ରାମଦେବଙ୍କ ନୂଆ ଗୁରୁମନ୍ତ୍ର, ୨ରୁ ଅଧିକ ସନ୍ତାନ ଥିବା ଲୋକମାନଙ୍କ ଠାରୁ ସମସ୍ତ ସରକାରୀ ସୁବିଧା ଛିନ୍ନ କରାଯାଉ


ଯୋଗ ଗୁରୁ ରାମଦେବ ଦେଶରେ ବଢୁଥିବା ଜନସଂଖ୍ୟାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ବଢୁଥିବା ଜନସଂଖ୍ୟାର ସମାଧାନର ସୂତ୍ର ବାହାର କରିବାକୁ ଯାଇ ରାମଦେବ ସରକାରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ରାମଦେବ କହିଛନ୍ତି ଯେ, “ଯେଉଁମାନଙ୍କର ୨ରୁ ଅଧିକ ସନ୍ତାନ ଅଛନ୍ତି ସେହି ସମସ୍ତଙ୍କୁ ସରକାରୀ ଚାକିରୀ ଏବଂ ଭୋଟ ଦେବାରୁ ମଧ୍ୟ ବଞ୍ଚିତ କରାଯାଉ । ”
ରାମଦେବ ସାମ୍ବାଦିକମାନଙ୍କୁ ଦେଶରେ ବଢୁଥିବା ଜନସଂଖ୍ୟା ପାଇଁ ଚିନ୍ତାପ୍ରକଟ କରି କହିଛନ୍ତି ଯେ, “ବର୍ତ୍ତମାନ ଦେଶରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାର ନିୟନ୍ତ୍ରଣ କରିବାକୁ ହେଲେ ସରକାରଙ୍କୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ସେ ହିନ୍ଦୁ ହୁଅନ୍ତୁ କିମ୍ବା ମୁସଲମାନ ନିୟମ ସମସ୍ତଙ୍କ ପାଇଁ ସମାନ ରହିବ ଓ ୨ରୁ ଅଧିକ ସନ୍ତାନ ଥିବା ଲୋକମାନଙ୍କୁ ସମସ୍ତ ସରକାରୀ ଚାକିରୀ ଏବଂ ଭୋଟ ଦେବାରୁ ମଧ୍ୟ ବଞ୍ଚିତ କରାଯାଉ । ”
ସେମାନଙ୍କ ପ୍ରତି କଠୋର ଅଭିମୁଖ୍ୟ ଯେପରି ଗ୍ରହଣ କରାଯିବ ସେଥିପାଇଁ ରାମଦେବ କହିଛନ୍ତି ଯେ, “ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି ସେମାନଙ୍କୁ ନିର୍ବାଚନ ଲଢିବାରୁ ବଞ୍ଚିତ କରାଯିବା ସହ ସେମାନଙ୍କ ପିଲା ଛୁଆ ଯେପରି ସରକାରୀ ସ୍କୁଲ ଏବଂ ସରକାରୀ ହସ୍ପିଟାଲରେ ସମସ୍ତ ସୁବିଧା ପାଇବାରୁ ବଞ୍ଚିତ ରହିବେ, ସେଥିପ୍ରତି ଗୁରୁତ୍ୱରୋପ କରାଯିବ ।”


Share It

Comments are closed.