୯ମ ଶୋ’କେଶ୍ ଓଡିଶା ଆୱାର୍ଡସ୍ ଦ୍ୱାରା ୪ ଜଣ ଓଡିଆ ସମ୍ମାନିତ


ଭୁବନେଶ୍ୱର: ଆଜି ହାଇଦ୍ରାବାଦର ବଞ୍ଜାରା ହିଲ୍‌ସସ୍ଥିତ ପାର୍କ ହୟାତ୍‌ଠାରେ ବହୁ ପ୍ରତିକ୍ଷୀତ ଶୋ’କେଶ ଓଡିଶା ଆୱାର୍ଡସ୍‌ର ୯ମ ସଂସ୍କରଣ ଉନ୍ମୋଚିତ ହୋଇଛି । ପ୍ରିଲ୍ୟୁଡ୍ ଦ୍ୱାରା ପରିକଳ୍ପିତ ଓ ପରିଚାଳିତ ଏହି ଗ୍ରାଣ୍ଡ ଇଭେଂଟ୍ ଏକ ଚମତ୍କାର ସଫଳତା ଥିଲା ଯାହା ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ପ୍ଲାଟ୍‌ଫର୍ମରେ ଓଡିଆମାନଙ୍କ ଉଲ୍ଲେଖନୀୟ ପ୍ରତିଭା ଓ ଯୋଗଦାନକୁ ପାଳନ କରିଛି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶୋ’କେଶ୍ ଓଡିଶା ଆୱାର୍ଡସ୍‌ର ୯ମ ସଂସ୍କରଣରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ହାସଲ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରେ କ୍ରୀଡା ଦୁନିଆରେ ନିଜର ଚମତ୍କାର ସଫଳତା ପାଇଁ ପରିଚିତ ଜଣେ ଲୋକପ୍ରିୟ ଆଥ୍‌ଲେଟ୍ ଅଶ୍ୱିନୀ କୁମାର ଆଚାର୍ଯ୍ୟ, ମେଡିସିନ୍ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଯୋଗଦାନ ପାଇଁ ମାନ୍ୟତାପ୍ରାପ୍ତ ଜଣେ ଉତ୍ସର୍ଗୀକୃତ ଓ ପ୍ରତିଷ୍ଠିତ ଡାକ୍ତର ଡଃ ରୀନା ଦାସ, ନିଜର ଶକ୍ତିଶାଳୀ ନେତୃତ୍ୱ ଓ ଔଦ୍ୟୋଗିକ ସଫଳତା ପାଇଁ ସ୍ୱୀକୃତିପ୍ରାପ୍ତ ଆରେଟିନ୍ସର ସହ-ପ୍ରତିଷ୍ଠାତା ଓ ସିଇଓ ମହେଶ କୁମାର ଅଗ୍ରୱାଲ ଏବଂ କର୍ପୋରେଟ୍ ଦୁନିଆ ପ୍ରତି ନିଜର ଅସାଧାରଣ ଯୋଗଦାନ ପାଇଁ ସ୍ୱୀକୃତି ହାସଲ କରିଥିବା ଜେଏଲ୍‌ଏଲ୍ ଇଣ୍ଡିଆର ବରିଷ୍ଠ ପରିଚାଳନା ନିର୍ଦ୍ଦେଣକ ସନ୍ଦିପ ପଟ୍ଟନାୟକ ଆଦି ସାମିଲ ଅଛନ୍ତି ।

