ଫନି ପ୍ରଭାବିତ ପରିବାରଙ୍କୁ ସହାୟତାର ହାତ ବଢାଇଲା ସ୍ମାଇଲ ଫାଉଣ୍ଡେସନ୍


ବାତ୍ୟା ଫନି ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ଯଥାଶିଘ୍ର ଏବଂ ସାଧାରଣ ଆବଶ୍ୟକତାକୁ ପୁରଣ କରିବା ପାଇଁ, ଭାରତର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ, ସ୍ମାଇଲ ଫାଉଣ୍ଡେସନର ୧୦୦ ଜଣ ସ୍ୱେଛାସେବୀ ବିଶିଷ୍ଟ ଏକ ଦଳ ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୂର ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛିଯେ, ମାନବ ଜୀବନ ପ୍ରତି ଆସୁଥିବା ବିପଦକୁ କମ୍ କରିବା ଏବଂ ସରକାରୀ ପାଣ୍ଠିରୁ ଆସୁଥିବା ରିଲିଫ୍ ଏବଂ ପ୍ରଭାବିତ ଅଞ୍ଚଳରେ ଦରକାରୀ ଆବଶ୍ୟକତା ମଧ୍ୟରେ ଏକ ସେତୂ ନିର୍ମାଣ କରିବା ହେଉଛି ଆମର ଲକ୍ଷ୍ୟ । ଦଳ ପକ୍ଷରୁ ସର୍ବନିମ୍ନ ୧୦,୦୦୦ ପରିବାରଙ୍କୁ ରିଲିଫ୍ ଯେଉଁଥିରେ ଖାଦ୍ୟ, ପାନୀୟ ଜଳ, ବାସସ୍ଥାନ (ଟ୍ରାପୁଲିନ୍ସ), ସ୍ୱଚ୍ଛତା ଏବଂ ପରିମଳ ସହିତ ସୋଲାର ଲ୍ୟାମ୍ପ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛି ।
ଏହି ପରିପ୍ରେକ୍ଷୀରେ ସ୍ମାଇଲ ଫାଉଣ୍ଡେସନ୍, ଇଣ୍ଡିଆର ସହ – ପ୍ରତିଷ୍ଠାତା ଏବଂ ମ୍ୟାନେଜିଂ ଟ୍ରଷ୍ଟି, ସାନ୍ତନୁ ମିଶ୍ର କହିଛନ୍ତିଯେ, “ଯେତେବେଳେ ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ୧.୧ ମିଲିୟନ୍ ଲୋକମାନେ ପ୍ରଭାବିତ ହୋଇଥିବାବେଳେ – ଏହା ବିଗତ ଦୁଇ ଦଶନ୍ଧିର ଭାରତରେ ମାଡ଼ ହୋଇଥିବା ସବୁଠାରୁ ବଡ଼ ବାତ୍ୟାବୋଲି ଆକଳନ କରାଯାଇଛି । ଯେଉଁଥିରେ ଲୋକ ମାନଙ୍କ ପାଖରେ ଖାଦ୍ୟ, ପାନୀୟ ଜଳ ନାହିଁ ଏପରିକି ଲୋକ ମାନଙ୍କ ପାଖରେ ରହିବା ପାଇଁ ମଧ୍ୟ ଘର ନାହିଁ । ସ୍ମାଇଲ ଫାଉଣ୍ଡେସନ୍ ପକ୍ଷରୁ ଆମର ଟିମ୍ମାନେ ପ୍ରଭାବିତ ଅଞ୍ଚଳ ମାନଙ୍କରେ ପୁଣଥରେ ସାଧାରଣ ଜୀବନ ବ୍ୟବସ୍ଥା ଫେରାଇ ଆଣିବା ପାଇଁ ଖାଦ୍ୟ, ପାନୀୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ ବାଣ୍ଟିବା ପାଇଁ ଉପସ୍ଥିତ ରହିଛନ୍ତି ।”
