ ଦୀର୍ଘ ୫ ମାସ ରହିବା ପରେ ଏବେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଆଜି ଭୋରୁ ଭୋରୁ ଆସି ମୁମ୍ବାଇରେ ପହଞ୍ôଚଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଜୁଲାଇ ପହିଲାରୁ ସେ ନିଜ ‘ହାଇଗ୍ରେଟ କ୍ୟାନସର’ ଚିକିତ୍ସା ପାଇଁ ନ୍ୟୁୟର୍କ ପ୍ରସ୍ଥାନ କରିଥିଲେ ।
ସେ ବର୍ତ୍ତମାନ ନିଜ ଚିକିତ୍ସା ସାରି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କ ସ୍ୱାମୀ ଗୋଲ୍ଡି ବହଲ କହିଛନ୍ତି ଯେ, ସୋନାଲିଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ଠିକ ଅଛି । ବର୍ତ୍ତମାନ ପାଇଁ ତାଙ୍କ ଚିକିତ୍ସା ବନ୍ଦ କରାଯାଇଛି କିନ୍ତୁ ଏହି ରୋଗ ପୁଣି ଥରେ ଫେରି ପାରେ ଯେଉଁଥିପାଇଁ ସୋନାଲିଙ୍କୁ ଦୈନିକ ଚେକଅଫ କରିବା ନିହାତି ଆବଶ୍ୟକ ।

ପ୍ରକାଶ ଥାଉକି ସୋନାଲିଙ୍କ ପୂର୍ବରୁ ବଲିଉଡ ଅଭିନେତା ଇମ୍ରାନ ଖାନ କ୍ୟାନସର ରୋଗରେ ପୀଡିତ ଥିବାବେଳେ ବର୍ତ୍ତମାନ ବଲିଉଡର ଭେଟରାନ ଅଭିନେତା ରିଶି କପୁର ଏହି ରୋଗରେ ପିଡିତ ଅଛନ୍ତି ।


Share It

Comments are closed.