ଶୋ’କେଶ୍ ଓଡିଶା ଆୱାର୍ଡସ୍‌ର ୯ମ ସଂସ୍କରଣ ପ୍ରଥମ ଥର ପାଇଁ ସିଏସ୍‌ଆର୍ ଆୱାର୍ଡର ଶୁଭାରମ୍ଭ କରିଛି । ଏହି ଆୱାର୍ଡ ସିଏସ୍‌ଆର୍ (କର୍ପୋରେଟ୍ ସାମାଜିକ ଦାୟିତ୍ୱ) କାର୍ଯ୍ୟକୁ ସାମାଜିକ ଦାୟିତ୍ୱବୋଧତା ପ୍ରତି ସେମାନଙ୍କ ପ୍ରତିବଦ୍ଧତାର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିଥିବା ସଂସ୍ଥାଗୁଡିକୁ ସମ୍ମାନିତ କରିଛି । ଏହି କାର୍ଯ୍ୟକ୍ରମରେ ୩ଟି ପ୍ରତିଷ୍ଠିତ ସଂସ୍ଥାକୁ ସିଏସ୍‌ଆର୍ ଆୱାର୍ଡ ପ୍ରଦାନ କରାଯାଇଛି, ସେଗୁଡିକ ହେଲା ଓଡିଶା ମାଇନିଙ୍ଗ କର୍ପୋରେଶନ (ଓଏମ୍‌ସି), ପାରାଦୀପ ଫସ୍‌ଫେସ୍‌ଟ ଲିମିଟେଡ୍ (ପିପିଏଲ୍‌) ଓ ଜିନ୍ଦଲ ଗ୍ରୁପ୍ । ଏହି ସଂସ୍ଥାଗୁଡିକୁ ସାମାଜିକ ଦାୟିତ୍ୱବୋଧତା ଓ ସମୁଦାୟ ବିକାଶ ପ୍ରତି ସେମାନଙ୍କର ଚମତ୍କାର ଯୋଗଦାନ ପାଇଁ ପ୍ରଶଂସା କରାଯାଇଛି ଯିଏକି ସମାଜ ଉନ୍ନତିରେ ଯୋଗଦାନ ଦେବା ଏବଂ ଏକ ସକାରାତ୍ମକ ଓ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବାର ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରିଥିଲେ ।

ଏହି ଅବସରରେ ପ୍ରିଲ୍ୟୁଡ୍ ଇଭେଂଟ୍‌ସର ନିର୍ଦ୍ଦେଶକ ସତ୍ୟବ୍ରତ ରଥ କହିଛନ୍ତି, ‘ଶୋ’କେଶ୍ ଓଡିଶା ଆୱାର୍ଡସ୍‌ର ୯ମ ସଂସ୍କରଣ କେବଳ ଏକ ଇଭେଂଟ୍ ନୁହେଁ; ବରଂ ଏହା ‘ଓଡିଶା ଅ୧୦୦-ଭିଜନ ଫର୍ ୨୦୩୬’ର ଏକ ଅଂଶ ଅଟେ । ଏହି ସମ୍ମିଳନୀ ଭବିଷ୍ୟତର ଉଦ୍ୟୋଗୀମାନଙ୍କୁ ଅନୁପ୍ରାଣିତ କରିଛି, ପ୍ରତିଭାବାନ ଓଡିଆମାନଙ୍କ ସଫଳତାକୁ ସେଲିବ୍ରେଟ୍ କରିଛି ଏବଂ ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ଛବିକୁ ନୂଆ ରୂପ ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରିଲ୍ୟୁଡ୍ ନୋଭେଲ୍ ଭେଂଚର୍ସ (ପି) ଲିଃର ନିର୍ଦ୍ଦେଶକ ଓ ସିଓଓ ସୋନୁ ନନ୍ଦ କହିଛନ୍ତି, ‘ଏହି ଶୋ’କେଶ୍ ଓଡିଶା ଆୱାର୍ଡସ୍ ହେଉଛି ଏକ ବାର୍ଷିକ ଉତ୍ସବ ଯାହା ଓଡିଶାର ପ୍ରତିଷ୍ଠିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଓ ସମ୍ମାନଜନକ କାର୍ଯ୍ୟ ପାଇଁ ସମ୍ମାନିତ କରିଥାଏ । ଏହି ପ୍ଲାଟ୍‌ଫର୍ମ ଓଡିଶାର ଉଲ୍ଲେଖନୀୟ ସଫଳତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍‌ପ୍ରେରକ ଭାବେ କାର୍ଯ୍ୟ କରୁଛି, ସେଗୁଡିକୁ ଲୋକଲୋଚନକୁ ଆଣୁଛି ଏବଂ ଏକ ବ୍ୟାପକ ସ୍ତରରେ ସ୍ୱୀକୃତି ଓ ପ୍ରଶଂସା ହାସଲ କରୁଛି । ଏହି ସମ୍ମାନଗୁଡିକ ରାଜ୍ୟ ଏହାର ଚମତ୍କାର ସଫଳତା ହାସଲକାରୀଙ୍କ ପାଇଁ ଧାରଣ କରିଥିବା ଗର୍ବ ଓ ପ୍ରଶଂସାର ପ୍ରତୀକ ଅଟେ ।’

