ଘୁଙ୍ଗୁଡ଼ି ମାରୁଥିଲେ ସତର୍କ ହୋଇ ଯାଆନ୍ତୁ, ଗମ୍ଭୀର ସମସ୍ୟାରେ ପଡି ପାରନ୍ତି


ଆମ ସମସ୍ତଙ୍କ ନଜରରେ ଏପରି ବହୁତ ଲୋକ ଥିବେ ଯେ ଶୋଇବା ବେଳେ ଖୁବ ଜୋରରେ ଘୁଙ୍ଗୁଡ଼ି ମାରନ୍ତି । ତେବେ ଘୁଡ଼ୁଙ୍ଗି କଣ ପାଇଁ ହୁଏ । ଯେତେବେଳେ ଆପଣ ଘୁଙ୍ଗୁଡ଼ି ମାରନ୍ତି ସେତେବେଳେ ପ୍ରକୃତରେ କିଛି ସେକେଣ୍ଡ ପାଇଁ ଆପଣଙ୍କ ନିଶ୍ୱାସ ବନ୍ଦ ହୁଏ ଏବଂ ପୁଣି ଆପେ ଆପେ ପୁଣି ଚାଲେ । କିଛି କ୍ଷେତ୍ରରେ, ନିଶ୍ୱାସ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ (ଏକ ମିନିଟ ପର୍ଯ୍ୟନ୍ତ) ବନ୍ଦ ହୋଇଥାଏ, ଯାହାକୁ ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପନିଆ (ଓଏସ୍ଏ) କୁହାଯାଏ। ଭାରତରେ, ୨.୪% ରୁ ୩.୪% ପୁରୁଷଙ୍କ ଠାରେ ଏହା ଦେଖା ଯାଉଥିବା ବେଳେ, ମହିଳାଙ୍କ ଠାରେ ଏହି ହାର ହେଉଛି ୧-୨% । ବୟସ ବଢ଼ିବା ସହିତ ଏହାର ମାତ୍ରା ବଢ଼େ । ତେବେ ୩୦ ରୁ ୭୦ ବର୍ଷ ବୟସ ଭିତରେ ୩୪% ପୁରୁଷ ଏବଂ ୧୭% ମହିଳାଙ୍କ ଠାରେ ଘୁଙ୍ଗୁଡ଼ି ସମସ୍ୟା ଦେଖାଦେଇଥାଏ ।

ଘୁଙ୍ଗୁଡ଼ିର ସବୁଠୁ ଖରାପ ଦିଗଟି ହେଉଛି, ଅଧିକାଂଶ ରାତି ଶୋଇବାରେ ବ୍ୟାଘାତ ସୃଷ୍ଟି କରିବା, ଯାହା ଦ୍ୱାରା ବ୍ୟକ୍ତି ଜଣଙ୍କ ଶୋଇକି ଉଠିବା ପରେ କ୍ଲାନ୍ତ ଅନୁଭବ କରନ୍ତି । ସଗାଜତା କମିଯାଏ, ତେଣୁ କାର୍ ଚଲାଇବା କିମ୍ବା ବିଦ୍ୟୁତ ସାମଗ୍ରୀ ଆଦିରେ କାମ କରିବାର ଦକ୍ଷତା କମିଯାଏ । ମାତ୍ର ନିଦ୍ରାରୁ ବଂଚିତ ରହିବାର ଏକ ବଡ଼ ଖରାପ ପ୍ରଭାବ ହେଉଛି ଡାଇବେଟିସ୍ ମେଲିଟସ୍, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ଭଳି ଜଟିଳ ରୋଗ ସୃଷ୍ଟି ହେବା ଏବଂ ସ୍ଥିତି ଖରାପ ଆଡ଼କୁ ଗତି କରିବା ।

