ସମ୍ପତି ପାଇଁ ନିଜ ମା’କୁ ଭିକାରୁଣୀ ସଜାଇଲା ପୁଅ


ଆପଣ କୌଣସି ବି ମଣିଷର ଚାଲିଚଳନକୁ ଦେଖି ତା’ର ସମ୍ବନ୍ଧରେ କିଛି ସଠିକ ଅନୁମାନ ଲଗାଇପାରିବେ ନାହିଁ । ସେଥିପାଇଁ ଜଣକ ବିଷୟରେ କିଛି କହିବା ପୂର୍ବରୁ ତାଙ୍କ ସମ୍ବନ୍ଧରେ ସଠିକ ତଥ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ । ବେଳେ ବେଳେ ଏହା ମଧ୍ୟ ଘଟି ଯାଏ ଯେ, ଆମେ ଯାହା ଦେଖୁ ତାହା ପ୍ରକୃତରେ ଘଟି ନଥାଏ ଏବଂ ଯାହା ଘଟିଥାଏ ତାହା ଆମେ ଜାଣି ନଥାଉ ।
ଠିକ ଏହି ଭଳି ଏକ ଅଭାବନୀୟ ଘଟଣା ଦିଲ୍ଲୀର ନୋଏଡାସ୍ଥିତ ଘଟିଛି, ଯେଉଁଠାରେ କିଛି ଲୋକ ଜଣେ ବୃଦ୍ଧା ମହିଳା ଭୀକାରୁଣୀ ବନେଇଦେଇଛନ୍ତି । କିନ୍ତୁ ଯେତେବେଳେ ଏହି ବୃଦ୍ଧାଙ୍କ ପ୍ରକୃତ ପରିଚୟ ମିଳିଲା ତେବେ ଲୋକଙ୍କ ଆଖିରୁ ଲୁହ ଝରି ଆସିଲା ।
ମିଳିଥିବା ସୂଚନା ମୁତାବକ, ନୋଏଡା ପୋଲିସ ପକ୍ଷରୁ ସହରରେ ଥିବା ସମସ୍ତ ଭିକାରୀମାନଙ୍କୁ ହଟାଇବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯାହାଦ୍ୱାରା ପୋଲିସ ସହରର ସମସ୍ତ ଭିକାରୀଙ୍କୁ କାବୁ କରି ହେପାଜତକୁ ନେଉଥିଲା । ପୋଲିସ ସେହି ସମୟରେ ଯେଉଁ ସବୁ ଭୁକାରୀଙ୍କୁ ହେପାଜତକୁ ନେଇଥିଲେ ତାଙ୍କ ଭିତରେ ଜଣେ ବୃଦ୍ଧା ମହିଳା ଜଣକ ଥିଲେ ।
ପୋଲିସ ପଚରାଉଚାର କରିବା ସମୟରେ ଯେତେବେଳେ ସେହି ବୃଦ୍ଧାଙ୍କ ବିଷୟରେ ସଠିକ ତଥ୍ୟ ଜାଣିଲା ସେହି ସମୟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ବୃଦ୍ଧା ଜଣକୁ ପଚାରଉଚାର କରିବା ସମୟରେ ତାଙ୍କ ପାଖରୁ ପ୍ରଚୁର ମାତ୍ରାରେ ଲକ୍ଷାଧିକ ଟଙ୍କା ଏବଂ ଅଳଙ୍କାର ମିଳିଥିଲା । ଉକ୍ତ ବୃଦ୍ଧାଙ୍କ ପାଖରୁ ଏତେ ଜିନିଷ ପାଇଲା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଭାବିଲା ଏହା ସବୁ ଚୋରି ଅର୍ଜିତ ଟଙ୍କା ଓ ଅଳଙ୍କାର ନୁହେଁ ତ ।

ଏହା ପରେ ପୋଲିସ ଉକ୍ତ ମହିଳା ସମ୍ପର୍କରେ ତନାଘନା ଆରମ୍ଭ କରିଦେଲା । ଏହା ପରେ ପୋଲିସକୁ ଯେଉଁ ସବୁ ତଥ୍ୟ ମିଳିଲା ତା ଆପଣମାନେ ବି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ । ତେବେ ଆସନ୍ତୁ ସେହି ବୃଦ୍ଧାଙ୍କ ସହ କ’ଣ ଘଟିଛି ଜାଣିବା ।
ମହିଳା ଜଣକ ହେଉଛନ୍ତି ଜଣେ କୋଟି ବ୍ୟବସାୟୀଙ୍କ ସ୍ତ୍ରୀ । ସ୍ୱାମୀଙ୍କ ଦେହାନ୍ତ ପରେ ବୃଦ୍ଧାବସ୍ଥାରେ ତାଙ୍କ ପିଲାମାନେ ମାନେ ଥିଲେ ଏକମାତ୍ର ସାହାରା କିନ୍ତୁ ସେହି ସାହାରା ତାଙ୍କୁ ବେସାହାରା କରିଦେଲା । ବୃଦ୍ଧାଙ୍କ ପିଲାମାନେ ଜାଲି ଦସ୍ତଖତ ତାଙ୍କର ସବୁ ସମ୍ପତି ବିକିଦେଲେ । ଆଉ ଯେତିକି ବି ବିଳିଥିଲା ନିଜ ନିଜ ଭାଗ ଭାଗ କରିଦେଲା । ନିଜ ପିଲାମାନଙ୍କର ଏହି ଜଘନ୍ୟ କୀର୍ତ୍ତିକଳାପ କେବଳ ଏତିକିରେ ସୀମିତ ରହିଲା ନାହିଁ । ସେମାନେ ତାଙ୍କର ଜନ୍ମଦାତ୍ରୀ ମା’ଙ୍କ ରାସ୍ତାର ଭିକାରୀ ସଜାଇ ଘରୁ ବାହାର କରିଦେଇଥିଲେ । କାରଣ ମହିଳା ଜଣକଙ୍କ ନାମରେ ଆହୁରୀ ଅନେକ ସମ୍ପତି ଥିଲା ।
ସେପଟେ ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ, “ଏହି ମା’ ଏବଂ ଆମ ଦେଶର ଏହି ଦୁର୍ଭାଗ୍ୟ ଯେ, ଏଭଳି ଏକ ସନ୍ତାନ ଆମ ଦେଶରେ ଜନ୍ମ ନେଇଛନ୍ତି । ଯାହାଙ୍କ ପାଖରେ ସବୁ କିଛି ଥାଇ ମଧ୍ୟ ନିଜ ଜନ୍ମକଲା ମା’କୁ ଭିକ ମାଗିବା ପାଇଁ ରାସ୍ତାରେ ଛାଡିଦେଲେ । ”


Share It

Comments are closed.