ଅନ୍ୟ ସମସ୍ତ ଆହ୍ୱାନ ଗୁଡ଼ିକ ମଧ୍ୟରେ ସିମୀତ ବିଦ୍ୟୁତ ଏବଂ ଇଣ୍ଟରନେଟ ସଂଯୋଗ ମୂଖ୍ୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ପଙ୍ଗୁ କରିଦେଇଥିବାବେଳେ, ସ୍ମାଇଲ ଫାଉଣ୍ଡେସନ୍ ପକ୍ଷରୁ ସାମାଜିକ କର୍ମୀମାନେ ଗୁରୁବାର ଠାରୁ ତିନୋଟି ଜିଲ୍ଲା ମାନଙ୍କରେ ସାଧାରଣ ବଣ୍ଟନ ଆରମ୍ଭ କରିଛନ୍ତି ।
ସ୍ମାଇଲ ଫାଉଣ୍ଡେସନର ଡ଼ିଜାଷ୍ଟର ରେସପନ୍ସ ଟିମର ମୂଖ୍ୟ, ଉତ୍ତମ ଦତ୍ତା କହିଛନ୍ତିଯେ, “ଉକ୍ତ ଭୟଙ୍କର ଏବଂ ପ୍ରଳୟ ଲୋକ ମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଇଛି । ଆମ୍ଭେମାନେ ଏହି ସମୟରେ ସେମାନଙ୍କୁ ସାଧାରଣ ଆବଶ୍ୟକତା ପୂରଣ କରିବା ପାଇଁ ଦୃଷ୍ଟି ଦେଉଛୁ, ସେମାନଙ୍କୁ ଏହି କ୍ଷତି ସମୟରେ ଏକ ଆଶାର ଆଲୋକ ବାଣ୍ଟିବାକୁ ପ୍ରୟାସରତ । ପ୍ରକୃତ ଥଇଥାନ ଏବଂ ପୁନଃନିର୍ମାଣ କାର୍ଯ୍ୟ କରିବାକୁ ଅନେକ ମାସ ଲାଗିବ ।”
ବାତ୍ୟା ଫନି, ଯାହାକି ୧୦,୦୦୦ ଗ୍ରାମ ଏବଂ ୫୨ଟି ସହରାଞ୍ଚଳ ଏବଂ ୧୧ଟି ଜିଲ୍ଲାର ୩୦ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ଉକ୍ତ ବାତ୍ୟା ୩ ମେ, ସକାଳ ୯.୩୦ରେ ଓଡ଼ିଶାର ଉପକୂଳ ଜିଲ୍ଲା ମାନଙ୍କରେ ୧୭୫ କି.ମି ବେଗରେ ପ୍ରତି ଘଣ୍ଟାରେ ପବନ ବୋହିଥିଲା । ସରକାର ୧.୧ ମିଲିୟନ୍ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିବାବେଳେ, ଅଗଣିତ ଲୋକ ମାନଙ୍କ ଜୀବନ ରକ୍ଷା ହୋଇପାରିଥିଲା । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି ।
ସ୍ମାଇଲ ଫାଉଣ୍ଡେସନ୍ ଦଳ ବିଭିନ୍ନ ଜିଲ୍ଲା ମାନଙ୍କରେ ଜୀବନ, ଘର, ବିଦ୍ୟାଳୟ, ଡ଼ାକ୍ତରଖାନା ଏବଂ ଅନ୍ୟ ଆଞ୍ଚଳିକ ଗୃହ ଗୁଡ଼ିକ ସଜାଡ଼ିବା ପାଇଁ ସରକାରୀ ଅଧିକାରୀଙ୍କ ସହିତ ଅତିନିକଟତ୍ତମଭାବେ କାର୍ଯ୍ୟ କରୁଛି । ଠିକ୍ ସେହିପରି ଉକ୍ତ ବାତ୍ୟା ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୁରର ଜୀବନ ଜୀବିକା ଉପରେ ଅତି ମାତ୍ରାରେ ପ୍ରଭାବ ପକାଇଛି । ସ୍ମାଇଲ ପାଉଣ୍ଡେସନ୍ ପକ୍ଷରୁ ପରିବାର ଗୁଡ଼ିକୁ ସେମାନଙ୍କ ଦୈନନ୍ଦିନ ଜୀବନରେ ସମସ୍ତ ଆବଶ୍ୟକ ସାମଗ୍ରୀ ପ୍ରଦାନ ସୁରୂପ ସହାୟତାକରି ସେମାନଙ୍କର ପୂର୍ବ ଜୀବନ ଜିବୀକା ଫେରାଇ ଆଣିବାକୁ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।


Share It

Comments are closed.