ଏହି ସାତୋଟି ଉପାଦାନ ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ


କେତୋଟି ଘରୋଇ ଉପକରଣ ଆମ୍ଭେମାନେ ଦୈନଦିନ ଜୀବନରେ ବ୍ୟବହାର କରୁଥିଲେ ମଧ୍ୟ ଏହାର ଉପକାରିତା ତଥା ତାହାର ବିଭିନ୍ନ ଓøଷଧିୟ ଗୁଣ ସମ୍ପର୍କରେ ଅବଗତ ନଥାନ୍ତି । ଆମ୍ଭେମାନେ ବାହାରେ ବିଭିନ୍ନ କସମେଟିକ ଏବଂ ବିଭିନ୍ନ ଉତ୍ପାଦ ବ୍ୟବହାର କରି ବିଭିନ୍ନ ଉପଚାର କରିଥାଉ କିନ୍ତୁ ସେଗୁଡିକ ଆମମାନଙ୍କ ଘରେ ହାତ ପାହାନ୍ତାରେ ଉପଲବ୍ଧ । ଆସନ୍ତୁ ଜାଣିବା ସେହି ସମସ୍ତ ଉପକରଣ ସମ୍ପର୍କରେ . . . . . .
୧. ଡିସପ୍ରିନ – ଶୀତଦିନେ ପ୍ରାୟ ସମସ୍ତଙ୍କ କେଶରେ ରୂପି ସମସ୍ୟା ଦେଖାଯାଇଥାଏ । ଏବଂ ଏହି ସମସ୍ୟା ଥରେ ଆରମ୍ଭ ହେଲେ ଭଲ ହେବା ନାମ ଧରିନଥାଏ । ଆପଣ ଏଥି ପାଇଁ ଲେମ୍ବୁ, ଦହି ଇତ୍ୟାଦିର ବ୍ୟବହାର କରୁଛନ୍ତି କିନ୍ତୁ ଆପଣ ଜାଣନ୍ତି କି ଏଥି ପାଇଁ ଡିସପ୍ରିନ ଏକ ରାମ ବାଣ ପରି କାମ କରିଥାଏ । ଡିସପ୍ରିନର ଦୁଇଟି ଟ୍ୟାବଲେଟକୁ ଗୁଣ୍ଡ କରି ଦୁଇ ଚାମଚ ସ୍ୟାମ୍ପୁରେ ମିଶାନ୍ତୁ ଏବଂ ୫ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହାକୁ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଆପଣ ଦୁଇ ତିନି ଥର କରିବା ପରେ ରୂପି ସମସ୍ୟା ଦୂର ହେବାର ଦେଖିବେ ।
୨. ଭେଜିଟେବଲ ଅଏଲ –ବର୍ତ୍ତମାନ ସମସ୍ତେ ନଖର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଚାହାନ୍ତି । ତେଣୁ ଏଥି ପାଇଁ ଭେଜିଟେବଲ ଅଏଲ ଖୁବ ଭଲ । ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ନଖରେ ଏହି ତେଲକୁ ଭଲ ଭାବେ ମସାଜ କରନ୍ତୁ । ଏହା କିଛି ଦିନ କରିବା ଦ୍ୱାରା ନଖ ଭଲ ହେବା ସହିତ ଟାଣ ଏବଂ ଚମକଦାର ହୋଇଥାଏ ।
୩. ଟୁଥ ପେଷ୍ଟ – ଟୁଥ ପେଷ୍ଟ ଦାନ୍ତ ସଫା କରିବା ସହିତ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ଲାଗିଥାଏ । ଯେପରିକି ବ୍ରଣ ଦୂର କରିବା ସ୍କ୍ରବ କରିବା ଇତ୍ୟାଦିରେ । ଏଥିରେ ଥିବା ଟ୍ରିକ୍ସନ ଏବଂ ହାଇଡ୍ରୋଜେନ ପେରକ୍ସାଇଡ ଥିବାରୁ ଏହା ବ୍ରଣ ପାଇଁ ଖୁବ ଭଲ କାମ କରିଥାଏ । ବ୍ରଣ ହୋଇଥିବା ସ୍ଥାନରେ କିଛି ଟୁଥ ପେଷ୍ଟ ଲଗାଇ ୧୦ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ ।
. ରସୁଣ ,ପିଆଜ ଜୁସ – ଲମ୍ବା କେଶ ପାଇଁ ପିଆଜ ଏବଂ ରସୁଣର ଜୁସ ଖୁବ ହିତକର । କେଶ ଧୋଇବା ପୂର୍ବରୁ ପିଆଜର ଜୁସ ପ୍ରସ୍ତୁତ କରନ୍ତୁ । ଏହାକୁ କେଶରେ ଲଗାଇ ୧୫ ମିନିଟ ରଖନ୍ତୁ ଏବଂ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା କେଶକୁ ଲମ୍ବା କରିବା ସହିତ କେଶକୁ ଚମକଦାର ମଧ୍ୟ କରିଥାଏ । କେଶରେ ସାଇନିଙ୍ଗ ଗୁଣକୁ ବୃଦ୍ଧି କରିବା ପାଇଁ ରସୁଣ ଜୁସ ଖୁବ ଉପକାରୀ । ଏହି ଜୁସ ସହିତ ଆପଣ ଲେମ୍ବୁ କିମ୍ବା ଦହି ମଧ୍ୟ ମିଶାଇ ପାରିବେ ।
୫. ବେକିଙ୍ଗ ସୋଢା ଏବଂ ଲେମ୍ବୁ ରସ – ଦାନ୍ତର ହଳଦିଆ ଅଂଶ ଏବଂ ଦୁର୍ଗନ୍ଧ ଦୂର କରିବା ପାଇଁ ବେକିଙ୍ଗ ସୋଢା ଏଭଂ ଲେମ୍ବୁ ରସ ଖୁବ ଉପକାରୀ । ବେକିଙ୍ଗ ସୋଢା ଏବଂ ଲେମ୍ବୁ ରସର ଏକ ସ୍ମୁଥ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଦାନ୍ତରେ ଲଗାଇ କିଛି ସମୟ ତଥା ୨ରୁ ୩ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଏବଂ ଏକ ଟିସୁ ପେପରେ ପୋଛି ଦିଅନ୍ତୁ । ଏବଂ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାର ୩୦ମିନିଟ ପ ର୍ଯ୍ୟନ୍ତ ପାଣି କିମ୍ବା କୌଣସି ଖାଦ୍ୟ ଖାଆନ୍ତୁ ନାହିଁ ।


Share It

Comments are closed.