ସ୍ମାର୍ଟୱାର୍କସ୍ କୋୱାର୍କିଂ ସ୍ପେସେସ୍ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୫ ଜୁଲାଇ ୧୦ରେ ଖୋଲିବ
ଭୁବନେଶ୍ୱର: ସ୍ପାର୍ଟୱାର୍କସ କୋୱାର୍କିଂ ସ୍ପେସେସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଜୁଲାଇ ୧୦ ତାରିଖ ଗୁରୁବାର ଦିନ ଖୋଲିବ। ଏହାର ବିଡ ୨୦୨୫ ଜୁଲାଇ ୧୪ରେ ବନ୍ଦ ହେବ। ଆଙ୍କର ନିବେଶକମାନେ ଜୁଲାଇ ୯, ବୁଧବାର ବିଡ ଦାଖଲ କରିପାରିବେ।
ଏହି ଅଫରରେ କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ୍ ୩୮୭ ଟଙ୍କାରୁ ୪୦୭ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୩୬ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ସେଥିରେ ୩୬ଟି ଲେଖାଏଁ ଇକ୍ୱିଟି ସେୟାରକୁ ଗୁଣିତକ ହିସାବରେ ଯୋଡ଼ିପାରିବେ।
ଏହି ଅଫରରେ ୪୪୫ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ କମ୍ପାନିର ଅଂଶଧନକାରୀମାନେ ୩,୩୭୯,୭୪୦ ଇକ୍ୱିଟି ସେୟାର ବିକ୍ରି କରିବେ। କର୍ମଚାରୀ ସଂରକ୍ଷଣ ଭାଗରେ ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୩୭ ଟଙ୍କାର ରିହାତି ପ୍ରଦାନ କରାଯିବ।
ଅଫର ଫର ସେଲରେ ଏନଏସ ନିକେତନ ଏଲଏଲପକି ୪୯୦,୦୦୦ ଇକ୍ୱିଟି ସେୟାର ପର୍ଯ୍ୟନ୍ତ, ଏସଏନଏସ ଇନଫ୍ରାରିଅଲିଟି ଏଲଏଲପି ୩୧୦,୦୦୦ ଇକ୍ୱିଟି ସେୟାର ପର୍ଯ୍ୟନ୍ତ, ସ୍ପେସ ସଲ୍ୟୁସନ୍ସ ଇଣ୍ଡିଆ ପିଟିଇ ଲିମିଟେଡ ୨,୫୭୯,୭୪୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧୧୪ କୋଟି ଟଙ୍କାକୁ କମ୍ପାନି ହାସଲ କରିଥିବା ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବାରେ, ୨୨୫.୮୪ କୋଟି ଟଙ୍କାକୁ ନୂଆ କେନ୍ଦ୍ର ପାଇଁ ପୁଞ୍ଜି ବ୍ୟୟ ଏବଂ ନୂଆ କେନ୍ଦ୍ର ପାଇଁ ସିକ୍ୟୁରିଟି ଜମା ଦେବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଲିମିଟେଡରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି। ଏନଏସଇ ହେବ ଡେଜିଗ୍ନେଟେଡ ଷ୍ଟକ ଏକ୍ସଚେଂଜ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ବିଓବି କ୍ୟାପିଟାଲ ମାର୍କେଟସ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ ଓ କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ। ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
Comments are closed.