ଶୋ’କେଶ୍ ଓଡିଶା ଆୱାର୍ଡସ୍‌ର ୯ମ ସଂସ୍କରଣ ୩ଟି ପ୍ରମୁଖ ଶିଳ୍ପ ଯେପରିକି ଉଦ୍ୟୋଗିତା ଓ ଷ୍ଟାର୍ଟଅପ୍‌, ହସ୍ପିଟାଲିଟି ଓ ଇଭେଂଟ୍ ମ୍ୟାନେଜ୍‌ମେଂଟ୍ ଆଦିରୁ ସକ୍ରିୟ ଅଂଶଗ୍ରହଣର ସାକ୍ଷୀ ହୋଇଥିଲା । ଏଠାରେ ଟାଆଇଇ ଭୁବନେଶ୍ୱର (ଟାଏ ବିବିଏସ୍‌ଆର୍‌) ଓ ଟିଆଇଇ ହାଇଦ୍ରାବାଦ ଏଂଟରପ୍ରେନ୍ୟୋର୍‌ସିପ୍ ଓ ଷ୍ଟାର୍ଟଅପ୍ ସେକ୍ଟର୍‌ର ପ୍ରତିନିଧିତ୍ୱ କରିଥିଲେ ଯିଏକି ଅଭିନବ ବିଚାରଧାରା ଓ ଭବିଷ୍ୟତର ବିଜ୍‌ନେସ୍ ଲିଡରମାନଙ୍କୁ ଏକତ୍ରିତ କରିଥିଲେ । ସେହିପରି ରେଷ୍ଟୁରାଂଟ୍ ଆସୋସିଏଶନ ଅଫ୍ ଓଡିଶା (ରାଓ) ଓ ହୋଟେଲ୍ ରେଷ୍ଟୁରାଂଟ୍ ଆସୋସିଏଶନ ଅଫ୍ ତେଲେଙ୍ଗାନା ଷ୍ଟେଟ୍ (ଏଚ୍‌ଆର୍‌ଏଟିଏସ୍‌) ହସ୍ପିଟାଲିଟି ଶିଳ୍ପର ପ୍ରତିନିଧିତ୍ୱ କରିଥିଲେ ଯିଏକି ଖାଦ୍ୟ ଓ ଆତିଥେୟତା କ୍ଷେତ୍ରରେ ରାଜ୍ୟର ଉତ୍କର୍ଷତାକୁ ପ୍ରଦର୍ଶିତ କରିଥିଲେ । ଏହାଛଡା ଇଭେଂଟ୍ ମ୍ୟାନେଜ୍‌ମେଂଟ୍ ଆସୋସିଏଶନ ଅଫ୍ ଓଡିଶା (ଇଏମ୍‌ଏଓ) ଓ ତେଲେଙ୍ଗାନା ଇଭେଂଟ୍ ଆଣ୍ଡ୍ ଏଂଟରଟେନ୍‌ମେଂଟ୍ ମ୍ୟାନେଜ୍‌ମେଂଟ୍ ଆସୋସିଏଶନ (ଟିଇଇଏମ୍‌ଏ) ଇଭେଂଟ୍ ମ୍ୟାନେଜ୍‌ମେଂଟ୍ ଶିଳ୍ପ ପାଇଁ ପ୍ରତିନିଧିତ୍ୱ କରିବା ସହିତ ଅଂଚଳରେ ଇଭେଂଟ୍ ପ୍ଲାନିଙ୍ଗ ଓ ମ୍ୟାନେଜ୍‌ମେଂଟ୍‌ର ମହତ୍ୱକୁ ଗୁରୁତ୍ୱାରୋପ କରିଥିଲେ ।

