ଆପଣ ସ୍ୱପ୍ନ ଦେଖୁଛନ୍ତି କି, ତେବେ ସ୍ୱପ୍ନ ସମ୍ପର୍କିତ କ’ଣ ରହିଛି ରୋଚକ ତଥ୍ୟ ଜାଣନ୍ତୁ


ସ୍ୱପ୍ନ ହେଉଛି ଜୀବନର ସବୁଠାରୁ ରହସ୍ୟମୟ ଏବଂ ଅଭୁତପୂର୍ବ ଅନୁଭୂତି ଯାହାକୁ ଭଗବାନଙ୍କ ବାର୍ତ୍ତା ବୋଲି ମଧ୍ୟ ବିଶ୍ୱାସ କରାଯାଏ । ତେବେ ଏହି ସ୍ୱପ୍ନକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କୀତ କେତେକ ରୋଚକ ତଥ୍ୟ । ମାତ୍ର ୫ମିନିଟ ଚାଲିବା ମଧ୍ୟରେ ଆପଣ ନିଜ ସ୍ୱପ୍ନର ଅର୍ଦ୍ଧେକ ଭୁଲିଯାଇଥିବା ବେଳେ,୧୦ ମିନିଟ ମଧ୍ୟରେ ଆପଣ ୧୦୦% ଭୁଲିଯାଆନ୍ତି । ଆପଣ ବୋଧହୁଏ ଜାଣନ୍ତି ନାହିଁ ଯେଉଁମାନେ ଜନ୍ମ ପରେ ଅନ୍ଧ ହୋଇଯାନ୍ତି ସେମାନେ ନିଜ ସ୍ୱପ୍ନରେ ଭିନ୍ନ ଛବି ଦେଖିଥାନ୍ତି ।

ସେହିଭଳି ଜନ୍ମରୁ ଅନ୍ଧ ହୋଇଥିବା ଲୋକମାନେ କୌଣସି ଦୃଶ୍ୟ ଦେଖି ପାରନ୍ତି ନାହିଁ କିନ୍ତୁ ସେମାନେ ନିଜର ଶବ୍ଦ ବାରିବା, ଶୁଙ୍ଘିବା, ସ୍ପର୍ଷ ଏବଂ ଆବେଗ ଆଧାରିତ ଜୀବନ୍ତ ସ୍ୱପ୍ନ ଦେଖିପାରନ୍ତି । ଆମ ମସ୍ତିସ୍କ ସ୍ୱପ୍ନରେ କୌଣସି ନୁତନ ଚେହେରାର ଆବିଷ୍କାର କରିନଥାଏ । ଆମେ ନିଜ ଜୀବନକାଳ ମଧ୍ୟରେ ଅନେକ ଚେହେରା ଦେଖିଥାଉ ଏବଂ ସେହି ସମସ୍ତ ଚେହେରା ସ୍ୱପ୍ନ ମାଧ୍ୟମରେ ଆସିଥାଏ ଯାହା ଆମକୁ ଅଜଣା ଭୋଲି ମନେ ହୋଇଥାଏ । ୧୯୧୫ରୁ ୧୯୫୦ ପର୍ଯ୍ୟନ୍ତ ହୋଇଥିବା ଅଧ୍ୟୟନ ଅନୁଯାୟୀ ଅଧିକାଂଶ ମନୁଷ୍ୟ ନିଜ ଜୀବନରେ କଳାଧଳା ସ୍ୱପ୍ନ ଦେଖୁଥିଲେ କିନ୍ତୁ ୧୯୬୦ରୁ ଏଥିରେ ପରିବର୍ତ୍ତନ ଦେଖାଦେଲା ।

ବର୍ତ୍ତମାନ ୨୫ରୁ କମ ବୟସ୍କଙ୍କ ଠାରେ କେବଳ ୪.୪% ସ୍ୱପ୍ନ କଳାଧଳା ହୋଇଥାଏ । ବର୍ତ୍ତମାନ ପ୍ରଚଳିତ କଲର ଟିଭି ଏଥିପାଇଁ ଦାୟୀ ବୋଲି ଗବେଷଣାରୁ ଜଣା ପଡ଼ିଛି । ସ୍ୱପ୍ନ ଗୁଡ଼ିକରେ ସକାରାତ୍ମକ ତୁଳନାରେ ନକାରାତ୍ମକ ଆବେଗ ଅଧିକ ଦେଖାଦେଇଥାଏ । ଆମେ ପ୍ରତ୍ୟେକ ରାତିରେ ହାରାହାରି ଚାରୋଟି ସ୍ୱପ୍ନ ଦେଖିଥାଉ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଣିଷଙ୍କ ପରି ପଶୁମାନେ ମଧ୍ୟ ସ୍ୱପ୍ନ ଦେଖନ୍ତି । ଆପଣ ଅନେକ ସମୟରେ କୁକୁରକୁ ଶୋଇବା ସମୟରେ କିଛି କିଛି ଭିନ୍ନ ଚଳନ କରୁଥିବାର ଲକ୍ଷ୍ୟ କରିଥିବେ । ଅନେକ ସମୟରେ ଆପଣଙ୍କ ପାରିପାଶ୍ୱର୍କ ଘଟଣା ଆପଣଙ୍କ ସ୍ୱପ୍ନରେ ଆସିଥାଏ । ଯେମିତିକି ଆପଣ କୌଣସି କନସର୍ଟରେ ଥିବାର ସ୍ୱପ୍ନ ଦେଖୁଥିବା ବେଳେ ଆପଣଙ୍କ ଘରେ ଟିଭିରେ କୌଣସି କାର୍ଯ୍ୟକ୍ରମ ଚାଲିଥାଏ । ଏହା ବ୍ୟତୀତ ମହିଳା ଏବଂ ପୁରୁଷଙ୍କ ସ୍ୱପ୍ନ ମଧ୍ୟ ଭିନ୍ନ ହୋଇଥାଏ ।


Share It

Comments are closed.