ଅଫତାବର ନୂଆ ଠିକଣା ତିହାଡ଼ ଜେଲ


ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପୁନାୱାଲାକୁ ତିହାଡ଼ ଜେଲ ପଠାଯିବ । ଦିଲ୍ଲୀ ପୁଲିସ ଆଜି ଆମ୍ବେଦକର ହସ୍ପିଟାଲରୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାକୁ ବିଚାର ବିଭାଗୀୟ ହେପାଜତରେ ଜେଲ ପଠାଇବାକୁ ଆଦେଶ ଦେଇଥିଲେ । ଆଉ ଏବେ ଦିଲ୍ଲୀ ପୁଲିସ ତାକୁ ତିହାଡ଼ ଜେଲ ପଠାଇବ। ଅଫତାବର ୧୪ ଦିନିଆ ରିମାଣ୍ଡ ଆଜି ଶେଷ ହେଉଥିବାରୁ କୋର୍ଟ ତାକୁ ତିହାଡ଼ ଜେଲ ପଠାଇବାକୁ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, ଅଫତାବକୁ ଜେଲରୁ ଆବଶ୍ୟକ ଅନୁସାରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଇବା ପାଇଁ ନିଆଯିବ। ଅଫତାବ ଏବେ ପର୍ଯ୍ୟନ୍ତ ମହରୋଲୀ ଥାନାରେ ଥିଲା ।


Share It

Comments are closed.