ବାପାଙ୍କ ସପକ୍ଷରେ ବାହାରିଲେ ଝିଅ ‘ସୋନାକ୍ଷୀ’


ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଆଗାମୀ ଫିଲ୍ମ କଲଙ୍କଙ୍କୁ ନେଇ ବ୍ୟସ୍ତ ଥିବାବେଳେ ବର୍ତ୍ତମାନ ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ସାଧାରଣରେ ଖୁବ ଜୋରସେ ଚର୍ଚ୍ଚା ହେବାରେ ଲାଗିଲାଣି । ପ୍ରକାଶ ଥାଉକି ସୋନାକ୍ଷୀଙ୍କ ବାପା ଶତୃଘ୍ନ ବିହାର ରାଜନୀତିରେ ଜଣେ ମହାନ ହସ୍ତି ଥିବାବେଳେ ସେ ଗତ କିଛି ଦିନ ତଳେ ବିଜେପି ଛାଡି କଂଗ୍ରେସ ସହ ହାତ ମିଳାଇଛନ୍ତି ।
ବାପାଙ୍କର ଏହି ପଦକ୍ଷେପକୁ ନେଇ ସାମ୍ବାଦିକମାନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଖୁବ ସରଳତାର ସହ ଦେଇଥିଲେ ସୋନାକ୍ଷୀ । ବାପାଙ୍କର ଏହି ନିଷ୍ପତିକୁ ନେଇ ଖୁବ ଖୁସି ଥିବାର ଜଣାପଡୁଛି । ବାପାଙ୍କ, ବିଜେପି ଛାଡିବାର ନିଷ୍ପତିକୁ ନେଇ ସୋନାକ୍ଷୀ କହିଛନ୍ତି ଯେ, “ଏହା ତାଙ୍କୁ ବହୁ ପୂର୍ବରୁ କରିବାର ଥିଲା ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଯଦି ତୁମେ ଜୀବନରେ କୌଣସି ଜିନିଷକୁ ନେଇ ଖୁସି ନାହାନ୍ତି ତେବେ ଜୀବନରେ ପରିବର୍ତ୍ତନ କରିବା ନିହାତୀ ଆବଶ୍ୟକ, ଯାହାକି ସେ ବର୍ତ୍ତମାନ କରିଛନ୍ତି । ”
ପ୍ରକାଶ ଥାଉକି ଶତୃଘ୍ନ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସ ଟିକେଟରୁ ଆଗାମୀ ନିର୍ବାଚନ ଲଢିବା ପାଇଁ ନିଷ୍ପତି ନେଇଛନ୍ତି । ଶତୃଘ୍ନ ଦୀର୍ଘ ଦିନ ହେବ ଦଳ ବିରୋଧି ମନ୍ତବ୍ୟ ଦେଇଆସୁଥିବାବେଳେ ଚଳିତ ନିର୍ବାଚନ ପାଇଁ ତାଙ୍କୁ ବିଜେପି ତରଫରୁ ଟିକେଟ ପ୍ରଦାନ କରାଯାଇନଥିଲା ।


Share It

Comments are closed.