ମହାଳୟାର ଏହି ପବିତ୍ର ତିଥିରେ ଧରାରେ ଅବତରଣ କରିବେ ଜଗତ ଜନନୀ ମା’ ଦୁର୍ଗା, ତେବେ କ’ଣ ରହିଛି ଏହାର ମହତ୍ତ୍ୱ ଜାଣନ୍ତୁ


ଯା ଦେବୀ ସର୍ବଭୂତେଷୁ, ମାତୃ ରୂପେଣ ସଂସ୍ଥିତା
ନମୋସ୍ତସୈ ନମୋସ୍ତସୈ ନମୋଃ ନମାଃ
ଆଜି ହେଉଛି ପବିତ୍ର ମହାଳୟା, ଯାହାକି ପିତୃ ପକ୍ଷର ଶେଷ ଦିବସରେ ପାଳନ କରାଯାଇଥାଏ । ଏହି ପବିତ୍ର ଦିନକୁ ଅସଂଖ୍ୟ ମାତୃ ଭକ୍ତମାନେ ସମ୍ପୁର୍ଣ୍ଣ ବର୍ଷଧରି ଅପେକ୍ଷା କରିରହିଥାଆନ୍ତି । ଏହିଦିନ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ଯେଉଁ ପିତୃ ପୁରୁଷଙ୍କର ମୃତ୍ୟୁ ତିଥି ସ୍ମରଣ ନଥାଏ ସେମାନଙ୍କୁ ଏହିଦିନ ସମୂହ ରୂପେ ତିଳ ତର୍ପଣ କରାଯାଇ ଶ୍ରାଦ୍ଧ ଦିଆଯାଇଥାଏ । ହିନ୍ଦୁ ପୂରାଣ ଅନୁଯାୟୀ ଆଶିନ୍ୟ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ମହାଳୟା ପାଳନ କରାଯାଇଥାଏ । ଏହିଦିନ ଠାରୁ ମା’ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିରେ ଚକ୍ଷୁ କାର୍ଯ୍ୟ ଏବଂ ଅନ୍ତିମ ସ୍ପର୍ଶ ଦେବା ମଧ୍ୟ ଆରମ୍ଭ କରାଯାଇଥାଏ । କିନ୍ତୁ କାହିଁକି ଏହା ପାଳନ କରାଯାଇଥାଏ, କ’ଣ ରହିଛି ଏହା ପଛରେ ପୌରାଣିକ କଥା, ତେବେ ଆସିନ୍ତୁ ଜାଣିବା ପୌରାଣିକ ମାନ୍ୟତା ଅନୁଯାୟୀ ଏକଦା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର, ଦାନବ ମହିଶାଷୁରକୁ ସମାପ୍ତ କରିବା ପାଇଁ ମା’ ଦୁର୍ଗାଙ୍କୁ ଆହ୍ୱାନ କଲେ । ମହିଶାଷୂରଙ୍କୁ ବରପ୍ରାପ୍ତ ହୋଇଥିଲାକି ସେ କୌଣସି, ଦେବତା କିମ୍ବା ମଣିଷ ଦ୍ୱାରା ତା’ର ମୃତ୍ୟୁ ସମ୍ଭବ ନୁହେଁ, ତେଣୁ ଏହିପରି ବରଦାନ ପାଇ ସେ ଦିନକୁ ଦିନ ଅତ୍ୟାଚାରୀ ହେବା ସହିତ ଦେବତାଙ୍କ ଉପରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି କରିବାରେ ଲାଗିଲା ।

ଏହିପରି ଦିନେ ମହିଶାଷୂର ଦେବତାଙ୍କ ଉପରେ ଆକ୍ରମଣ କରିଦେଲା ଏବଂ ଏହି ଯୁଦ୍ଧରେ ଦେବତାମାନେ ହାରିଗଲେ ଏବଂ ସମ୍ପୁର୍ଣ୍ଣ ଦେବଲୋକରେ ମହିଶାଷୂର ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଲା । ତେଣୁ ମହିଶାଷୂରରର ଏହି ଅତ୍ୟାଚାରକୁ ସହିନପାରି ସ୍ୱୟଂ ବିଷ୍ଣୁଙ୍କ ସହ ସମସ୍ତ ଦେବତାଗଣ ଆଦି ଶକ୍ତିଙ୍କର ଅରାଧନା କରିବାରେ ଲାଗିଲେ । ଯାହା ଦ୍ୱାରା ସମସ୍ତ ଦେବତାଙ୍କ ଶରୀରରୁ ଏକ ଦିବ୍ୟ ଆଲୋକ ବାହାରିବାରେ ଲାଗିଲା ଏବଂ ଏହା କ୍ରମଶଃ ଦୁର୍ଗାଙ୍କ ରୂପ ଧାରଣ କଲା । ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ମା’ ଦୁର୍ଗା ମହିଶାଷୂର ସହିତ ଦୀର୍ଘ ନଅ ଦିନ ଯୁଦ୍ଧ କରିବା ପରେ ୧୦ମ ଦିନ ତାହାର ବଦ୍ଧ କରିଥିଲେ । ଏହି ମହାଳୟା ଦିନଠାରୁ ମା’ ଦୁର୍ଗା ଧରିତ୍ରୀ ପୃଷ୍ଟକୁ ଅବତରଣ କରନ୍ତିବୋଲି ଅନେକ ପୌରାଣିକ ମାନ୍ୟତା ରହିଛି ।


Share It

Comments are closed.