ମୁମ୍ବାଇରେ ବିମାନ ଦୁର୍ଘଟଣା, ପଢନ୍ତୁ ସମ୍ପୂର୍ଣ୍ଣ ଖବର


ଗୁରୁବାର ଅପରାହ୍ନରେ, ମୁମ୍ବାଇର ଘାଟକୋପାର ଅଞ୍ଚଳରେ ଏକ ବିମାନ ଦର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ ବିମାନଟି ଏକ ନିର୍ମାଣଧିନ ଅଟାଳିକାରେ ଯାଇକି ବାଡେଇ ହୋଇଥିଲା, ଯାହାଫଳରେ ଅଟାଳିକାରେ ନିଆଁ ଲାଗଇଯାଇଥିଲା । ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କ ସଠିକ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ । କୌଣସି ଅଟଳିକାରେ ବିମାନ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହେବାର ଏହା ପ୍ରଥମ ଘଟଣା ନୁହେଁ । ବିମାନ ଦୁର୍ଘଟଣାରେ ଦେଶ ଅନେକ ବିଶିଷ୍ଟ ନେତାମାନଙ୍କୁ ହରାଇଛି । ବିମାନ ଦୁର୍ଘଟଣାରେ କଂଗ୍ରେସ ନେତା ସଞ୍ଜୟ ଗାନ୍ଧୀଙ୍କ ସମେତ ମାଧବ ରାଓ ସିନ୍ଧିଆ, ୱାଇଏସଆର ରେଡ୍ଡୀ ଭଳି ଅନେକ ବିଶିଷ୍ଟ ନେତା ମୃତ୍ୟୁବରଣ କରିଥିଲେ ।
ସେହିଭଳି ୨୦୧୧ ମସିହାରେ ହରିୟାଣାର ଫରିଦାବାଡ ଜିଲ୍ଲାସ୍ଥିତ ଏକ ହିଲ କଲୋନିର ଜନଗହଳୀ ଥିବା ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏହି ଦୁର୍ଘଟଣାରେ ୧୦ଜଣଙ୍କର ମୃତ୍ୟୁ ହେବା ସମେତ ବିମାନ ବସିଥିବା ୭ ଜଣ ଯାତ୍ରୀଙ୍କର ଘଟଣାସ୍ଥଳୀ ମୃତ୍ୟୁ ଘଟିଥିଲା ।

ତେବେ ଆସନ୍ତୁ ନଜର ପକାଇବା ବିଗତ ୨୦ ବର୍ଷ ମଧ୍ୟରେ ଘଟିଥିବା କେତୋଟି ବଡ ବିମାନ ଦୁର୍ଘଟଣା ଉପରେ

୨୬ ମେ ୨୦୧୧- ହରିୟାଣାର ଫରିଦାବାଡ ଜିଲ୍ଲାସ୍ଥିତ ଏକ ହିଲ କଲୋନିରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା ।
୨୨ ମେ ୨୦୧୦ – ମାଙ୍ଗାଲୋର ବିମାନ ବନ୍ଦରରେ ଘଟିଥିବା ଦୁର୍ଘଟଣାରେ ପ୍ରାୟ ପାଖାପାଖି ୧୫୮ ଜଣଙ୍କର ମୃତ୍ୟୁ ଘଟିଥିଲା । ବିମାନଟି ଲ୍ୟାଣ୍ଡିଙ୍ଗ ସମୟରେ ନିଜର ନିୟନ୍ତ୍ରଣା ହରାଇ ବସିଥିଲା । ଯାହା ଫଳରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
୪ ସେପ୍ଟେମ୍ବର ୨୦୦୯– ମୁମ୍ବାଇ ବିମାନ ବନ୍ଦରରେ ଏଆଇ-୮୨୯ ବିମାନର ଇଞ୍ଜିନରେ ଅଗ୍ନି ସଂଯୋଗ ହୋଇଯାଇଥିଲା । ଯେଉଁଥିରେ ୨୧ ଜଣ ଯାତ୍ରୀ ଆହାତ ହୋଇଥିଲେ ।
୧୭ ଜୁଲାଇ ୨୦୦୦ – ପାଟଣା ବିମାନ ବନ୍ଦରରେ ଆଲାଏନ୍ସ ବିମାନ ସିଡି-୭୪୧୨ର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ୬୦ ଜଣଯାତ୍ରୀ ମୃତ୍ୟୁବରଣ କରିଥିଲେ ।
୧୨ ନଭେମ୍ବର ୧୯୯୬– ସାଉଦି ଆରବର ଏୟାରଲାଇନ୍ସ ହରିୟାଣାର ଚକ୍ର ଡରି ଠାରେ ଉଡାଣ ଭରୁ ଥିବା ସମୟରେ କାଜିକିସ୍ଥାନ ଏୟାରଲାଇନ୍ସ ସହ ବାଡେଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଯେଉଁଥିରେ ସମସ୍ତ ୩୪୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ।
୨୬ ଏପ୍ରେଲ ୧୯୯୩ – ମହାରାଷ୍ଟ୍ରର େଓøରାଙ୍ଗାବାଦ ଠାରେ ଆଇସି-୪୯୧ର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୫୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
୧୬ ଅଗଷ୍ଟ ୧୯୯୧ – ଇମ୍ଫାଲ ଠାରେ ଆଇସି-୨୫୭ର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୬୯ ଜଣଙ୍କର ମୃତ୍ୟୁ ହୋଇଥିଲା ।
୧୪ ଫେବୃଆରୀ ୧୯୯୦ – ବାଙ୍ଗାଲୋର ଠାରେ ଆଇସି-୬୦୫ର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୪୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୯୨ ଜଣଙ୍କର ମୃତ୍ୟୁ ହୋଇଥିଲା ।


Share It

Comments are closed.