ଘୁଙ୍ଗୁଡ଼ି (ଓଏସଏ) ଓ ଡାଇବେଟିସ ମେଲିଟସ୍ ଭିତରେ ସମ୍ପର୍କ ପରୋକ୍ଷ । ଡାଇବେଟିସ ମେଲିଟସ୍ ଯୋଗୁଁ ବିଭିନ୍ନ ସମସ୍ୟା ଯେପରି, ଇନସୋନମିଆ (ଉଭୟ ସ୍ୱଳ୍ପ ଓ ଦୀର୍ଘ କାଳିନ), ପାରାସୋମନିଆ (ଦୁଃସ୍ୱପ୍ନ, ରାତ୍ରି ଆତଙ୍କ, ନିଦରେ ଚାଲିବା ଇତ୍ୟାଦି), ଆରଇଏମ ନିଦ୍ରା ଅଭ୍ୟାସ ଏବଂ ଅନ୍ୟ ଯେକୌଣସି ପ୍ରକାର ନିଦ୍ରା ପ୍ରତିବନ୍ଧକ ଆଦି ଦେଖା ଦେଇଥାଏ । ପୁନଶ୍ଚ, ଘୁଙ୍ଗୁଡ଼ି ହେଉଛି ନିଦ୍ରା ସମସ୍ୟାର ଏକ ଅନ୍ୟତମ କାରଣ, ଏହିପରି ଆହୁରି ଅନେକ କାରଣ ରହିଛି । ଅନ୍ୟ ଏକ ସାଧାରଣ କାରଣ ହେଉଛି ସିଫ୍ଟରେ କାମ କରିବା, ଯେଉଁଠାରେ ଅବେଳାରେ କାମ କରୁଥିବା ଓ ବିଶେଷ କରି ରାତି ସିଫ୍ଟରେ କାମ କରୁଥିବା ଲୋକଙ୍କ ଠାରେ ଏହା ଦେଖାଦିଏ । ମେଦବହୁଳତା ଓ ଘୁଙ୍ଗୁଡ଼ିର ଗଭୀର ସମ୍ପର୍କ ରହିଛି, ଅନେକ ମେଡିକାଲ୍ ବିଶେଷଜ୍ଞ କହନ୍ତି ଯେ ମେଦବହୁଳତା ହେଉଛି ଘୁଙ୍ଗୁଡ଼ିର ପ୍ରମୁଖ କାରଣ । ସମେସ୍ତ ଏହା ବୁଝିପାରିଲେଣି ଯେ ମେହବହୁଳତା ହେଉଛି ଅନେକ ପ୍ରକାର ମେଡିକାଲ୍ ସମସ୍ୟା ଯଥା ଟାଇପ୍-୨ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ହୃଦରୋଗ, ପିଠି ଯନ୍ତ୍ରଣା ଇତ୍ୟାଦିର କାରଣ ଏବଂ ଓଏସଏ ଏହି ସବୁ ମେଡିକାଲ୍ ସମସ୍ୟାର ମାତ୍ରା ବଢ଼ାଇତାଏ । ତେଣୁ ମଣିଷ ଶରୀରକୁ ଦୁଇଟି ବନ୍ଧୁକରେ ଆକ୍ରମଣ କରିବା ଭଳି ମେଦବହୁଳତା କାମ କରେ ।

ଏକ ଆକଳନରୁ ଜଣାପଡ଼ିଛି ଯେ ୩୪ ନିୟୁତ ଭାରତୀୟ ଘୁଙ୍ଗୁଡ଼ିରେ ପୀଡ଼ିତ ଏବଂ ସେମାନଙ୍କ ସମସ୍ତଙ୍କ ଠାରେ ଡାଇବେଟିସ୍ ଦେଖାଦିଏ ନାହିଁ । ଅନ୍ୟ ପକ୍ଷରେ ଡବ୍ଲ୍ୟୁଏଚ୍ଓର ଦକ୍ଷିଣ ଏସିଆ ଆଂଚଳିକ କାର୍ଯ୍ୟାଳୟ (ଏସଇଏଆରଓ) ପକ୍ଷରୁ ଆକଳନ କରାଯାଇଛି ଯେ ଭାରତରେ ୮.୭% ଲୋକ ଡାଇବେଟିସ୍ ଦ୍ୱାରା ପୀଡ଼ିତ । ଯଦି ଯୁବପିଢ଼ି ୮୨୦ ନିୟୁତ ବୋଲି ବିଚାର କରାଯିବ ତେବେ ପୀଡ଼ିତଙ୍କ ସଂଖ୍ୟା ହେବ ୭୦ ନିୟୁତ । ଯଦି ଓଏସଏ୍କୁ ଠିକ୍ ଭାବେ ଚିକିତ୍ସା କରାନଯିବ ଏବଂ ଡାଇବେଟିସ୍ ମେଲିଟସ୍ ପ୍ରତି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାନଯିବ ତେବେ ଭାରତରେ ଡାଇବେଟିସ୍ ପୀଡ଼ିତଙ୍କ ସଂଖ୍ୟା ହଠାତ ବହୁତ ବଢ଼ିଯିବ ।

