୧୫୦ତମ ଷ୍ଟୋର୍‌ର ସଫଳ ଉନ୍ମୋଚନକୁ ପାଳନ କରିଛି ସୋଚ୍‌


ଭୁବନେଶ୍ୱର : ସମସ୍ତ ପ୍ରକାରର ଏଥ୍‌ନିକ୍ ୱେୟାର୍ ପାଇଁ ଭାରତର ଅଗ୍ରଣୀ ଫ୍ୟାଶନ ଗନ୍ତବ୍ୟସ୍ଥଳୀ ସୋଚ୍ ଗତ ଅଗଷ୍ଟ ୧୫ ତାରିଖ, ୨୦୨୨ରେ ବେଙ୍ଗାଲୁରୁଠାରେ ଏହାର ୧୫୦ତମ ଷ୍ଟୋର୍‌ର ଶୁଭାରମ୍ଭ କରିଥିଲା । ଏହି ଷ୍ଟୋର୍ ସହିତ ସୋଚ୍ ନିଜର ଯାତ୍ରା ଓ ଏହାକୁ ସଫଳ କରିଥିବା ଗ୍ରାହକଙ୍କୁ ସେଲିବ୍ରେଟ୍ କରିଛି । ଏହି ଉତ୍ସବରେ ସାମିଲ ହେବା ପାଇଁ ସୋଚ୍‌ ପକ୍ଷରୁ ଦେଶର ୫୯ଟି ସହରରେ ଥିବା ଏହାର ଷ୍ଟୋର୍‌ଗୁଡିକୁ ଏହାର ବିଶ୍ୱସ୍ତ ଗ୍ରାହକମାନଙ୍କୁ ଆମନ୍ତ୍ରିତ କରାଯାଇଛି । ଏହି ସେଲିବ୍ରେଶନ ସମୟରେ ଗ୍ରାହକମାନେ ସୋଚ୍‌ର ଯେକୌଣସି ଷ୍ଟୋର୍‌ରେ ୧୦,୦୦୦ ଟଙ୍କା ମୂଲ୍ୟର ଭାଉଚର୍ ଜିତିପାରିବେ । କମ୍ପାନୀର ଦେଶବ୍ୟାପୀ ଆଉଟ୍‌ଲେଟ୍‌ଗୁଡିକରେ ନୂଆ ଡିଜାଇନର ଫୁଲ୍ ଷ୍ଟକ୍ ରହିବ ଯାହାକୁ ସୁନ୍ଦର ଫ୍ୟାବ୍ରିକ୍‌ରେ ଚମତ୍କାର ସିଲ୍‌ହୌଟେ ଓ ଜୀବନ୍ତ ରଙ୍ଗ ସହ ଯତ୍ନର ସହ ନିର୍ମାଣ କରାଯାଇଛି ।
୧୫୦ତମ ଷ୍ଟୋର୍‌ର ଉଦ୍ଘାଟନ ସଫଳତା ଉପରେ ସୋଚ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ସିଇଓ ବିନୟ ଚଟ୍‌ଲାନି କହିଛନ୍ତି, “ଆମର ୧୫୦ତମ ଷ୍ଟୋର୍‌ର ଶୁଭାରମ୍ ଅବସରକୁ ଆମେ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲୁ ଏବଂ ଏକ ବ୍ରାଣ୍ଡ ଭାବେ ଆମ ଅଭିବୃଦ୍ଧିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ବୋଲି ଆମେ ଅନୁଭବ କରୁଛୁ । ଆମେ ଦେଶବ୍ୟାପୀ ଓ ଫ୍ୟାଶନ ଶିଳ୍ପରେ ଆମର ଉପସ୍ଥିତିକୁ ସ୍ଥାପନ କରିଛୁ । ଆମର କାହାଣୀ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିଲା ଏବଂ ଆମର ୧୫୦ତମ ଷ୍ଟୋର୍ ମଧ୍ୟ ବେଙ୍ଗାଲୁରୁରେ ଖୋଲିଛି । ଆମେ ଗ୍ରାହକଙ୍କ ପାଇଁ ସମୃଦ୍ଧ ଅଭିଜ୍ଞତା ଆଣିବାକୁ ବିଶ୍ୱାସ ରଖିଛୁ ଏବଂ ୧୫୦ଟି ଷ୍ଟୋର୍‌ ଆମ ଯାତ୍ରାରେ କେବଳ ପ୍ରଥମ ସଫଳତା ଅଟେ ।” ସୋଚ୍ ଦୀର୍ଘ ୧୬ ବର୍ଷ ମଧ୍ୟରେ ଏକ ମଜଭୁତ ଖୁଚୁରା ଓ ଅନ୍‌ଲାଇନ୍ ଉପସ୍ଥିତି ହାସଲ କରିଛି । ଜାତୀୟ ସ୍ତରରେ ୧୫୦ଟି ଷ୍ଟୋର୍ ସହିତ ସୋଚ୍ ଭାରତୀୟ ବଜାରରେ ଏକ ଟ୍ରେଣ୍ଡସେଟର୍‌ରେ ପରିଣତ ହୋଇଛି ଏବଂ ଗ୍ଲାମର୍‌ସ୍ ଓ
ସୁ-ନିର୍ମିତ ଫ୍ୟାଶନର ପ୍ରଭାବରେ ବିଶ୍ୱାସ ରଖିବା ଜାରି ରଖିଛି ।


Share It

Comments are closed.