ସିଲଭର କଂଜ୍ୟୁମର୍ ଇଲେକ୍ଟ୍ରିକାଲ୍ ଲିମିଟେଡ୍ ପକ୍ଷରୁ ୧୪୦୦ କୋଟି ଟଙ୍କାର ଆଇପିଓ ପାଇଁ ଡିଆର୍‌ଏଚ୍‌ପି ଦାଖଲ

Share It

ଭୁବନେଶ୍ୱର: ରାଜକୋଟରେ ମୁଖ୍ୟ କାର୍ଯ୍ୟାଳୟ ଥିବା ସିଲଭର କଂଜ୍ୟୁମର ଇଲେକ୍ଟ୍ରିକାଲ୍ ଲିମିଟେଡ୍ (ଏସ୍‌ସିଇଏଲ୍‌) ପକ୍ଷରୁ ୧୪୦୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏହି ଇସ୍ୟୁରେ ୧୦୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଫର୍ ଫର୍ ସେଲ୍‌ରେ ନିବେଶକମାନେ ୪୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ।
ପମ୍ପ, ମୋଟର, ସୋଲାର ପମ୍ପ ଓ କଂଟ୍ରୋଲର, ଫ୍ୟାନ୍‌, ଲାଇଟ୍ ଏବଂ ଅନ୍ୟାନ୍ୟ ଉପଭୋକ୍ତା ଇଲେକ୍ଟ୍ରିକାଲ୍ ଉପକରଣ ଓ କୃଶି ଉପକରଣର ଅନ୍ୟତମ ଅଗ୍ରଣୀ ନିର୍ମାତା ହେଉଛିଏସ୍‌ସିଇଏଲ୍‌। ୨୦୨୨-୨୩ରୁ ୨୦୨୪-୨୫ ମଧ୍ୟରେ କମ୍ପାନିର ରାଜସ୍ୱ ୯୫.୧୭% ଚକ୍ରବୃଦ୍ଧି ହାରରେ ବୃଦ୍ଧି ପାଇଛି।
କମ୍ପାନି ପକ୍ଷରୁ ଗୁଜରାଟର ରାଜକୋଟରେ ୧୩୮,୮୨୧ ବର୍ଗ ମିଟର ଅଂଚଳରେ ଏକକ ସ୍ଥାନରେ ସର୍ବବୃହତ୍ ଓସମନ୍ୱିତ କଂଜ୍ୟୁମର ଇଲେକ୍ଟ୍ରିକାଲ୍ ଡ୍ୟୁରେବଲ୍ ଓ କୃଷି ଉପକରଣ କାରଖାନା ସ୍ଥାପନ କରାଯାଇଛି। କାରଖାନାର କ୍ଷମତା ହେଉଛି ୨,୪୦୦,୦୦୦ ୟୁନିଟ୍‌ର ପମ୍ପ ଓ ମୋଟ୍‌ର, ୭,୨୦୦,୦୦୦ ୟୁନିଟ୍‌ର ଫ୍ୟାନ୍ ଏବଂ ୭୨ ହଜାର ୟୁନିଟ୍‌ର କୃଷି ଉପକରଣ।
୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଆବାସିକ ଓ ସେଲୋର ପମ୍ପ ବର୍ଗରେ କମ୍ପାନି ହେଉଛି କ୍ଷମତା ଦୃଷ୍ଟିରୁ ଅନ୍ୟତମ ସର୍ବବୃହତ୍ ନିର୍ମାତା। ଏହି କାରଖାନାରେ ଅତ୍ୟାଧୁନିକ ଭିତିଭୂମି, ରୋବୋଟିକ୍ ଅଟୋମେସନ, ଉନ୍ନତ ମେସିନ୍ ରହିଛି ଯାହା ଫଳରେ ବାହ୍ୟ ନିର୍ଭରଶୀଳତା କମ୍ ହୋଇଥିବା ବେଳେ ଗୁଣାତ୍ମକ ଉତ୍ପାଦନ ସୁନିଶ୍ଚିତ ହୋଇଛି।
କମ୍ପାନିର ନିଜସ୍ୱ ବ୍ରାଣ୍ଡ୍ ସିଲ୍‌ଭର୍ ଓ ବେଦିୟା ଥିବା ବେଳେ ଏହା ଭାରତରେ ଅନ୍ୟତମ ଅରିଜିନାଲ୍ ଇକ୍ୱିପ୍‌ମେଂଟ୍ ମାନୁଫାକଚ୍‌ରର୍ (ଓଇଏମ୍‌) ଭାବେ କାର୍ଯ୍ୟ କରୁଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଓ ଚଏସ୍ କ୍ୟାପିଟାଲ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍‌।


Share It

Comments are closed.