ଏହି ସମସ୍ୟା ଚିନ୍ତାଜନକ ହୋଇଥିବା ବେଳେ ଏହି କ୍ଷେତ୍ରରେ ବୈଜ୍ଞାନିକଙ୍କ ଦ୍ୱାରା କର ଯାଇଥିବା ଗବେଷଣା ମଧ୍ୟ ସମାନ ଭାବେ ଚିନ୍ତାଜନକ । ଏହି ସମସ୍ୟାର ଧାରାପ୍ରବାହ ଏଭଳି ଭାବେ : ଯେତେବେଳେ ଆପଣ ନିଦ୍ରା ଯାଆନ୍ତି ସେତେବେଳେ ଚଲାବୁଲା କରୁଥିବା ସମୟ ତୁଳନାରେ ଶରୀର କମ୍ କୋର୍ଟିସୋଲ ଓ ଅନ୍ୟାନ୍ୟ ହରମୋନ୍ କ୍ଷରଣ କରେ । ଏହି ହରମୋନଗୁଡ଼ିକ ଶାରିରୀକ ଓ ମାନସିକ ଆହ୍ୱାନକୁ ସାମ୍ନା କରିବାକୁ ଆବଶ୍ୟକ ହୁଏ ଯାହା ଆପଣ ସକାଳରୁ ରାତି ପର୍ଯ୍ୟନ୍ତ ସାମ୍ନା କରନ୍ତି । ଏହି ହରମୋନଗୁଡ଼ିକ ଆପଣଙ୍କ ଶରୀରକୁ ସଜାଗ ରଖେ ଏବଂ ରକ୍ତରେ ଅତିରିକ୍ତ ଗ୍ଲୋକୋଜ ଓ ଅମ୍ଳଜାନ ପ୍ରଦାନ କରି ଶକ୍ତି ପ୍ରଦାନ କରେ ।

ଶରୀରର ବିଭିନ୍ନ ଅଙ୍ଗରେ କୋର୍ଟିସନ୍ ଭିନ୍ନ ଭିନ୍ନ ଭାବେ କାମ କରିଥାଏ, ଯେଉଁଠାର ଭଲ କାମ କରେ ତ କେଉଁ ଠାରେ ଚାପ ପ୍ରଦାନ କରେ । ଅକାମି ସମୟରେ ରକ୍ତ ଭିତରେ ଇନସୁଲିନ ପ୍ରବେଶ କରାଇ ଅତିରିକ୍ତ ଗ୍ଲୋକୁଜ୍କୁ ବାହାର କରାଯାଏ ଏବଂ ତାହାକୁ ଯକୃତରେ ରଖାଯାଏ ଓ ରକ୍ତ ଶର୍କରା ମାତ୍ରା କମିଯାଏ । ଏହା ହେଉଛି ସାଧାରଣ । ମାତ୍ର ମଧ୍ୟ ରାତ୍ରୀରେ ନିଦରେ ଶୋଇଥିବା ବେଳେ ଉଠି ପଡ଼ିଲେ କୋର୍ଟିସଲ୍ କ୍ଷରଣ ବଢ଼ିଯାଏ ଏବଂ ଆପଣ ଶରୀର ହଠାତ କିଛି ଗ୍ଲୋକୁଜ୍ ରକ୍ତନଳୀକୁ ଛାଡ଼ିଦିଏ । ଯେତେବେଳେ ପୁଣି ଆପଣ ଶୋଇପଡ଼ନ୍ତି ଏହି ବ୍ୟବସ୍ଥା ପର୍ଯ୍ୟାୟକ୍ରମେ କମିଯାଏ । ମାତ୍ର ଯେତେବେଳେ ରାତିରେ ବାରମ୍ବାର ନିଦ୍ରା ଭଙ୍ଗ ହୁଏ ଏଥିରେ ତଳ ଉପର ହୋଇଥାଏ ଏବଂ କିଛି ମାତ୍ରାର ଶର୍କରା ଯକୃତରେ ଜମା ହେବା ବଦଳରେ ରକ୍ତରେ ରହିଯାଏ । ରକ୍ତଚାପ ଏବଂ ହୃଦ ସମସ୍ୟା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୁଏ । ଅଧିକ ବିଳମ୍ବ ହୋଇଗଲେ ଆପଣଙ୍କ ନାମ ଡାଇବେଟିସ୍ ରୋଗୀଙ୍କ ଜାତୀୟ ପରିସଂଖ୍ୟାନରେ ସାମିଲ ହୋଇଯାଏ । ହରମୋନ୍, କୋର୍ଟିସଲ ଓ ଇନସୁଲିନ୍ ଭିତରେ ଲଢ଼େଇ ଯୋଗୁ ଖରାପ ନିଦ୍ରା ଯାଉଥିବା ଲୋକଙ୍କ ଠାରେ ଡାଇବେଟିସ୍ ମଧ୍ୟ ଠିକ୍ ଭାବେ କାମ ଦିଏନାହିଁ ।

