ଛିଙ୍କରୁ ଜଣାପଡିବ ବ୍ୟକ୍ତିର ସ୍ୱଭାବ


ବିଭିନ୍ନ କାରଣରୁ ଆମକୁ ଛିଙ୍କ ଆସିଥାଏ । ବିଭିନ୍ନ ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଛିଙ୍କିବା ତରିକା କଛି ଅଲଗା ପ୍ରକାର ହୋଇଥାଏ । ତେବେ ସାଧାରଣତଃ ଭାବେ ଛିଙ୍କିବା ବେଳେ “ଆଁ..ଛୁ ” ବୋଲି ଶବ୍ଦ ହୋଇଥାଏ । ଏହି ଛିଙ୍କିବାକୁ ନେଇ ଆମ ସଂସ୍କୃତିରେ ଶୁଭ ଅଶୁଭ ବିଚାର ମଧ୍ୟ କରାଯାଏ । ସ୍ତାନ, କାଳ, ପାତ୍ର ନିର୍ବିଶେଷରେ ଛିଙ୍କିବାକୁ ନେଇ ଲୋକମାନଙ୍କ ମନରେ ନାନା ପ୍ରକାରର ମନୋଭାବ ମଧ୍ୟ ସୃଷ୍ଟି ହୋଇଥାଏ ।
ଆପଣ ହୁଏତ ଜାଣିନଥିବେ ଏହି ଛିଙ୍କିବା ଶବ୍ଦ “ଆଁ..ଛୁ ” ରୁ ଜଣେ ଅନ୍ୟ ଜଣକର ବ୍ୟକ୍ତିତ୍ୱକୁ ପରଖି ପାରିଥାଏ । କେବଳ ଏତିକି ନୁହେଁ କେଉଁ ବାରରେ କେଉଁ ଦିଗକୁ ଛିଙ୍କିଲେ କ’ଣ ଘଟିବାର ଆଶଙ୍କା ଥାଏ ତାହା ମଧ୍ୟ ସ୍ପଷ୍ଟ ଜଣାପଡିଯାଇଥାଏ ।

୧- ନାଇସ୍ ସ୍ନିଜର – ଏଭଳି ଛିଙ୍କୁଥିବା ବ୍ୟକ୍ତି ସାଧାରଣତଃ ଭଦ୍ର ବ୍ୟକ୍ତି ହୋଇଥାନ୍ତି । ସେମାନଙ୍କୁ ଛିଙ୍କ ଲାଗିଲେ ସେମାନେ ସାଧାରଣତଃ ଥରଟିଏ ଛିଙ୍କି ଥାନ୍ତି ଓ ଅନ୍ୟ କେହି ଛିଙ୍କୁ ଥିବା ସମୟରେ ଦୂରକୁ ଚାଲିଯାଇଥାନ୍ତି । ଏମାନେ ସାଧାରଣତଃ ଉତ୍ତମ ସ୍ୱଭାବର ହୋଇଥାନ୍ତି ଏହା ସହ ଅନ୍ୟକୁ ସାହାଯ୍ୟ କରିବାକୁ ସଦା ଆଗଭର ଥାନ୍ତି ।

୨- ଗେଟ ଇଟ ଡନ – ଏମିତି କିଛି ଲୋକ ଥାନ୍ତି, ଯେଉଁମାନେ ସବୁବେଳେ ବଡ ପାଟିରେ ଛିଙ୍କି ଥାନ୍ତି । ସେହିପରି ବ୍ୟକ୍ତିମାନେ ସବୁ କାମ ଖୁବ ଜଲଦି ଜଲିଦ କରିବା ସହ ଖୁବ ଶୀଘ୍ର କୌଣସି ନିଷ୍ପତି ମଧ୍ୟ ଗ୍ରହଣ କରିଥାନ୍ତି । ସେମାନେ ଭଲ ନେତୃତ୍ୱ ଗ୍ରହଣ କରିବାରେ ପାରଙ୍ଗମ ମଧ୍ୟ ଅଟନ୍ତି ।

୩- ରାଇଟ ସ୍ନିଜରସ – ଏମାନେ ସବୁ କ୍ଷେତ୍ରରେ ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି । ଏମାନଙ୍କ ଆଚରଣ ଖୁବ ମାର୍ଜିତ । ଏମାନଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଉଚ୍ଚକୋଟିର ଆହୁରୀ କେତେକ ବ୍ୟକ୍ତି ଥାନ୍ତି ଯେଉଁମାନେ କି ସବୁବେଳେ ଛିଙ୍କିବା ସମୟରେ ନ ହାତରେ ଟିସୁ ପେପର କିମ୍ବା ରୁମାଲ ବ୍ୟବହାର କରିଥାନ୍ତି । ଏମାନଙ୍କୁ ରାଇଟ ସ୍ନିଜରସ ବୋଲି କୁହାଯାଏ । ଏମାନେ ସବୁକଥା ବେଶ ଦାୟିତ୍ୱ ସହକାରେ ଗ୍ରହଣ କରିବା ସହ ପ୍ରତ୍ୟେକ କାର୍ଯ୍ୟକୁ ସବଚାର ରୂପେ ପୂରଣ କରିଥାନ୍ତି । ତା’ଛଡା ସେମାନେ ସବୁ କଥା ଭଲ ଭାବେ ଚିନ୍ତା କରି ମଧ୍ୟ କରିଥାନ୍ତି ।

୪- ଏନ୍ଥଜିଆଷ୍ଟିକ ସ୍ନିଜର – ଏମାନଙ୍କ ସଂଖ୍ୟା ସଂସାରରେ ସବୁଠାରୁ ବେଶୀ । ଏମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥାନ୍ତି । ଏମାନେ ଖୁବ ମେଳାପୀ ସ୍ୱଭାବର ହୋଇଥାନ୍ତି । ଅନ୍ୟକୁ ଖୁବ ଶୀଘ୍ର ପ୍ରଭାବିତ କରିପାରନ୍ତି ।


Share It

Comments are closed.