ନାତି ସହ ରିଲାଏନ୍ସ ଚିଫ ମୁକେଶ ଅମ୍ବାନୀଙ୍କ ଫଟୋ ଭାଇରାଲ: ଖୁସିରେ ଜିଓ ସେବାକୁ ଏକ ବର୍ଷ ପାଇଁ ମାଗଣା କରିବା ପାଇଁ କହିଲେ ୟୁଜର


ବିଲିୟନେୟାର ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୁରୁବାର ଜେଜେ ହୋଇଛନ୍ତି। ଅମ୍ବାନୀ ପରିବାରର ମୁଖପାତ୍ର କହିଛନ୍ତି ଯେ ଶ୍ଲୋକା ଏବଂ ଆକାଶ ଅମ୍ବାନୀ ମୁମ୍ବାଇରେ ଏକ ଶିଶୁପୁତ୍ରର ପିତାମାତା ହୋଇଛନ୍ତି। ନୀତା ଏବଂ ମୁକେଶ ଅମ୍ବାନୀ ପ୍ରଥମ ଥର ପାଇଁ ଜେଜେମା ଓ ଜେଜେବାପା ହୋଇଥିବାରୁ ବେଶ ଆନନ୍ଦିତ ଅଛନ୍ତି । ଏକ ନୂତନ ସନ୍ତାନର ଆଗମନ ମେହେଟ୍ଟା ଏବଂ ଅମ୍ବାନୀ ପରିବାର ପାଇଁ ବହୁତ ଆନନ୍ଦ ଆଣିଦେଇଛି | ଉଭୟ ମା ଓ ପୁଅ ଭଲ ଅଛନ୍ତି। ”ବୋଲି କୁହାଯାଇଛି ।

ମୁକେଶ ଅମ୍ବାନୀ ନାତିଙ୍କ ସହ ପ୍ରଥମ ଫଟୋ ଉଠାଇ ସାରିଛନ୍ତି, ଯାହା ସୋସିଆଲରେ ଅଧିକ ଭାଇରାଲ ହେବାରେ ଲାଗିଛି |


ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ତାଙ୍କ ଉପରେ ମଜାଳିଆ ମେମ ଏବଂ ମନ୍ତବ୍ୟ ଦେଉଛନ୍ତି | କିଛି ଲୋକ ମୁକେଶ ଅମ୍ବାନୀଙ୍କୁ ଥଟ୍ଟା କରି ଜେଜେବାପା ହେବାର ଆନନ୍ଦରେ JIO ସେବାକୁ ଏକ ବର୍ଷ ପାଇଁ ମାଗଣା କରିଦେବା ପାଇଁ କହିଛନ୍ତି |
ଦେଖନ୍ତୁ ଏହାର କିଛି ମଜାଦାର ଟୁଇଟ୍


Share It

Comments are closed.