ଅଜବ କ୍ରିକେଟ ପ୍ରେମୀ, ଜାଣନ୍ତୁ ତାଙ୍କ ସଂପର୍କରେ କିଛି କଥା ?


ପ୍ରାୟତଃ ଖେଳ ଏବଂ ଖେଳାଳୀଙ୍କ ପାଇଁ ପ୍ରଶଂସଙ୍କ ମଧ୍ୟରେ ପାଗଳପଣର ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ସେହି ପ୍ରଶଂସକଙ୍କ ମଧ୍ୟରେ ଏଭଳି କେତେକ ବ୍ୟକ୍ତି ଅଛନ୍ତି ଯିଏକି ପ୍ରକୃତ ପ୍ରଶଂସକ ରୂପରେ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି । ସେମାନେ ତାଙ୍କ ହିରୋଙ୍କ ପାଇଁ କିଛି ବି କରିପାରିବେ ଏବଂ ସବୁ ଚିନ୍ତାକୁ ନିଜ ମୁଣ୍ଡ ଉପରକୁ ନେଇ ବିପଦ ମୁହଁକୁ ଚାଲିଯିବା ପାଇଁ ମଧ୍ୟ ପଛେଇବେ ନାହିଁ । ଏହି ପ୍ରଶଂସମାନେ ନିଜ ହିରୋଙ୍କୁ ଭଗବାନ ଭଳି ମର୍ଯ୍ୟାଦା ଦେବା ସହ ତାଙ୍କ ଖୁସିରେ ଖୁସି ଏବଂ ଦୁଃଖରେ ଲୁହ ଗଡାଇବା ପାଇଁ ପ୍ରସ୍ତୁତ ଥାନ୍ତି । ତେବେ ଆସନ୍ତୁ ଏହି ଭଳି କିଛି ‘ଜବର ଫ୍ୟାନ’ଙ୍କ ବିଷୟରେ କିଛି ଜାଣିବା ।

ସୁଧୀର କୁମାର ଗୌତମ

ସୁଧୀର, ସଚିନଙ୍କର ଜଣେ ବଡ ପ୍ରଶଂସକ ଅଟନ୍ତି । ପ୍ରାୟତଃ ଭାରତ ସହ ଖେଳା ଯାଉଥିବା କ୍ରିକେଟ ମ୍ୟାଚରେ ତାଙ୍କୁ ସବୁବେଳେ ଦେଖିବାକୁ ମିଳିଥାଏ । ଏକଦା ଥରେ ସେ ବ୍ୟାଗରେ ରଙ୍ଗ ନେଇ ଯାଉଥିବା ସକାଶେ ବିଦେଶ ଏୟାରପୋର୍ଟରେ ଫଶି ଯାଇଥିଲେ କିନ୍ତୁ ସଚିନଙ୍କ ସାହାଯ୍ୟ ଯୋଗୁଁ ସେ ପୁଣିଥରେ ସେଠାରୁ ମୁକୁଳି ପାରିଥିଲେ ।

ସୋଏବ ଅଲ୍ଲୀ

ସୋଏବ ବାଙ୍ଗଳାଦେଶ କ୍ରିକେଟ ଟିମର ଜବର ଫ୍ୟାନ ଅଟନ୍ତି । ସେ ବାଘ ସଦୃଶ୍ୟ ନିଜ ଶରୀରକୁ ରଙ୍ଗ କରିଥାନ୍ତି ଏବଂ ମ୍ୟାଚ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି । ବର୍ତ୍ତମାନ ଅନେକ କମ୍ପାନୀ ତାଙ୍କ ଟୁର ପାଇଁ ସ୍ପନସର କରୁଛନ୍ତି । ଥରେ ତାଙ୍କୁ ଜିମ୍ବାୱେରେ ଫେରାଇ ଦିଆଯାଉଥିଲା କିନ୍ତୁ ସେ ଅତି ଚତୁରତାର ସହିତ ନିଜ ମୁଣ୍ଡକୁ ଜାଣିଶୁଣି ଫଟେଇ ଦେଇଥିଲେ କାରଣ ଅସୁସ୍ଥ ବ୍ୟକ୍ତିଙ୍କୁ ବିମାନରେ ସ୍ୱଦେଶ ପଠେଇବା ପାଇଁ କୌଣସି ନିୟମ ନାହିଁ ।

ଚାଚା କ୍ରିକେଟ ଅବଦୁଲ ଜଲିଲି

ଅବଦୁଲ ଜଲିଲିଙ୍କୁ ପାକିସ୍ତାନ ସବୁଠାରୁ ବଡ ପ୍ରଶଂସକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ସିକାଗୋରେ ରହୁଥିବାବେଳେ ଖେଳ ଯେଉଁ କୌଣସି ଦେଶରେ ହେଉ କିମ୍ବା ନହେଉ ପାକିସ୍ତାନ ଖେଳୁଥିବା ସବୁ ମ୍ୟାଚରେ ତାଙ୍କୁ ଦେଖିବାକୁ ମିଳିଥାଏ । ସବୁଠାରୁ ମୁଖ୍ୟ କଥା ଏହା ଯେ, ସେ ଭାରତ ଏବଂ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଖୁବ ପାଗଳ ଅଟନ୍ତି ଏବଂ ବିଗତ ୨୦ ବର୍ଷ ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସମସ୍ତ ମ୍ୟାଚରେ ତାଙ୍କୁ ଦେଖିବାକୁ ମିଳିଛି ।

ବାର୍ମି ୱାର୍ମି

ଏହା ଇଂଲଣ୍ଡ କ୍ରିକେଟ ପ୍ରଶଂସକଙ୍କ ଏକ ଗ୍ରୁପ ଅଟେ । ୧୯୯୪-୯୫ରେ ଆସସ ସିରିଜ ପାଇଁ ଅଷ୍ଟ୍ରେଲିଆ ଯାଇଥିବା ତିନିଜଣ ସାଙ୍ଗ ଏହି ଦଳ ତିଆରି କରିଥିଲେ । ଏମାନେ ସବୁବେଳେ ଇଂଲଣ୍ଡ ପାଇଁ ନାରା ଲଗାଉଥିବାର ଦେଖିବାକୁ ମିଳୁଥିଲା ଯେଉଁଥିପାଇଁ ତାଙ୍କୁ ସେଠାକାର ମିଡିଆ ‘ବାର୍ମି ୱାର୍ମି ’ ନାମରେ ନାମିତ କରିଥିଲେ


Share It

Comments are closed.