ମୟୁରଙ୍କ ସ୍ୱର୍ଗପୁରୀ – ସି େଦ୍ଧଶ୍ୱର


ଯେଉଁଠି ଆପଣ ଅତି ନିକଟରୁ ଦେଖିପାରିବେ ଶହେରୁ ଉଦ୍ଧ୍ୱର୍ ମୟୁର

ଆଜ୍ଞା ହଁ!!! ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ । କଟକ ନରାଜ ସ୍ଥିତ ସି େଦ୍ଧଶ୍ୱର ଗ୍ରାମରେ ଦେଖିବାକୁ ପାଇବେ ଏହି ବିରଳ ଦୃଶ୍ୟ । ଅନେକ ସମୟରେ ପର୍ଯ୍ୟଟକମାନେ ଏଠାକୁ ଆସି ମୟୁରମାନଙ୍କର ଫଟୋ ନେଇଥାଆନ୍ତି । ଏହି ସ୍ୱର୍ଗପୁରୀର ସୂତ୍ରପାତ ହୋଇଛି ସ୍ୱର୍ଗତଃ ଶ୍ରୀ ପାଣୁ ବେହେରାଙ୍କଠାରୁ । ନିଜେ ଭଲରେ ରହିବା ଓ ଖାଇବା ପାଇଁ ସମସ୍ତେ ସବୁବେଳେ ଚିନ୍ତା କରିଥାଆନ୍ତି । କିନ୍ତୁ ପଶୁପକ୍ଷୀମାନଙ୍କୁ ଭଲପାଇ ସେମାନଙ୍କ ଲାଳନପାଳନ କଥା ଚିନ୍ତା କରୁଥିବା ବ୍ୟକ୍ତିବିଶେଷ ଦୁନିଆରେ ବିରଳ । ଏହିପରି ଜଣେ ଉଦାର ବ୍ୟକ୍ତବିଶେଷ ଥିଲେ ପାଣୁ ବେହେରା । ତାଙ୍କର ନାମ ଓଡ଼ିଶାର ପ୍ରାୟ ସବୁଠି ଜଣାଶୁଣା । ଦି ପିକକ୍ ମ୍ୟାନ୍ କହିଲେ ସମସ୍ତେ ପାଣୁ ବେହେରାଙ୍କୁ ହିଁ ବୁଝିଥାଆନ୍ତି । କାରଣ ତାଙ୍କ ଜୀବନଲାଳ ମଧ୍ୟରେ ସେ ୬୭ଟି ମୟୁରଙ୍କର ଲାଳନପାଳନ କରୁଥିଲେ, ଯାହା ବର୍ତ୍ତମାନ ୧୧୭ରେ ଆସି ପହଞ୍ôଚଛି । ଚିଡ଼ିଆଖାନା ମାନଙ୍କରେ ଆପଣମାନେ ଏତେ ସଂଖ୍ୟକ ମୟୁର କେବେବି ଦେଖି ନଥିବେ, ତାହା ପୁଣି ଏତେ ନିକଟରୁ ।

ସିଦେ୍ଧଶ୍ୱର ଗ୍ରାମଟି ପାହଡ଼ ଓ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଅନେକ କାଜୁ ଗଛ ଏଠାରେ ଦେଖାଯାଏ । ଜଣେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ପାଣୁ ବେହେରାଙ୍କର ଥିଲା ମୟୁରମାନଙ୍କୁ ପାଳନ କରିବା ପାଇଁ ଏକ ଅଦ୍ଭୁତ ନିଶା । ସେ ତାଙ୍କ ଅର୍ଦ୍ଧେକ ଦରମା ମୟୁରମାନଙ୍କ ପିଛାରେ ଖର୍ଚ୍ଚ କରିଦେଉଥିଲେ । ୧୯୯୯ ମସିହାରେ ତାଙ୍କ ଘର ପାଖକୁ ଆସିଥିଲେ ୩ଟି ମୟୁର । ସେମାନଙ୍କ ମଧ୍ୟରେ ଥିଲେ ଦୁଇଟି ମାଇ ଓ ଗୋଟିଏ ପୁରୁଷ । ସେ ତାଙ୍କୁ କିଛି ଭାତ ଖାଇବାକୁ ଦେଇଥିଲେ । ସହି ଦିନଠାରୁ ଏହି ତିନୋଟି ମୟୁର ନିତିଦିନ ତାଙ୍କ ପାଖକୁ ଆସନ୍ତି ଓ ଭାତ ଖାଇଥାଆନ୍ତି । ସ୍ନେହରେ ସେ ପୁରୁଷ ମୟୁରଟିର ନାମ ଦେଇଥିଲେ ରାଜା । ସମୟାନୁକ୍ରମେ ମୟୁର ମାନଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାକୁ ଲାଗିଲା । ରାଜା ବୋଲି ଡାକିଦେଲେ ସବୁ ମୟୁର ତାଙ୍କ ପାଖକୁ ଚାଲିଆସୁଥିଲେ ଓ ସେ ଦେଉଥିବା ଆହାର ଶ୍ରଦ୍ଧାର ସହ ଖାଉଥିଲେ । ତାଙ୍କର ମୃତ୍ୟୁ ବେଳକୁ ମୟୁରଙ୍କ ସଂଖ୍ୟା ୬୭ରେ ପହଞ୍ôଚସାରିଥିଲା । ତାଙ୍କର ପୁଅ ଓଡ଼ିଶା ପୁଲିସରେ କନେଷ୍ଟବଳ ଭାବେ କାର୍ଯ୍ୟରତ ।

