ଘରୋଇ ଉପଚାର ଦ୍ୱାରା କିପରି ରଖିବେ ଆଇବ୍ରୋକୁ ସୁନ୍ଦର, ଜାଣନ୍ତୁ


ଆଇବ୍ରୋ ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟ ବଢାଇଥାଏ । ଯଦି ଆପଣଙ୍କ ଆଇବ୍ରୋ ଠିକ ସେପରେ ରହେ ତେବେ ଆପଣଙ୍କ ଆଖି ସୁନ୍ଦର ଦେଖାଯାଏ । ଆଖି ଚାରିପାଖର ତ୍ୱଚା ବହୁତ କୋମଳ ହୋଇଥାଏ । ଏଣୁ ଏହି ସ୍ଥାନରେ କୌଣସି କେମିକାଲର ବ୍ୟବହାର ନକରି ପ୍ରାକୃତିକ ଉପାଦାନ ର ବ୍ୟବହାର କରିବା ଉଚିତ । ତେଣୁ ଏହାର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାର ସୌନ୍ଦର୍ଯ୍ୟ କୁ ଆହୁରି ଦ୍ୱିଗୁଣିତ କରିପାରିବା । ବହୁ ଗବେଷଣାରୁ ଜଣାପଡ଼ିଛି ଯେ ନଡ଼ିଆ ତେଲ ଆଇବ୍ରୋ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ନଡ଼ିଆ ତେଲରେ ଫ୍ୟାଟି ଏସିଡ ଓ ବହୁ ଆଣ୍ଟି ଅକ୍ସିଡାଣ୍ଟ ରହିଛି ଯାହା କେଶ ଓ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ଏହା ଆମ ତ୍ୱଚାକୁ ମଶ୍କରାଇଜ୍ଡ ଓ ମଜଭୁତ ରଖିଥାଏ ।
୧-ପ୍ରତିଦିନ ଗାଧୋଇବା ପୂର୍ବରୁ କିମ୍ବା ପରେ ଅଳ୍ପ ନଡ଼ିଆ ତେଲ ହାତରେ ଆଣି ଆଇବ୍ରୋରେ ଲଗାନ୍ତୁ କିମ୍ବା ମସାଜ କରନ୍ତୁ ,ଏହା ଆପଣଙ୍କ ଆଇବ୍ରୋକୁ ଘନ କରିଥାଏ ଏବଂ ଝଡିବାରୁ ରୋକିଥାଏ ।
୨-ନଡ଼ିଆ ତେଲ ଆଇବ୍ରୋକୁ ଗହବା କରିବା ସହ ସୁନ୍ଦର ସେପ ଦେଇଥାଏ । ଏଥିପାଇଁ ରାତିରେ ଶୋଇବା ଆଗରୁ ଆଇବ୍ରୋରେ ନଡ଼ିଆ ତେଲ ଲଗାଇ ତାକୁ ରାତିସାରା ସେହିପରି ରଖନ୍ତୁ । ନଡ଼ିଆ ତେଲ ରେ ଆଣ୍ଟି ଏଜିଂ ଗୁଣ ମଧ୍ୟ ରହିଛି । ଆଖି ଚାରିକଡ଼େ ନଡ଼଼ିଆ ତେଲର କେଇବୁନ୍ଦା ନେଇ ମସାଜ କରନ୍ତୁ ,ଏହା ଦ୍ୱାରା ସ୍କିନ ମୁଲାୟମ ଓ ଚମକଦାର ହୋଇଥାଏ । ଏହାର ନିୟମିତ ବ୍ୟବହାର ତ୍ୱଚାରେ ଭାଙ୍ଗ ଦୂର କରିଥାଏ ଓ ଆଖି ଚାରିପାଖର କଳାଦାଗକୁ ଦୂର କରିଥାଏ ।
୩-ଥ୍ରେଡିଂ ପୂର୍ବରୁ ଆଖିରେ କୌଣସି କ୍ରିମ କିମ୍ବା ଲୋସନ ଲଗାନ୍ତୁ ନାହିଁ । କାରଣ ତ୍ୱଚା ଯେତେ ଡ୍ରାଏ ରହିବ ସେତେ ଅଧିକ ସେପ୍ ରହିବ । ଏଣୁ ଥ୍ରେଡିଂ ପୂର୍ବରୁ ମୁହଁକୁ ଭଲ ଭାବରେ ସାମାନ୍ୟ ଉଷୁମ ପାଣିରେ ଧୋଇ ପୋଛି ନିଅନ୍ତୁ ।ଏହାଦ୍ୱାରା ଥ୍ରେଡିଂ ସମୟରେ ଅଧିକ କଷ୍ଟ ହୋଇନଥାଏ । ଏସବୁ ଊପାୟ ଅବଲମ୍ବନ ପରେ ମଧ୍ୟ ଯଦି କଷ୍ଟ ହୋଇଥାଏ ତେବେ ଶେେଇବା ଆଗରୁ ଆଇବ୍ରୋରେ ନଡ଼ିଆ ତେଲ ଲଗାନ୍ତୁ ।ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିବ ।


Share It

Comments are closed.