ରମ୍ ସ୍ୱାସ୍ଥ୍ୟ ପ୍ରତି କେତେ ଉପକାରୀ ଜାଣନ୍ତୁ


ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ତ ସମସ୍ତେ ଜାଣିଥିବେ କିନ୍ତୁ ସଠିକ ମାତ୍ରାରେ ଏହାର ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କୁ କେତେ ଫାଇଦା ଯୋଗାଇଥାଏ, ଏଥି ସଂପର୍କରେ ବିଶେଷ କେହି ଅବଗତ ନଥାନ୍ତି । ତେବେ ଆସନ୍ତୁ ରମ୍ ପିଇବାର ଫାଇଦା ସଂପର୍କରେ ଜାଣିବା । ରମରେ ଅନେକ ଔଷଧୀୟ ଗୁଣ ଭରି ରହିଛି ଏବଂ ଏହାର ସଠିକ ପରିମାଣ ପାନ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ବେଶ ଫାଇଦା ମଧ୍ୟ ମିଳିଥାଏ ।
ରମ୍ ଗହମରୁ ପ୍ରସ୍ତୁତ ହୋଇଥାଏ ଏବଂ ଏଥିରେ କ୍ୟାରିବିଆଇ ଏବଂ ଆଲକହଲ ରହିଥାଏ । ସ୍ୱାଦ ଅନୁଯାଇ ରମ ଟିକେ ମିଠା ହୋଇଥାଏ । ରମ ଯେତେ ପୁରୁଣା ହେବ ତାହା ସ୍ୱାସ୍ଥ୍ୟ ପକ୍ଷେ ସେତେ ଉପକାରୀ ଅଟେ । ପ୍ରାୟତଃ ଏହା ନାଲି ରଙ୍ଗର ଥାଏ କିନ୍ତୁ ଏହା ଯେତେ ପୁରୁଣା ହୋଇ ଯିବ ତାହାର ରଙ୍ଗରେ ପରିବର୍ତ୍ତନ ଘଟିଥାଏ ।
ବେଳେବେଳେ ଲୋକମାନେ ରମର ମାତ୍ରାଧିକ ସେବନ କରିଥାନ୍ତି, ଯାହାକି ସଂପୂର୍ଣ୍ଣ ଠିକ ନୁହଁ । ଏହାର ଏକ ନିର୍ଦ୍ଧିଷ୍ଟ ମାତ୍ରା ସେବନ କରିବା ଦ୍ୱାରା ଆପଣଙ୍କୁ ବେଶ ଫାଇଦା ମିଳିଥାଏ ।
୧- ରମ୍ ପିଇବା ଦ୍ୱାରା ଶରୀରରୁ ପୀଡା ସମସ୍ୟା ଦୂର ହେବା ସହ ମାଂସପେଶୀରୁ ହେଉଥିବା ଯନ୍ତ୍ରଣା ମଧ୍ୟ କମିଯାଇଥାଏ ।
୨- ଏହା ଦ୍ୱାରା ଶରୀରରେ ଅନେକ ରୋଗ ହେବାର ଆଶଙ୍କା ମଧ୍ୟ କମିଥାଏ । ଯାହା ଦ୍ୱାରା ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିିକୁ ମଜବୁତ କରିବାରେ ବେଶ ସହାୟକ ହୋଇଥାଏ ।
୩- ଏହା ପିଇବା ଦ୍ୱାରା ଶରୀରରେ ଉତ୍ତାପ ବୃଦ୍ଧି ହୋଇଥାଏ । ଥଣ୍ଡା ଦିନେ ଲୋକମାନେ ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି ।
୪- ରମ୍ ପିଇବା ଦ୍ୱାରା ଫୁସଫୁସ ଜନିତ ସମସ୍ୟା ମଧ୍ୟ ଦେଖାଦେଇନଥାଏ । ଏହା ଦ୍ୱାରା ଶରୀରରେ ହୃଦଘାତ ଏବଂ କ୍ୟାନସର ଭଳି ରୋଗର ଆଶଙ୍କା ମଧ୍ୟ କମିଯାଇଥାଏ । ଏହା ପିଇବା ଦ୍ୱାରା ଶରୀରେ ଡାଇବେଟିସ ମାତ୍ରା ମଧ୍ୟ ନିୟନ୍ତ୍ରଣିତ ହୋଇଥାଏ ।
କିନ୍ତୁ ସବୁଠାରୁ ମୁଖ୍ୟ କଥା ହେଲା ଏହାର ମାତ୍ରାଧିକ ବ୍ୟବହାର ଶରୀରକୁ ହାନିକାରକ ହୋଇଥାଏ । ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଏହାକୁ ସେବନ କରିବା ଲାଭଦାୟକ ଅଟେ ।


Share It

Comments are closed.