ଦୀପିକାଙ୍କ ଜେଏନୟୁ ଗସ୍ତକୁ ନେଇ ତାଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି


ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକନ ବର୍ତ୍ତମାନ ଜେଏନୟୁ ଗସ୍ତ ଏବଂ ଫିଲ୍ମ “ଛପକ୍‌”କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଜେଏନୟୁ ଗସ୍ତକୁ ନେଇ ବିରୋଧୀଙ୍କ ସମ୍ମୁଖୀନ ହେଉଥିବା ଦୀପିକାଙ୍କୁ ପୁଣିଥରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସମାଲୋଚନା କରିଛନ୍ତି । ସ୍ମୃତି ଇରାନୀ, ଦୀପିକାଙ୍କୁ କଟାକ୍ଷ କରି କହିଛନ୍ତି ଯେ, “ଦୀପିକା ପାଦୁକନଙ୍କ ଉଦ୍ଦେଶ୍ୟ କ’ଣ, ତାହା ସମସ୍ତଙ୍କୁ ଜଣା । ”
ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, “ଦୀପିକା ୨୦୧୧ରେ କଂଗ୍ରେସକୁ ସମର୍ଥନ କରି ତାଙ୍କର ରାଜନୈତିକ ପ୍ରବଣତା କ’ଣ, ତାହା ସେ ସ୍ପଷ୍ଟ କରି ସାରିଛନ୍ତି ।” ଏକ କାର୍ଯ୍ୟକ୍ରମ ସ୍ମୃତି କହିଛନ୍ତି ଯେ, “ମୋତେ ଲାଗୁଛି, ଯେଉଁମାନେ ବି ଏହି ଖବର ପଢିଥିବେ, ସେମାନେ ଜାଣିଥିବେ ଆପଣ ସେହିମାନଙ୍କ ସହ ଠିଆ ହୋଇଛନ୍ତି ଯେଉଁମାନେ ସର୍ବଦା ଦେଶର ଯବାନ ସହିଦ ହେବା ସମୟରେ ଖୁସି ମନାଇଥାନ୍ତି । ଏହା ଆମ ପାଇଁ ଆଶ୍ଚର୍ଯ୍ୟର କଥା ନୁହେଁ, କି ସେ ସେହି ମାନଙ୍କ ସହ ଠିଆ ହୋଇଛନ୍ତି ଭାରତକୁ ଟୁକଡେ ଟୁକଡେ କରିବା ପାଇଁ ଚାହୁଁଛନ୍ତି । ”
ପ୍ରକାଶ ଥାଉକି, ଜେଏନୟୁରେ ହୋଇଥିବା ହିଂସା କାଣ୍ଡକୁ ନେଇ ଦୀପିକା ଗତ ରବିବାର ଦିନ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିବା ପାଇଁ ଜେଏନୟୁ ପରିସରକୁ ଯାଇଥିଲେ ଏବଂ ସେଠାରେ ସେ ଆହତ ଛାତ୍ରଙ୍କୁ ଭେଟିବା ସହ ତାଙ୍କୁ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ପଚାରିବୁଝିଥିଲେ । ବର୍ତ୍ତମାନ ଏହି ଘଟଣାକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲାଣି ।


Share It

Comments are closed.