ଜାଣନ୍ତୁ ପ୍ରାକୃତିକ ଉପାୟରେ ହେୟାର ଷ୍ଟ୍ରେଟନିଙ୍ଗର କରିବାର କିଛି ସହଜ ଉପାୟ


ଫ୍ୟାସନେବଲ ଦୁନିଆରେ ସମସ୍ତେ ଆଧୁନିକ ଯୁଗ ସହିତ ତାଳ ମିଶାଇ ଚାଲିବାକୁ ପସନ୍ଦ କରୁଛନ୍ତି । ଆଜିକାଲି ଷ୍ଟ୍ରେଟନିଙ୍ଗ ହେୟାର ଏକ ପ୍ରକାରର ଫ୍ୟାସନ ପାଲଟିଯାଇଛି । କିନ୍ତୁ ସମୟ ଅଭାବରୁ କର୍ମଜୀବି ମହିଳା କିମ୍ବା ଯୁବତୀଙ୍କ ପାଇଁ କେଶ ଷ୍ଟ୍ରେଟନିଙ୍ଗ କରିବା ପାଇଁ ପାର୍ଲରରେ ଘଣ୍ଟା ଘଣ୍ଟା ଧରି ବସିବା ସମ୍ଭବ ହୋଇନଥାଏ । ତେଣୁ କିଛି ସହଜ ଉପାୟ ଦ୍ୱାରା ଆପଣ ଘରେ ବସି ନିଜର କେଶ ଷ୍ଟ୍ରେଟନିଙ୍ଗ କରିପାରିବେ । ଏଥି ପାଇଁ ପାର୍ଲରରେ ଘଣ୍ଟା ଘଣ୍ଟା ବସିବାକୁ ପଡିବ ନାହିଁ କିମ୍ବା ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଆସନ୍ତୁ ଜାଣିବା ସହଜରେ କିପରି କରିବେ ହେୟାର ଷ୍ଟ୍ରେଟ ।

୧. ଅଣ୍ଡା ଏବଂ ଅଲିଭ ତେଲ – ଅଣ୍ଡା ଏବଂ ଅଲିଭ ଅଏଲ କେଶକୁ ସଫ୍ଟ ଏବଂ ଶକ୍ତିଶାଳୀ କରିଥାଏ । କିନ୍ତୁ ଏହା କେଶକୁ ଷ୍ଟ୍ରେଟନିଙ୍ଗ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ଦୁଇଟି ଅଣ୍ଡା ଏବଂ ଗୋଟିଏ ଅଲିଭ ଅଏଲର ମିଶ୍ରଣ କରି ଘଣ୍ଟାଏ ପର୍ଯ୍ୟନ୍ତ ରଖନ୍ତୁ । ଅଣ୍ଡା କେଶକୁ କଣ୍ଡିସନିଙ୍ଗ କରିବା ସହିତ ଷ୍ଟ୍ରେଟନିଙ୍ଗ କରିବାରେ ସାହାଯ୍ୟ କରିଥାଏ ।
୨. ମହୁ ଏବଂ କ୍ଷୀର – କେଶକୁ ପ୍ରାକୃତିକ ଉପାୟରେ ଷ୍ଟ୍ରେଟନିଙ୍ଗ କରିବା ପାଇଁ ମହୁ ଖୁବ ଉପକାରୀ । କେଶର ଲମ୍ବା ଅନୁଯାୟୀ କିଛି କ୍ଷୀର ସହିତ ମହୁ ମିଶାଇ କେଶରେ ୨ରୁ ୩ ଘଣ୍ଟା ଲଗାଇ ରଖିଦିଅନ୍ତୁ । ଏବଂ ଏହା ପରେ ଭଲ ଭାବେ ଧୋଇ ଦିଅନ୍ତୁ ।
୩. ମୁଲାତାନି ମାଟି ଏବଂ ଗୋଲାପ ଜଳ – ମୁଲତାନି ମାଟି କେବଳ ତ୍ୱଚା ନୁହେଁ କେଶ ପାଇଁ ମଧ୍ୟ ଖୁବ ଉପଯୋଗୀ । ଏହା କେଶକୁ ଲମ୍ବା ସମୟ ପର୍ଯ୍ୟନ୍ତ ଷ୍ଟ୍ରେଟ କରି ରଖିବା ପାଇଁ ସାହାଯ୍ୟ କରିଥାଏ । କେଶକୁ ଭଲ ଭାବେ ଧୋଇ ଏଥିରେ ମୁଲତାନି ମାଟି ସହିତ କିଛି ଗୋଲାପ ଜଳ ମିଶାଇ କେଶକୁ ୧୫ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହା ପରେ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣ ମାସକୁ ଥରେ କିମ୍ବା ଦୁଇ ଥର କରନ୍ତୁ କାରଣ ଏଥିରେ ଥିବା ମୁଲତାନି ମାଟି ଆପଣଙ୍କ କେଶକୁ ଡ୍ରାଏ କରିଦେବ ।
୪. ଚାଉଳ ଗୁଣ୍ଡ ଏବଂ ଅଣ୍ଡା – ଚାଉଳ ଗୁଣ୍ଡ କେଶକୁ ଟାଇଟ ରଖିବା ସହିତ ଭଲ ଟୋନିଙ୍ଗ ପ୍ରଦାନ କରିଥାଏ । ସେହିପରି ଅଣ୍ଡା କେଶକୁ ସାଇନିଙ୍ଗ କରିବା ସହିତ କେଶକୁ ଭଲ ଭଲ୍ୟୁମ ମଧ୍ୟ ପ୍ରଦାନ କରିଥାଏ ଏବଂ ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରଥମେ ଆପଣଙ୍କ କେଶର ଲମ୍ବ ଅନୁଯାୟୀ ଚାଉଳଗୁଣ୍ଡ,ଅଣ୍ଡାର ଧଳା ଅଂଶ ଏବଂ ଗୋଟିଏ ଚାମଚ ପାଣି ମିଶାଇ ଭଲ କରି ଫେଣ୍ଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ମୁଣ୍ଡରେ ଲଗାଇ ୫ ମିନିଟ ପରେ ଭଲ ଭାବେ କୁଣ୍ଡାଇ ଦିଅନ୍ତୁ ଏବଂ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ।
୫. ତେଲ ଏବଂ ଆଲୋଭେରା – ଆଲୋ ଭେରାରେ ଥିବା ଚାକୋ-ଏ-ବ୍ଲକ ଏନଜାଇମ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଅଧା କପ ଆଲୋଭେରା ସହିତ ଅଧା କପ ତେଲ ଗରମ କରି ମିଶାଇ ଏହି ପ୍ୟାକକୁ କେଶରେ ଲଗାନ୍ତୁ । ଏବଂ ୪୦ରୁ ୪୫ ମିନିଟ ପରେ ଧୋଇ ଦିଅନ୍ତୁ । ଏହା କେଶକୁ ବଢାଇବା ସହିତ କେଶକୁ ଷ୍ଟ୍ରେଟନିଙ୍ଗ କରିଥାଏ । ଏଥି ପାଇଁ କ୍ୟାଷ୍ଟର ଅଏଲ ବ୍ୟବହାର କଲେ ଖୁବ ଭଲ । କାଷ୍ଟର ଅଏଲକୁ ଆପଣ ମଥାରେ ଦୁଇରୁ ତିନି ଥର ମସାଜ ମଧ୍ୟ କରିପାରିବେ ।


Share It

Comments are closed.