ସେହୱାଗଙ୍କୁ କଟାକ୍ଷ କଲେ ସୋଏବ, କହିଲେ ତାଙ୍କ ମୁଣ୍ଡରେ ନାହିଁ ଯେତେ ବାଳ ତା’ଠାରୁ ଅଧିକ ଅଛି ମୋ ପାଖରେ ଟଙ୍କା


ଅଳ୍ପ କିଛି ଦିନ ହେବ ପୂର୍ବତ୍ତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖତରଙ୍କୁ ନେଇ କରାଯାଉଥିବା ସମାଲୋଚନା ଉପରେ ସେ ବର୍ତ୍ତମାନ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୋଏବ, ଭାରତୀୟ କ୍ରିକେଟର ଏବଂ ଦଳର ଜଣେ ବଡ ପ୍ରଶଂସକ ସାଜିଥିବାରୁ ତାଙ୍କୁ ନିଜରି ଦେଶର ଲୋକଙ୍କ ଠାରୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡୁଥିଲା । ଅନେକ ଏହା ଅଭିଯୋଗ କରୁଥିଲେ ଯେ, ସୋଏବ ନିଜର ୟୁଟୁବ ଚ୍ୟାନେଲରେ ସବସ୍କ୍ରାଇବରଙ୍କ ସଂଖ୍ୟା ବଢାଇବା ସହ ଅଧିକ ଟଙ୍କା ଆୟ କରିବା ପାଇଁ ଏହିପରି କରିଥାଇ ପାରନ୍ତି । ନିଜ ୟୁଟୁବ ଚ୍ୟାନେଲରେ ଭିଡିଓ ସେୟାର କରି ଅଖତର କହିଛନ୍ତି ଯେ, ସେ କାହାର ପକ୍ଷପାତିତା କରିଲା ଭଳି ଆନାଲିଷ୍ଟ ନୁହନ୍ତି, ଯାହା ତାଙ୍କୁ ଠିକ ଲାଗେ ସେ ତାହା କୁହନ୍ତି ।
ଅଖତର କହିଛନ୍ତି ଯେ, “ଆପଣ ମୋତେ ଏଭଳି କୌଣସି ପାକିସ୍ତାନୀ ୟୁଟୁବରଙ୍କ ନାମ କହିପାରିବେ କି, ଯିଏକି ଭାରତର ଭଲ ପ୍ରଦର୍ଶନରେ ତାଙ୍କର ପ୍ରଶଂସା କରିନଥିବେ । ରମିଜ ରାଜା, ସାହିଦ ଆଫ୍ରିଦି ସମସ୍ତେ ଭାରତୀୟ ଦଳର ପ୍ରଶଂସା କରନ୍ତି । କ’ଣ ଏହା ସତ୍ୟ ନୁହେଁ ଯେ, ଭାରତୀୟ ଦଳ ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ଦଳ ଅଟେ ? କ’ଣ ଏହା ମଧ୍ୟ ସତ୍ୟ ନୁହେଁ ଯେ, ବିରାଟ କୋହଲି ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ନୁହନ୍ତି ? ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ମୁଁ ପାକିସ୍ତାନ ପାଇଁ ୧୫ ବର୍ଷ କ୍ରିକେଟ ଖେଳିଛି ଏବଂ ମୋତେ ଯାହାବି ଲୋକପ୍ରିୟତା ମିଳିଛି ତାହା କେବଳ କ୍ରିକେଟ ଖେଳି ପାଇଛି, ୟୁଟୁବ ପାଇଁ ନୁହେଁ । ସୋଏବ ବିଶ୍ୱର ସବୁଠାରୁ ଦ୍ରୁତ ବୋଲର ଥିଲେ, ଲୋକେ ଏଥିପାଇଁ ମୋତେ ଭଲ ପାଆନ୍ତି । କେବଳ ଭାରତରେ ନୁହେଁ ଟ୍ରାରିଫ ବାଙ୍ଗଲାଦେଶ ଏବଂ ଅଷ୍ଟ୍ରେଲିଆରୁ ମଧ୍ୟ ଆସୁଛି । ”

ଏହା ସହ ସୋଏବ, ସେହୱାଗଙ୍କୁ ନେଇ ଏକ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ । ସେ ସେହୱାଗଙ୍କୁ ନେଇ କହିଥିଲେ ଯେ, “ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ମୋର ପୁରୁଣା ସାଥୀ କିଛି କହୁଥିଲେ । ସେ ବହୁତ କୁହାଳିଆ ଅଟନ୍ତି ଏବଂ ସେ ଯାହା କୁହନ୍ତି ତାକୁ ନେଇ ମୁଁ କେବେ ଗମ୍ଭୀର ହୁଏନି । ସେହୱାଗଙ୍କ ମୁଣ୍ଡରେ ଯେତେ ବାଳ ନଥିବା ତା’ଠାରୁ ଅଧିକ ଟଙ୍କା ମୋ ପାଖରେ ଅଛି ।”
ଏହା ପରେ ସୋଏବ କହିଥିଲେ ଯେ, ସେହୱାଗଙ୍କୁ ନେଇ ମଜାରେ ଏପରି କହିଛି । ସେଥିପାଇଁ ସେହୱାଗ ଏହାକୁ ହସମଜାରେ ଦେହକୁ ନିଅନ୍ତୁ ।


Share It

Comments are closed.