‘ସା ରେ ଗା ମା ପା’ଶୋର ରନର ଅପ ରହିଥିବା ଏହି ଗାୟକ ପିଏମ ମୋଦୀଙ୍କ ଉପରେ କଲେ ଅଭଦ୍ର ଟିପ୍ପଣୀ, ଗାୟକଙ୍କ ବିରୋଦ୍ଧରେ ଥାନାରେ ଏତଲା


ତ୍ରିପୁରା ପୋଲିସ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅପମାନଜନକ ଟିପ୍ପଣୀ କରିଥିବା ଆରୋପରେ ବାଙ୍ଗ୍‌ଲାଦେଶୀୟ ଗାୟକ ମେନୂଲ ଏହସାନ ନୋବଲ ଉର୍ଫ ନୋବଲଙ୍କ ବିରୋଦ୍ଧରେ ଏଫଆଇଆର ଗ୍ରହଣ କରିଛି । ନୋବଲ ଗତବର୍ଷ ବାଙ୍ଗ୍‌ଲାର ମ୍ୟୁଜିକ ରିୟାଲିଟି ଶୋ ‘ସା ରେ ଗା ମା ପା’ ରେ ତୃତୀୟ ସ୍ଥାନରେ ରହିଥିଲେ ।

ମେନ୍ୟୁଲ ଏହସାନ ନୋବଲଙ୍କ ବିରୁଦ୍ଧରେ ସୁମନ ପଲ ନାମକ ଜଣେ ବ୍ୟକ୍ତି ମେ ୨୫ ତାରିଖରେ ଅଭିଯୋଗ କରିଥିଲେ । ନୋବଲଙ୍କ ଉପରେ ମୋଦୀଙ୍କ ବିରୋଧରେ କଥିତ ରୂପେ ଅପମାନଜନକ ଗୀତର ରଚନା ଏବଂ ସୋସିଆଲ ମିଡିଆରେ ଅପଲୋଡ଼ କରିବାର ଆରୋପ କରାଯାଇଛି । ବେଲୋନିଆ ପୋଲିସ ଷ୍ଟେସନର ଦାୟୀତ୍ୱରେ ଥିବା ଅଧିକାରୀ ରାଜୀବ ଦତା କହିଛନ୍ତି ଯେ ଅଭିଯୋଗ ଅନୁଯାୟୀ ଏହି ବାଙ୍ଗଲାଦେଶୀ ସିଙ୍ଗର ଏକ ଫେସବୁକ ପୋଷ୍ଟରେ ମୋଦୀଙ୍କୁ ‘ମେରେ ଚାଏ ୱାଲା(ଟି ସେଲର)’ ବୋଲି କହି ଅପମାନିତ କରିଛନ୍ତି ।
ଆଇପିସି ଧାରା ୫୦୦, ୫୦୪, ୫୦୫ ଏବଂ ଧାରା ୧୫୩ ଅନୁଯାୟୀ ଏଫଆଇଆର କରାଯାଇଛି ଏବଂ ଏହାକୁ ତ୍ରିପୁରା ପୋଲିସର ସାଇବର ଅପରାଧ ସେଲକୁ ଟ୍ରାନ୍ସଫର କରିଦିଆଯାଇଛି । ପୋଲିସ ଏବେ ଘଟଣାର ଯାଂଚ ଆରମ୍ଭ କରିଦେଇଛି ।
ଅଭିଯୋଗକାରୀ ସୁମନ ପଲ ନିଜର ଟ୍ୱିଟର ଆକାଉଂଟରୁ ଟ୍ୱିଟ କରି ଲେଖିଛନ୍ତି ଯେ, ‘ଆଜି ମୁଁ ମେନୁଲ ଏହସାନ ନୋବଲ ବିରୋଦ୍ଧରେ ଏଫଆଇଆର ଲେଖିଛି । ମୁଁ ଭାରତୀୟ ଉଚ୍ଚ ଅଧିକାରୀଙ୍କୁ ଅନୁରୋଧ କରୁଅଛି ଯେ ତାର ଭିଜା ରଦ୍ଦ କରିଦିଆଯାଉ । ଏହା ସହିତ ସମସ୍ତ ବିଜନେସ କଂଟ୍ରାକ୍ଟ କ୍ୟାନ୍ସଲ କରିଦିଆଯାଉ । ଯେମିତିକି ସେ ପୁଣି ଭାରତକୁ ନ ଆସିପାରେ ।’


ଜଣାଇଦେଉଛୁ ଯେ ମେନ୍ୟୁଲ ଜୀ ବାଙ୍ଗଲା ମ୍ୟୁଜିକରେ ଆସିଥିବା ଶୋ ‘ସା ରେ ଗା ମା ପା’ରେ ତୃତୀୟ ସ୍ଥାନ ପ୍ରାପ୍ତ କରିଥିଲେ । ଏହା ପୂର୍ବରୁ ସେ ରବୀନ୍ଦ୍ରନାଥ ଟାଗୋରଙ୍କ ଉପରେ ମଧ୍ୟ ଆପତିଜନକ ଟିପ୍ପଣୀ କରିଥିଲେ ।


Share It

Comments are closed.