ସାପ କାମୁଡିବା ପରେ ରାଗରେ ସେହି ସାପକୁ ହାତରେ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ


ସାରା ବିଶ୍ୱ ବର୍ତ୍ତମାନ ମହାମାରୀ କରୋଇକୁ ନେଇ ଭୟରେ ଥିବାବେଳେ ଅନ୍ୟପଟେ ବିହାରର ବେଗୁସରାୟା ଅଞ୍ଚଳରେ ଏକ ଅଦ୍ଭୁତପୂର୍ବ ଘଟଣା ଘଟିଛି । ଘଟଣାଟି ଏହା ଯେ, ଜଣେ ବ୍ୟକ୍ତିଙ୍କୁ ଏକ ସାପ କାମୁଡି ଦେଇଥିବାବେଳ ଉକ୍ତ ବ୍ୟକ୍ତି ଜଣକ ଉତ୍‌କ୍ଷିପ୍ତ ହୋଇ କାମୁଡିଥିବା ସେହି ସାପକୁ ହାତରେ ଧରି ସିଧା ହସ୍ପିଟାଲରେ ପହଞ୍ଚିଯାଇଥିଲେ । ସାପଟି ଏକ ବିଷଧର ସାପ ହୋଇଥିବାବେଳେ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଜଟିଳ ରହିଛି । ସେ ବର୍ତ୍ତମାନ ସଦର ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ଅଛନ୍ତି ।
ଉକ୍ତ ବ୍ୟକ୍ତିଙ୍କ ନାମ ସଞ୍ଜୟ ସହନୀ ଥିବାବେଳେ ମିଳିଥିବା ସୂଚନା ମୁତାବକ ତାଙ୍କୁ ପଡୋଶୀଙ୍କ ଘରୁ ଏହି ବିଷଧର ସାପ ବାହାରିଥିଲା ଏବଂ ସେ ଏହାକୁ ମାରିବା ପାଇଁ ସେଠିକୁ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସାପଟି ଏତେ ବଡ ଥିଲା କି, ଓଲଟା ସାପ ସଞ୍ଜୟଙ୍କୁ ଦଶଂନ କରିଥିଲା । ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଜଟିଳ ଥିବାବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।


Share It

Comments are closed.