ପିଲାଙ୍କର ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବାର କୋତୋଟି ଟିପ୍ସ


ବାସ୍ତୁ ଶାସ୍ତ୍ର ଅନୁଯାୟୀ ସଠିକ ଦିଗରେ ସଠିକ କାର୍ଯ୍ୟ ଏବଂ ସଠିକ ବସ୍ତୁ ତଥା ବାସ୍ତୁ ନିୟମ ଗୁଡ଼ିକର ସଠିକ ପାଳନ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ନେଇ ଆସିଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପିଲାମାନେ ପରୀକ୍ଷାରେ ଭଲ ନମ୍ବରରେ ଉତ୍ତୀର୍ଣ୍ଣ ହୁଅନ୍ତୁ ତେବେ ଏହି ବାସ୍ତୁ ନିୟମ ଗୁଡ଼ିକୁ ନିଶ୍ଚିତ ଭାବେ ପାଳନ କରନ୍ତୁ । ବାସ୍ତୁ ଅନୁଯାୟୀ ଆପଣ ନିଜ ପିଲାଙ୍କର ସମସ୍ତ ପାଠପଢ଼ା ସମ୍ବନ୍ଧୀୟ ବସ୍ତୁ ଗୁଡ଼ିକୁ ଆପଣଙ୍କ ଘରର ଦକ୍ଷିଣ-ପଶ୍ଚିମ ବାସ୍ତୁ ଦିଗର ପଶ୍ଚିମ ପାଶ୍ୱର୍ରେ ରଖନ୍ତୁ । ଏପରିକି ଯଦି ଆପଣ ନିଜ ପିଲାର ପାଠପଢ଼ା ଟେବଲ କୁ ମଧ୍ୟ ଏହି ଦିଗରେ ରଖନ୍ତି ତେବେ ଆହୁରୀ ଉତ୍ତମ । ଏହା ଆପଣଙ୍କ ପିଲାଙ୍କ ପାଠପଢ଼ାରେ ଉନ୍ନତି ଆଣିଥାଏ । ଉତ୍ତର-ପୁର୍ବ ଏବଂ ଦକ୍ଷିଣ -ପୂର୍ବ ଦିଗରେ କୌଣସି ପ୍ରକାରର ଅସଜଡ଼ା ବସ୍ତୁ ରଖନ୍ତୁ ନାହିଁ ।

ବାସ୍ତୁ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଦିଗ କୌଶଳର ଦିଗ, ଏଣୁ ଏହି ଦିଗ ଯଦି ଅସଜଡ଼ା ବସ୍ତୁରେ ଭରି ରହେ ତେବେ ଏହା ଆପଣଙ୍କ ପିଲାମାନଙ୍କର କୌଶଳକୁ ଉପଯୋଗ କରିବାରେ ବାଧା ସୃଷ୍ଟି କରିଥାଏ । ଧ୍ୟାନ ରଖନ୍ତୁ ପୁସ୍ତକ କିମ୍ବା ଅନ୍ୟାନ୍ୟ ପାଠ୍ୟ ସାମଗ୍ରୀ ଯେଭଳି ପୂର୍ବ, ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ର ପଶ୍ଚିମ ଦିଗରେ ନ ରୁହେ କାରଣ ଏହି ଦିଗରେ ପାଠ ପଢ଼ିବା ବୃଥା ସାବ୍ୟସ୍ତ ହୋଇଥାଏ । ଆପଣଙ୍କ ପିଲାମାନଙ୍କର କାର୍ଯ୍ୟଦକ୍ଷତା ଏବଂ ପାଠ ପଢ଼ାରେ ଧ୍ୟାନ କୈନ୍ଦ୍ରକତା ବଢ଼ାଇବା ପାଇଁ ଆପଣଙ୍କ ଘରର ଦକ୍ଷିଣ-ପଶ୍ଚିମ ବାସ୍ତୁ ଦିଗରେ ଏକ ଶଙ୍ଖଚିଲର ମୂର୍ତ୍ତି ରଖନ୍ତୁ ।


Share It

Comments are closed.