ଅଶୁଭ ସମୟ ଦୂର କରିବ ମାଟି ପଦାର୍ଥ


ଜ୍ୟୋତିଷ ଶାସ୍ତ୍ରରେ ମାଟିକୁ ମଙ୍ଗଳର କାରକ ବୋଲି କୁହାଯାଏ । ଏହାର ଉପଯୋଗରେ ମଙ୍ଗଳ ଦୋଷ ଦୂର ହୋଇଥାଏ । ଏହି କାରଣରୁ ମାଟିକୁ ଜୀବନରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । ମାଟିର ଉପଯୋଗ କରି ଆମେ ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ମଙ୍ଗଳ କାରଣରୁ ଉପୁଜୁଥିବା ପ୍ରତିବନ୍ଧକକୁ ସାମ୍ନା କରିପାରିବେ । ମାଟିରେ ତିଆରି ବାସନକୁସନ ମୂର୍ତ୍ତି କିମ୍ବା ଆପଣଙ୍କ ଭାଗ୍ୟ ଚମକାଇ ପାରିବ ।
୧. ଘରେ ଅଧିକ ରୁ ଅଧିକ ମାଟି ପାତ୍ର ବ୍ୟବହାର କଲେ ବହୁ ଶୁଭଫଳ ମିଳିଥାଏ । ଏସାର ପଛରେ ଉଭୟ ଧାର୍ମିକ ଏବଂ ଓ ବୈଜ୍ଞାନିକ କାରଣ ରହିଛି । ଘରେ ମାଟିରେ ତିଆରି କିଛି ସ୍ୱତନ୍ତ୍ର ପଦାର୍ଥ ଜୀବନରେ ସୁଖ ଶାନ୍ତି ଭରି ଯାଇଥାଏ । ଏହି ସମସ୍ତ ମାଟି ପଦାର୍ଥ ମଙ୍ଗଳ ତଥା ଅନ୍ୟ ଗ୍ରହ ସହ ସମ୍ବନ୍ଧ ରହିଥିବା କାରଣରୁ ଏହା ଜୀବନ ପାଇଁ ଶୁଭଦାୟକ ହୋଇଥାଏ ।
୨. ଘରେ ମାଟିରେ ନିର୍ମିତ ଇଶ୍ୱରଙ୍କ ମୂର୍ତ୍ତି ରଖନ୍ତୁ ଏହା ଦ୍ୱାରା ମଙ୍ଗଳ ଏବଂ ଗୁରୁର ଅଶୁଭ ପ୍ରଭାବ ନଷ୍ଟ ହୋଇଯାଏ ।
୩. ଘରେ ମାଟି ପାତ୍ରରେ ପାଣି ଭରି ରଖିବା ଦ୍ୱାରା ଚନ୍ଦ୍ର ଏବଂ ମଙ୍ଗଳଙ୍କର ଶୁଭ ପ୍ରବାହ ପରିଲକ୍ଷିତ ହୋଇଥାଏ । ଯାହା ଫଳରେ ମା ଲକ୍ଷ୍ମୀଙ୍କ ଯୋଗରୁ ଧନ ଲାଭ ମଧ୍ୟ ହୋଇଥାଏ । ମାଟି ମାଠିଆ ଦାନ କରିବା ଦ୍ୱାରା ଭାଗ୍ୟ ଚମିକିବା ସହ ହଠାତ ଧନଲାଭ ଯୋଗ ସୃଷ୍ଟି ହୋଇଥାଏ ।
୪. ଘରେ ତୁଳସୀ ଚଉରା ମୂଳେ ମାଟି ଦୀପ ଜଳାଇ ରଖିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏପରି କରିବା ଦ୍ୱାରା ଘରେ ଶାନ୍ତି ବଜାୟ ରହିଥାଏ । ଆୟ ବଢିବା ସହ ସଞ୍ଚୟର ରାସ୍ତା ମଧ୍ୟ ଖୋଲିଯାଇଥାଏ ।
୫. ମାଟି ପାତ୍ରରେ ଚା ଓ ଲସି ପିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ରୂଣ ବୋଝରୁ ମୁକ୍ତି ପାଇବେ । ଏହା ସହିତ ଅଯଥା ଖର୍ଚ୍ଚ ଓ ଆର୍ଥିକ କ୍ଷତି ମଧ୍ୟ ରକ୍ଷା ପାଇବେ


Share It

Comments are closed.