ଭାରତର ପ୍ରାଚୀନ କଳାକୃତିକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – କାନାଡ଼ାରୁ ଭାରତ ଫେରାଇ ଅଣାଯାଇଥିବା ମାଆ ଅନ୍ନପୂର୍ଣ୍ଣାଙ୍କ ୧୦୦ ବର୍ଷର ପ୍ରାଚୀନ ଦୁର୍ଲଭ ମୂର୍ତିକୁ ଉତରପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ଭାରତର ପ୍ରାଚୀନ କଳାକୃତିକୁ ସୁରକ୍ଷିତ ଭାବରେ ସ୍ୱଦେଶ ଫେରାଇ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ନିରନ୍ତର ଉଦ୍ୟମ କାରଣରୁ ଆଜି ଭାରତର ଅନେକ ଐତିହାସିକ କଳାକୃତିକୁ ଫେରାଇ ଅଣାଯାଉଛି । କାନାଡ଼ାରୁ ମାଆ ଅନ୍ନପୂର୍ଣ୍ଣାଙ୍କ ମୂର୍ତି ସୁରକ୍ଷିତ ଭାବରେ ଅଣାଯିବା ଏବଂ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ପୁନଃସ୍ଥାପନା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପଥ ପରିଷ୍କାର କରାଯାଇଛି ।
୧୦୦ ବର୍ଷ ପୁରୁଣା ମାଆ ଅନ୍ନପୂର୍ଣ୍ଣାଙ୍କ ଏହି ମୂର୍ତିକୁ ବାରଣାସୀର ଏକ ମନ୍ଦିରରୁ ଚୋରି କରାଯାଇଥିଲା, ଯାହା କାନାଡାରେ ଅବସ୍ଥାପିତ ଥିଲା । ଭାରତ ସରକାରଙ୍କ ଉଦ୍ୟମରେ କାନାଡା ସରକାରଙ୍କ ସହଯୋଗରେ ଏହାକୁ ସ୍ୱଦେଶକୁ ଫେରାଇ ଅଣାଯାଇଛି । ଏହି ମୂର୍ତିକୁ ୟୁପି ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଏକ ୪ ଦିନିଆ ଯାତ୍ରାର ଆୟୋଜନ ସହ ରଥରେ ମାଆଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଛି । ୧୪ ନଭେମ୍ବରରେ ଏହି ଯାତ୍ରା ଶେଷ ହେବା ଅବସରରେ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଏହି ମୂର୍ତିର ପୁନଃ ସ୍ଥାପନ କରାଯିବ ।
ବିଶ୍ୱଶକ୍ତି ଅନ୍ନପୂର୍ଣ୍ଣେଶ୍ୱରୀ ଦେବୀଙ୍କ ମହେଶ୍ୱର ମହାଦେବଙ୍କ ନଗରୀ କାଶିରେ ଆଗମନକୁ ନେଇ ସମଗ୍ର ଦେଶବାସୀଙ୍କୁ ଖୁସି ଦେଇଛି । ଭାରତୀୟ ସଭ୍ୟତା, କଳା ଏବଂ ସାଂସ୍କୃତିକ ଐତିହ୍ୟର ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଏହିଭଳି ପ୍ରାଚୀନ ମୂର୍ତି ତଥା କଳାକୃତିକୁ ସୁରକ୍ଷିତ ଭାବରେ ଭାରତକୁ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।


Share It

Comments are closed.