ସ୍ୱାଧୀନତା ଦିବସ ସମ୍ପର୍କରେ କିଛି ଅଜଣା କଥା


ଆମ ଦେଶ ‘ଭାରତ’ ୧୯୪୭ ମସିହା ଅଗଷ୍ଟ ୧୫ରେ ବ୍ରିଟିଶଙ୍କ କବଳରୁ ସ୍ୱାଧୀନ ହୋଇଥିବାର ସମସ୍ତେ ଇତିହାସ ମଧ୍ୟରୁ ଜାଣିଛୁ । ଭାରତ ବାସ୍ତବରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ଏଠାରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଏବଂ ଭାଷାର ଲୋକ ବସବାସ କରନ୍ତି । ବର୍ତ୍ତମାନ ସ୍ୱାଧୀନତାର ୭୧ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ୱାଧୀନତା ଦିବସକୁ ନେଇ ଏପରି କିଛି ଅଜଣା ତଥ୍ୟ ରହିଛି ଯାହା ସମ୍ପର୍କରେ ସମସ୍ତେ ଅବଗତ ନଥିବେ । ଏହି ତଥ୍ୟ ଗୁଡିକ ବାସ୍ତବ ଏବଂ କୌତୁହଳପୂର୍ଣ୍ଣ ମଧ୍ୟ ।
ଆସନ୍ତୁ ଜାଣିବା ଏହି ସମ୍ପର୍କରେ କିଛି ତଥ୍ୟ –
୧. ଭାରତର ଜାତୀୟ ସଂଗୀତ – ରବିନ୍ଦ୍ର ନାଥ ଟାଗୋରଙ୍କ ଦ୍ୱାରା ଲିଖିତ ଭାରତର ଜାତୀୟ ସଂଗୀତ ଜନ-ଗଣ- ମନ କିନ୍ତୁ ପ୍ରକୃତରେ ଜାତୀୟ ସଂଗୀତ ଉଦେଶ୍ୟରେ ପ୍ରସ୍ତୁତ ହୋଇନଥିଲା । ଏହା କିଙ୍ଗ ଜର୍ଜ ୫ଙ୍କୁ ସମ୍ମାନ ପ୍ରଦାନ ଉଦେଶ୍ୟରେ ଲିଖିତ ହୋଇଥିଲା କିନ୍ତୁ ପରେ ଏହା ଭାରତର ଜାତୀୟ ସଂଗୀତଭାବେ ମାନ୍ୟତା ପାଇଲା ।
୨. କାହିଁକି ଅଗଷ୍ଟ ୧୫ – ଭାରତ ଅନଅଫିସିଆଲି ଭାବେ ୧୯୪୭ ମସିହା ଜୁଲାଇ ୧୮ରେ ସ୍ୱାଧୀନତା ପ୍ରାପ୍ତ କରିଥିଲେ ମଧ୍ୟ ମାଉଣ୍ଟବ୍ୟାଟେନ ୧୯୪୭ ମସିହା ଅଗଷ୍ଟ ୧୫ ଦିନ ଭାରତକୁ ସ୍ୱାଧୀନତା ରାଷ୍ଟ୍ର ରୂପେ ଘୋଷଣା କରିଥିଲେ ।
୩. ଜାତୀୟ ପତାକାର ପ୍ରଥମ ଉତ୍ତୋଳନ – ପ୍ରଥମେ ଭାରତର ଜାତୀୟ ତ୍ରିରଙ୍ଗା ପତାକା ଦିଲ୍ଲୀର ଲାଲ କିଲ୍ଲାରେ ନୁହେଁ ବରଂ ଅଗଷ୍ଟ ୭, ୧୯୪୭ରେ କୋଲକାତାର ପାର୍ସି ବାଗାନ ଛକରେ ଉତ୍ତୋଳନ କରାଯାଇଥିଲା । ଏହି ପତାକାରେ ବର୍ତ୍ତମାନର ପତାକା ପରି ନୁହେଁ ବରଂ ଲାଲ, ହଳଦି ଏବଂ ସବୁଜ ରଙ୍ଗର ଗାର ପଡିଥିଲା ।

୪. ଭାରତ ଏବଂ ପାକିସ୍ଥାନ ବିଭାଜନ – ଭାରତ ଏବଂ ପାକିସ୍ଥାନର ବିଭାଜନ ଜୁନ ୩, ୧୯୪୭ରେ ଘୋଷଣା ହୋଇଯାଇଥିଲା । କିନ୍ତୁ ଏହା ଅଗଷ୍ଟ ୧୪ରେ କାର୍ୟ୍ୟକାରୀ ହୋଇଥିଲା ଏବଂ ପାକିସ୍ଥାନର ସ୍ଥାପନା ହୋଇଥିଲା ।
୫. ଦେଶର ପ୍ରାଧନମନ୍ତ୍ରୀ ଚୟନ – ପଣ୍ଡିତ ଜବାହାର ଲାଲ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରଥମ ପସନ୍ଦ ଥିଲେ ମଧ୍ୟ ଗାନ୍ଧିଜୀଙ୍କ ଆଦେଶ ଅନୁସାରେ ପଣ୍ଡିତ ଜବାହାର ଲାଲ ନେହେରୁ ପ୍ରଧାନମନ୍ତ୍ରୀ ହୋଇଥିଲେ ।
୬. ଅଗଷ୍ଟ ୧୫ରେ ସ୍ୱାଧିନତା ଦିବସ ପାଳନ – ଅଗଷ୍ଟ ୧୫ରେ କେବଳ ଭାରତରେ ନୁହେଁ ୫ଟି ଅନ୍ୟ ଦେଶ ତଥା ବାହାରିନ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ଲାଇକେନଷ୍ଟାଇନ ଏବଂ ରିପବ୍ଲିକ ଅଫ କଙ୍ଗୋର ସ୍ୱାଧୀନତା ଦିବସ ପାଳନ କରାଯାଏ ।


Share It

Comments are closed.