ଯେଉଁମାନଙ୍କ ଠାରେ ଘୁଙ୍ଗୁଡ଼ି ଥିବା ସନ୍ଦେହ କରାଯାଏ ଡାକ୍ତର ତାଙ୍କର ନିଦ୍ରା ପରୀକ୍ଷା ଯାହାକୁ ପଲିସୋମ୍ନୋଗ୍ରାଫ (ପିଏସଜି) ପରୀକ୍ଷା କୁହାଯାଏ ତାହାକୁ ସ୍ଲିପ୍ ଲ୍ୟାବରେ କିମ୍ବା ଘରେ କରାଇଥାନ୍ତି । ଏକ ପିଏସଜି ପରୀକ୍ଷା ନିଦ୍ରା ଯାଉଥିବା ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସ କିଭଳି ତାହା ନିରୀକ୍ଷଣ କରେ ଏବଂ ମାପିଥାଏ । ଏକ ରାତ୍ରିରେ ଶୋଇବା ବେଳେ ହେଉଥିବା ହିପୋସିଆ ଏବଂ ଉଠିବା ସ୍ତରକୁ ମଧ୍ୟ ଏହା ମାପିଥାଏ । ଓଏସଏର ପରୀକ୍ଷା ପାଇଁ ଗୋଟିଏ ରାତିର ପିଏସଜି ଯଥେଷ୍ଟ ମାତ୍ର ନିଦ୍ରାରେ ଅସମାନତାକୁ ଜାଣିବା ଲାଗି କିଛି ଦିନ ପାଇଁ ଏହି ପରୀକ୍ଷା କରାଇଲେ ଭଲ । ପୁନଶ୍ଚ, ଘରେ ନିଦ୍ରା ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଏ କାରଣ ତାହାର ଦାମ୍ କମ୍ ହୋଇଥିବା ବେଳେ ନିଜ ଘରେ ଆରାମରେ ତାହା କରାଇହୁଏ ।

ଚିରକାଳ ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଥିବାରୁ ଘୁଙ୍ଗୁଡ଼ି ସମସ୍ୟାକୁ ତୁରନ୍ତ ସର୍ଜରି, ସିପିଏବି (କଂଟିନୁଅସ ପଜିଟିଭ ଏୟାର ପ୍ରେସର) କିମ୍ବା ଅନ୍ୟ ଯେକୌଣସି ଉପାୟରେ ଚିକିତ୍ସା କରାଇବା ଜରୁରୀ । ଘୁଙ୍ଗୁଡ଼ି / ଓଏସଏର କାରଣ ଅନୁସାରେ ଚିକିତ୍ସା ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ । ମାତ୍ର ଅଧିକାଂଶ ମାମଲାରେ ଚିକିତ୍ସା ପଦ୍ଧତି ପିପିଏପି ରହିଥାଏ । ସିପିଏପିରେ ଏକ ସ୍ୱତନ୍ତ୍ର ଉପକରଣ ସହାୟତାରେ ବାୟୁକୁ ଚାପ ଦେଇ ପ୍ରବେଶ କରାଯାଏ ଯାହା ଦ୍ୱାରା ପବନ ଯାଉଥିବା ନଳୀ ଖୋଲାରହେ । ବ୍ୟକ୍ତିଗତ ମାମଲା ଓ ବୈଜ୍ଞାନିକ ପଦ୍ଧତି ଉଭୟରେ ଏହା ଉକ୍ରୃଷ୍ଟ ଫଳ ପ୍ରଦାନ କରିଥାଏ ।


Share It

Comments are closed.