ଭାରତୀୟ ଗଣତନ୍ତ୍ର ଦିବସର ଏପରି କିଛି ରୋଚକ ତଥ୍ୟ ଯାହାକୁ ଆପଣ ନିଶ୍ଚିତ ରୂପେ ଜାଣିବା ଦରକାର


ଆମର ଜାତୀୟ ପତାକାର ଉତ୍ତୋଳନ ଏବଂ ଜାତୀୟ ସଂଙ୍ଗୀତ ଗାନ କରିବାଠାରୁ ଅଧିକ ଆନନ୍ଦର ବିଷୟ ଆଉ କଣ ହୋଇପାରେ । ଆପଣ ନିଜ ଜୀବନକାଳ ମଧ୍ୟରେ କେତେଥର ଏହାର ଅନୁଭବ କରିଛନ୍ତି ଏହା ଫରକ ପଡ଼େ ନାହିିଁ, କିନ୍ତୁ ପ୍ରତ୍ୟେକ ଥର ଜାତୀୟ ସଙ୍ଗୀତର ଧ୍ୱନି ଶୁଣି ଆମର ଲୋମଟାଙ୍କୁରୀ ଉଠିଥାଏ । ଯେତେବେଳ ପୁରାଦେଶ ଏହି ବିଶେଷ ଦିବସକୁ ହୃଦୟର ସହ ପାଳନ କରୁଛି, ତେଣୁ ଏହି ଗଣତନ୍ତ୍ର ଦିବସ ପାଳନ ପଛର ରହସ୍ୟ ବିଷୟରେ ଜାଣିବାର ସମୟ ଆସିଯାଇଛି ।
ଆମ ଦେଶର ପ୍ରଥମ ଗଣତନ୍ତ୍ର ଦିବସ ସ୍ୱାଧିନତା ପାଇବାର ତିନିବର୍ଷ ପରେ ଅର୍ଥାତ ୧୯୫୦ ଜାନୁଆରୀ ୨୬ରେ ପାଳିତ ହୋଇଥିଲା । ଭାରତୀୟ ସମ୍ବିଧାନକୁ ଗଠିତ ହେବା ପାଇଁ ଦୁଇ ବର୍ଷ ୧୧ମାସ ସମୟ ଲାଗିଥିଲା । ଡଃ ରାଜେନ୍ଦ୍ର ପସାଦ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଏହି ଦିନ ସରକାରଙ୍କ ଭବନ ଦୁବାର ହଲଠାରେ ଶପଥ ଗ୍ରହଣ କରିଥିଲେ । ଗଣତନ୍ତ୍ର ଦିବସର ପ୍ୟାରେଡ ସମୟରେ “ଆବାଇଡ ଉଇଥ ମି” ନାମକ ଗୋଟିଏ ଖ୍ରୀଷ୍ଟିୟାନ ସଂଙ୍ଗୀତ ବାଜିଥିଲା ଏବଂ ଏହା ମହାତ୍ମା ଗାନ୍ଧୀଙ୍କର ପ୍ରିୟ ସଙ୍ଗୀତଗୁଡ଼ିକ ମଧ୍ୟରୁ ଗୋଟିଏ ମାନ୍ୟତା ପାଇଥିଲା । ଏହି ଦିନ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକାର୍ଣ୍ଣୋ ପ୍ରଥମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଜାନୁଆର ୨୬, ୧୯୬୫ରେ ହିନ୍ଦୀ ଭାରତର ରାଷ୍ଟୀୟ ଭାଷାର ମାନ୍ୟତା ପାଇଲା । ଆମ ଦେଶ ଅନ୍ୟ ଦେଶଗୁଡ଼ିକର ସମ୍ବିଧାନଗୁଡ଼ିକର ଶ୍ରେଷ୍ଠ ଦୃଷ୍ଟିକୋଣଗୁଡ଼ିକୁ ଗ୍ରହଣ କରିଥିଲା । ସ୍ୱତନ୍ତ୍ରତା, ସମାନତା ଏବଂ ଭାତୃଭାବ ଫ୍ରେଞ୍ଚ ସମ୍ବିଧାନରୁ ଏବଂ ପଞ୍ଚବାର୍ଷିକ ଯୋଯନା ୟୁଏସଏସଆର ସମ୍ବିଧାନରୁ ଆଦୃତ ହୋଇଥିଲା ।
ପ୍ରଥମ ଗଣତନ୍ତ୍ର ଦିବସ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ପାଳିତ ହୋଇଥିଲା ଏବଂ ଏଠାରେ ୧୫,୦୦୦ରୁ ଉର୍ଦ୍ଧ୍ୱ ସାଧାରଣ ଜନତା ଯୋଗ ଦେଇଥିଲେ । ସବୁଠାରୁ ଅଧିକ ରୋଚକ କଥା ହେଉଛି ଏହାକୁ ହାତରେ ଦୁଇଟି ଭାଷା ଯଥା ହିନ୍ଦୀ ଓ ଇଂରାଜୀରେ ଲେଖାଯାଇଛି । ଜାନୁଆରୀ ୨୪ରେ ଏହା ୩୦୮ ଜଣ ସଦସ୍ୟଙ୍କ ଦ୍ୱାରା ସାକ୍ଷର ହୋଇଥିଲା ଏବଂ ଦୁଇଦିନ ପରେ ଏହା କାର୍ଯ୍ୟକାରୀ ହୋଇଥିଲା ।
ଗଣତନ୍ତ୍ର ଦିବସର ସଂନ୍ଧ୍ୟାକୁ ଅନେକ ଜାତୀୟ ପୁରସ୍କାର ଯେପରିକି ଭାରତ ରତ୍ନ, କିର୍ତ୍ତୀ ଚକ୍ର, ପଦ୍ମ ପୁରସ୍କାର ଘୋଷଣା ଦିବସ ରୂପେ ଚୟନ କରାଯାଇଥିଲା । ଭାରତୀୟ ଗଣତନ୍ତ୍ର ଦିବସ କାର୍ଯ୍ୟକାରୀ ହେବା ପୂର୍ବରୁ ଭାରତ ବ୍ରିଟିଶ ସରକାରଙ୍କ ପରିଚାଳିତ ଭାରତ ସରକାରଙ୍କ ଧାରା ୧୯୩୫ର ଅନୁସରଣ କରୁଥିଲା । ୧୯୫୦ ମସିହାର ପ୍ରଥମ ଗଣତନ୍ତ୍ର ଦିବସରେ ସକାଳ ୧୦.୩୦ରେ ପାଳିତ ହୋଇଥିଲା ଏବଂ ଆମର ପ୍ରଥମ ରାଷ୍ଟ୍ରପତିଙ୍କୁ ଶୁଭେତ୍ସା ଜଣାଇବା ଉଦ୍ଦେଶ୍ୟରେ ଏଠାରେ ଗୋଟିଏ ୩୧-ବନ୍ଧୁକ ସାଲ୍ୟୁଟ ସ୍ଥାନ ପାଇଥିଲା । ଏହିଦିନ ଭାରତୀୟ ବାୟୁସେନାଙ୍କୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା କିନ୍ତୁ ଏହା ପୂର୍ବରୁ ଭାରତୀୟ ବାୟୁ ସେନା ଗୋଟିଏ ନିୟନ୍ତ୍ରଣାଧିନ ସଂଗଠନ ଥିଲା କିନ୍ତୁ ଗଣତନ୍ତ୍ର ଦିବସ ପରେ ଏହା ଏକ ସ୍ୱାଧିନ ସଂଗଠନରେ ପରିଣତ ହେଲା ।


Share It

Comments are closed.