ଭୁବନେଶ୍ୱରରେ ସିିଲ୍କ ଇଣ୍ଡିଆ ଏକ୍ସପୋର ଶୁଭାରମ୍ଭ


ଭୁବନେଶ୍ୱର: ହସ୍ଥଶିଳ୍ପୀ – ଆର୍ଟିଜାନ୍ସ ଏବଂ ୱେଭର୍ସର୍ ୱେଲଫେୟାର୍ ଆସୋସିଏସନ୍ ପକ୍ଷରୁ ଏକ ୧୦ ଦିନିଆ ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ ହୋଟେଲ୍ ନ୍ୟୁମାରିୟନ୍ ଠାରେ ଓଲିଉଡ ଅଭିନେତ୍ରୀ ପୁନମ୍ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ଯାହାକି ଚଳିତବର୍ଷ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ଗୋଟିଏ ଛାତ ତଳେ ପ୍ରଦର୍ଶନ କରାଯାଇଥିବା ବିଭିନ୍ନ ଡିଜାଇନ୍ର ଶାଢ଼ି ଗ୍ରାହକମାନଙ୍କୁ ବେଶ୍ ଆକୃଷ୍ଟ କରିପାରିଛି ।
ଏହି ଅବସରରେ ଅଭିନେତ୍ରୀ ପୁନମ୍ ମିଶ୍ର ଏହାକୁ ଆନୁଷ୍ଠାନିକ ରୂପେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପୁନମ୍ ମିଶ୍ର କହିଛନ୍ତିଯେ, “ବିଭିନ୍ନ ପ୍ରକାର ଉତ୍ପାଦ ବିଶେଷକରି ସିଲ୍କ୍ ଶାଢି, ଡିଜାଇନର ପରିଧାନ ଗୁଡ଼ିକର ସମ୍ଭାର ଗୋଟିଏ ଛାତ ତଳେ ଦେଖି ମୁଁ ଖୁବ ଆନନ୍ଦିତ ।”
ଏହି ପରିପ୍ରେକ୍ଷୀରେ ସିଲ୍କ୍ ଇଣ୍ଡିଆ ଏକ୍ସପୋର ଆୟୋଜକ, ଅଭିନନ୍ଦ କହିଛନ୍ତି ଯେ, “ବିଭିନ୍ନ ପ୍ରକାର ସିଲ୍କ୍ ଶାଢି ବୁଣାକାର, ହସ୍ଥଶିଳ୍ପ ବିଭାଗ ଏବଂ ସିଲ୍କ୍ କୋଅପରେଟିଭ ସୋସାଇଟି ପକ୍ଷରୁ ସେମାନଙ୍କର ଉତ୍ପାଦ ଗୁଡ଼ିକର ପ୍ରଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ଏହି ଉତ୍ପାଦକୁ ବୁଣାକାର ଏବଂ ନିପୁଣ କାରିଗରଙ୍କ ମଧ୍ୟରେ ବିନା ମଧ୍ୟସ୍ଥିରେ ସିଧାସଳଖଭାବେ ଗ୍ରାହକ ମାନଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ।”

ଏଠାରେ ୬୫ଟି ଷ୍ଟଲ୍ର ହ୍ୟାଣ୍ଡ ବ୍ଲକ୍ ପ୍ରିଣ୍ଟ ଶାଢି, ସୁଟ୍ ଏବଂ ସିଲ୍କ୍ ବେଡ୍ କଭର୍ସ, ଡ଼ିଜାଇନର୍ ୱେର୍ ଏବଂ ବର୍ଡର, ଲେଜେସ୍, କୁର୍ତି, ହାତ ତିଆରି ମଟକା ଏବଂ ଆସାମ ମୁଗା ଫ୍ୟାବ୍ରିକ୍ସ, ଅପୂର୍ବା ସିଲ୍କ୍ ଶାଢି, ବାଲୁଚୂରୀ ଶାଢି, ଏମ୍ବ୍ରୋଡ଼ୋରୀ ଡ଼ିଜାଇନ୍ ସିଲ୍କ୍ ଶାଢି ଏବଂ ଡ୍ରେସ୍ ମ୍ୟାଟେରିଆଲ୍, ଭାଗଲପୂରୀ ସୁଟ୍, ପ୍ରିଣ୍ଟେଡ଼୍ ସିଲ୍କ ଶାଢି, ରେଶମୀ ପ୍ଲେନ୍ ଏବଂ ବୁଟ୍ଟି ଶାଢି, କର୍ଣ୍ଣାଟକା ସିଲ୍କ ଶାଢି, ମାହେଶ୍ୱରୀ, ଚନ୍ଦେରୀ ସିଲ୍କ୍ ଶାଢି ଏବଂ ସୁଟ୍ ଏବଂ କୋଟା ସିଲ୍କ୍, ମଲବେରୀ ସିଲ୍କ୍ ସହିତ ଟେମ୍ପୁଲ୍ ବର୍ଡର, ବନାରସ୍ ଜାମଦାନୀ, ହାତ ତିଆରି ଶାଢି ଏବଂ ସୁଟ୍ ଆଦି ଏହାର ଅନ୍ୟାନ୍ୟ ଆକର୍ଷଣ ହୋଇପାରିଛି ।


Share It

Comments are closed.