ବି୨ବି ରାଉଣ୍ଡଟେବୁଲ ଆଲୋଚନାରେ ଏହି ୩ଟି ପ୍ରମୁଖ ଶିଳ୍ପର ଅଂଶଗ୍ରହଣକାରୀମାନେ ବ୍ୟବସାୟିକ ଆଦାନପ୍ରଦାନ, କାର୍ଯ୍ୟ କ୍ଷେତ୍ରରେ ସୁଯୋଗ ବୃଦ୍ଧି କରିବା ଓ ସହଭାଗିତା ବିକଶିତ କରିବା ସମ୍ପର୍କରେ ସଫଳ ଆଲୋଚନା କ୍ଷେତ୍ରରେ ନିୟୋଜିତ ହେବା ପାଇଁ ଏକତ୍ରିତ ହୋଇଥିଲେ । ଏହି ପ୍ଲାଟ୍‌ଫର୍ମ ଏହି ଶିଳ୍ପଗୁଡିକ ପାଇଁ ସେମାନଙ୍କର ପ୍ରୟାସକୁ ଏକତ୍ରିତ କରିବା ଏବଂ ଦ୍ୱିପାକ୍ଷିକ ଅଭିବୃଦ୍ଧି ଓ ବିକାଶ ପାଇଁ ଅଭିନବ ସହଭାଗିତାଗୁଡିକୁ ଆବିଷ୍କାର କରିବା ଲାଗି ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରିଛି ।

୨୬ ବର୍ଷରୁ ଅଧିକ ଅଭିଜ୍ଞତା ସହିତ ପ୍ରିଲ୍ୟୁଡ୍ ବିବିଧ ସଂସ୍ଥାଗୁଡିକ ପାଇଁ ଅଭିନବ ଯୋଗାଯୋଗ ରଣନୀତି ବିକଶିତ କରିବା କ୍ଷେତ୍ରରେ ନିଜର ବିଶେଷଜ୍ଞତାକୁ ପ୍ରଦର୍ଶିତ କରିଛି । ତ୍ୱରିତ ଫଳାଫଳ ପ୍ରଦାନ କରିବା ନେଇ କମ୍ପାନୀର କ୍ଷମତା ଏହାକୁ ଉତ୍କର୍ଷତା ପାଇଁ ଏକ ସୁନାମ ଆଣିଦେଇଛି । ମୁଖ୍ୟତଃ ଇଭେଂଟ୍‌, ମିଡିଆ ଓ କମ୍ୟୁନିକେଶନ ଉପରେ ଗୁରୁତ୍ୱ ଦେଉଥିବା ପିଏନ୍‌ଭି ଗ୍ରୁପ୍ ସୃଜନଶୀଳତା ଓ ଔଦ୍ୟୋଗିକ ପଦକ୍ଷେପଗୁଡିକ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ଗ୍ରୁପ୍ ବିଭିନ୍ନ ଶିଳ୍ପ ଯେପରିକି ପ୍ରକାଶନ, ରିଅଲ୍ ଇଷ୍ଟେଟ୍‌, ଖାଦ୍ୟ ଓ ମୃଦୁପାନୀୟ, ଟେକ୍ନୋଲୋଜି ଓ ଉଦ୍ଭାବନ ଓ ଚଳଚିତ୍ର ପ୍ରଯୋଜନା ଆଦି କ୍ଷେତ୍ରରେ ନିଜର ଉପସ୍ଥିତି ବିସ୍ତାର କରିଛି ।
ମିଡିଆ ଅନୁସନ୍ଧାନ ଓ ଅଧିକ ସୂଚନା ପାଇଁ ଦୟାକରି ଯୋଗାଯୋଗ କରନ୍ତୁ:


Share It

Comments are closed.