ମୃତ୍ୟୁ ପୂର୍ବରୁ ପାଣୁ ବେହେରା ମୟୁରମାନଙ୍କ ଲାଳନପାଳନ ଭାର ତାଙ୍କ ନାତିମାନଙ୍କୁ ଦେଇଥିଲେ । ମଝିଆ ନାତି କାହ୍ନୁଚରଣ ବେହେରା ଜେଜେଙ୍କ କଥା ରଖି ଏବେ ମୟୁରମାନଙ୍କ ଦେଖାରଖା କରୁଛନ୍ତି । ବର୍ତ୍ତମାନ ମୟୁରଙ୍କ ସଂଖ୍ୟା ୧୧୭ରେ ପହଞ୍ôଚଳାଣି । ଦୈନିକ ସେମାନଙ୍କର ଆହାର ପାଇଁ ୫୦୦ ଟଙ୍କା ଖର୍ଚ୍ଚ ହୁଏ ବୋଲି ସେ କୁହନ୍ତି । ଏଠାକୁ ଭ୍ରମଣ କରିବାକୁ ଆସୁଥିବା ପର୍ଯ୍ୟଟକମାନେ ତାଙ୍କୁ କିଛି କିଛି ଆର୍ଥିକ ସହାୟତା କରନ୍ତି । ଘରେ ପିୟୁସୀ ଓ ଜେଜେମା ମଧ୍ୟ ତାଙ୍କୁ କିଛି ସାହାଯ୍ୟ କରନ୍ତି । ସେ କଟକ ରଘୁନାଥଜୀଉ ମହାବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ କରିଛନ୍ତି । ତଥାପି ଜେଜେ ବାପାଙ୍କ ଏହି ନିଆରା କିର୍ତ୍ତୀକୁ ବଞ୍ଚାଇ ରଖିବା ପାଇଁ ମୟୂରମାନଙ୍କ ନିମନ୍ତେ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ଅନେକ ସରକାରୀ ବରିଷ୍ଠ ଅଧିକାରୀ ଏଠାକୁ ପରିବାର ସହିତ ଆସି ଭ୍ରମଣ କରି ଯିବା କଥା କାହ୍ନୁ କୁହନ୍ତି । ମୟୁରମାନଙ୍କ ସହାୟତା ପାଇଁ ସରକାରୀ ସହଯୋଗ ପାଇଁ ମଧ୍ୟ ସେ ତାଙ୍କୁ ଅନେକ ଥର ନିବେଦନ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କିଛି ସହଯୋଗ ମିଳିନାହିଁ । ପ୍ରତିବର୍ଷ ମୟୁରଙ୍କ ସଂଖ୍ୟା ୩୦ରୁ ୪୦ ପର୍ଯୟନ୍ତ ବୃଦ୍ଧି ପାଉଛି । ତେଣୁ ସେମାନଙ୍କ ଥଇଥାନ ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରି ଜଙ୍ଗଲକୁ ସଂପ୍ରସାରଣ କରିବା ନିମନ୍ତେ ସେ ସରକାରଙ୍କ ନିକଟରେ ନିବେଦନ ରଖିଛନ୍ତି । ଏହାଛଡ଼ା ସେ ଏହି ଜଙ୍ଗଲ ପରିସର ମଧ୍ୟରେ ଥିବା ଫାୟାରିଂ ରେଞ୍ଜକୁ ଅନ୍ୟତ୍ର ସ୍ଥାନନ୍ତରିତ କରିବାକୁ ଅନୁରୋଧ କରିଛନ୍ତି । ଏହି ସ୍ଥାନର ଭଲବାରେ ରକ୍ଷଣାବେକ୍ଷଣ କରାଗଲେ କିମ୍ବା ଏଥିପାଇଁ କିଛି ଉନ୍ନତିମୂଳକ ପଦକ୍ଷେପ ନିଆଗଲେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ପରିଣତ ହୋଇପାରିବ ।


Share It

Comments are closed.