ଆମ୍ବୁଲାନ୍ସ ନଆସିପାରିବାରୁ କାନ୍ଧରେ ବୋହି ରୋଗୀଙ୍କ ଜୀବନ ବଞ୍ଚାଇଲେ ସିଆରପିଏଫ ଯବାନ


ଛତିଶଗଡର ମାଓପ୍ରବଣ ଅଞ୍ଚଳରେ ନିୟୋଜିତ ଥିବା ସିଆରପିଏଫ ଯବାନମାନେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିଣିନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ବିଜାପୁରର ପସକୁଣ୍ଟା ଅଞ୍ଚଳରେ ଜଣେ ଆଦିବାସୀଙ୍କୁ ବ୍ୟକ୍ତି ଏକ ବିଷାକ୍ତ ସାପ କାମୁଡିଦେଇଥିବାବେଳେ ଖରାପ ରାସ୍ତା ଯୋଗୁଁ ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ ପହଞ୍ଚିବାରେ ବାଧା ଉପୁଜିିଥିଲା ।

ଏହାକୁ ଦେଖି ସେଠାରେ ମୁତୟନ ଥିବା ସିଆରପିଏଫ ଯବାନମାନେ ଉକ୍ତ ବ୍ୟକ୍ତି ଜଣଙ୍କୁ ଏକ ଖଟିଆରେ ଆଣି ଦୀର୍ଘ ଅଢେଇ କିମି ଦୂରରେ ଥିବା ଆମ୍ବୁଲାନ୍ସ ନିକଟରେ ଆଣି ପହଞ୍ଚାଇଥିଲେ । ପୁଣିଥରେ ଯବାନମାନେ ନିଜ ସହୃଦୟତାର ପରିଚୟ ଦେଖାଇ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ଦେଇଥିଲେ ।


Share It

Comments are closed.