କରୋନା ସଂକଟ ମଧ୍ୟରେ ନିଜ ପରିବାର ସହିତ ଗୁପ୍ତ ଟିକା ନେଇସାରିଛନ୍ତି କିମ ଜୋଙ୍ଗ ଉନ !


ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ-ଉନ୍ କରୋନା ଟିକା ନେଇସାରିଛନ୍ତି । 19fortyfive.com ଜାପାନର ଦୁଇଟି ଗୁପ୍ତ ସୂତ୍ରରୁ ଉଦ୍ଧୃତ କରି ଏହା ଦାବି କରିଛି | ରିପୋର୍ଟ ଅନୁଯାୟୀ, କିମ ଜୋଙ୍ଗଙ୍କ ସହ ଉତ୍ତର କୋରିଆର ଅନ୍ୟ କେତେକ ଉଚ୍ଚ ପଦାଧିକାରୀ ଏବଂ କିମଙ୍କ ପରିବାରର ଲୋକଙ୍କୁ ମଧ୍ୟ କରୋନା ଟିକା ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଚୀନ୍ ସରକାର ଉତ୍ତର କୋରିଆକୁ ଗୁପ୍ତ କରୋନା ଟିକା ଯୋଗାଇ ଦେଇଛନ୍ତି। ଗତ ଦୁଇରୁ ତିନି ସପ୍ତାହ ମଧ୍ୟରେ କିମ ଜୋଙ୍ଗ ଏବଂ ଅନ୍ୟମାନଙ୍କୁ ଟିକା ଦିଆଯାଇଛି।

ଏହାପୂର୍ବରୁ ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ ଆଷ୍ଟ୍ରାଜେନେକା କମ୍ପାନୀର କରୋନା ଟିକା ତଥ୍ୟ ହ୍ୟାକିଂ ପଛରେ ଉତ୍ତର କୋରିଆକୁ ସନ୍ଦେହଜନକ ଦୃଷ୍ଟିରେ ଦେଖାଯାଉଥିଲା। ଏଥି ସହିତ ଉତ୍ତର କୋରିଆ କରୋନା ଭାଇରସ ସହିତ ଅଧିକ ପ୍ରଭବିତ ହେଉଛି। ତେବେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ।

ପୂର୍ବରୁ ଉତ୍ତର କୋରିଆର ଏକ ବୃହତ ଜନସଂଖ୍ୟା ଦାରିଦ୍ର୍ୟର ସମ୍ମୁଖୀନ ହେଉଛନ୍ତି ଏବଂ କରୋନା କାରଣରୁ ଦେଶର ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଲାଣି। ଉତ୍ତର କୋରିଆ ମଧ୍ୟ ଅନେକ ଅର୍ଥନୈତିକ ପ୍ରତିବନ୍ଧକ ସାମ୍ନା କରୁଛି।

କରୋନାକୁ ଏଡାଇବା ପାଇଁ ଉତ୍ତର କୋରିଆ ଜାନୁଆରୀରେ ଏହାର ସୀମା ବନ୍ଦ କରିଥିଲା। ତେବେ ଏହା ସତ୍ତ୍ବେ କରୋନାର କେତେକ ମାମଲା ଉତ୍ତର କୋରିଆରେ ପହଞ୍ଚିଥିବା ଜଣାଯାଇଛି। ଉତ୍ତର କୋରିଆ କରୋନା ପୀଡିତମାନଙ୍କୁ ନିଜ ଦେଶରେ ଗୁପ୍ତ ଶିବିରରେ ଭୋକରେ ରହିବାକୁ ଛାଡି ଦେଇଥିବା ଗତ ମାସରେ, ଏକ ରିପୋର୍ଟରେ କୁହାଯାଇଛି ।


Share It

Comments are closed.