ତ୍ୱଚାରୁ ଲୋମ ଦୂର କରିବା ଉପାୟ


କେତେକ ମହିଳାଙ୍କ ମୁହଁରେ ଅନାବଶ୍ୟକ ଲୋମ ଦେଖିବାକୁ ମିଳିଥାଏ । ଏହା ଦ୍ୱାରା ସୌନ୍ଦର୍ଯ୍ୟ ଅନେକାଂଶରେ ପ୍ରଭାବିତ ହୋଇଥାଏ । କେତେକ ଘରୋଇ ଉପଚାର ଆପଣାଇ, ଆପଣ ଏହି ସମସ୍ୟାକୁ ଦୂର କରିପାରିବା ସହ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବ ।
୧. ଲେମ୍ବୁ ଓ ଚିନିର ମିଶ୍ରଣ – ସମାନ ପରିମାଣର ଚିନି ଓ ଲେମ୍ବୁ ରସ ନିଅନ୍ତୁ । ଏହାକୁ ଭଲଭାବରେ ମିଶାଇ ଏକ ବହଳ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଯଦି ଚିନି ଖଦଡିଆ ରହେ, ତେବେ ସେଥିରେ କିଛି ପାଣି ମିଶାଇ ଅଳ୍ପ ଗରମ କରି ଦିଅନ୍ତୁ । ପରେ ପେଷ୍ଟକୁ ଥଣ୍ଡା କରି ମୁହଁରେ ଥିବା ଅନାବଶ୍ୟକ ଲୋମ ସ୍ଥାନରେ ଲଗାନ୍ତୁ । ୨୦ ମିନିଟ ପେଷ୍ଟ ଲଗାଇ ରଖିବା ପରେ ଭଲ ଭାବେ ଧୋଇଦିଅନ୍ତୁ । ଏହାକୁ ଦୁଇ ତିନି ଥର କଲେ ଦେଖିବେ ଲୋମର ଚିହ୍ନ ବର୍ଣ୍ଣ ରହିବ ନାହିଁ ।
୨. ଅମୃତଭଣ୍ଡା – ପାଚିଲା ଅମୃଭଣ୍ଡାକୁ ଛୋଟ ଛୋଟ ପିସ କରି କାଟନ୍ତୁ । ଏହାକୁ ଭଲଭାବେ ଚକଟି ପେଷ୍ଟ କରନ୍ତୁ । ଏବେ ସେଥିରେ ସାମାନ୍ୟ ହଳଦୀ ଗୁଣ୍ଡ ମିଶାନ୍ତୁ । ଏହି ପେଷ୍ଟକୁ ମୁହଁରେ ୧୫ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ଏପରି ସପ୍ତାହରେ ଦୁଇଥର କଲେ ମୁହଁରୁ ଅନାବଶ୍ୟକ ଲୋମ ବାହାରିଯିବା ସହ ତ୍ୱଚା ଉଜ୍ୱଳ ରହିଥାଏ ।

୩. ଓଟମିଲ ଓ ପାଚିଲା କଦଳୀ – ଦୁଇଚାମଚ ଓଟମିଲ ସହ ପାଚିଲା କଦଳୀ ଭଲ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଅନାବଶ୍ୟକ ଲୋମ ଥିବା ମୁହଁ, ହାତ, ଗୋଡରେ ଲଗାନ୍ତୁ । ୧୫ ମିନିଟ ମସାଜ କରିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

୪. ହଳଦୀ ଓ କ୍ଷୀର – ହୁଇ ଚାମଚ ହଳଦୀ କ୍ଷୀରକୁ ଗୋଲାପ ଜଳରେ ମିଶାଇ ଏକ ପେଷ୍ଟକୁ ପ୍ରସ୍ତୁତ ପ୍ରଭାବିତ ସ୍ଥାନରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଶଖିଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହକୁ ଏହିପରି ଦୁଇଥର କରିବା ଦ୍ୱାରା ଏହାର ପ୍ରଭାବ କ’ଣ ଆପଣ ଜାଣିପାରିବେ ।


Share It

Comments are closed.