ମୁଖ୍ୟମନ୍ତ୍ରୀ ପଦବୀ ଜିଦରେ ଅଟଳ ଶିବସେନା


ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଶିବସେନା ବର୍ତ୍ତମାନ ପର୍ଯ୍ୟନ୍ତ ଅଡି ବସିଛି । ଶିବ ସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ କେବଳ ଶିବସେନାର ହିଁ ହେବ । ନିର୍ବାଚନ ପୂର୍ବରୁ ଶିବସେନା ଏବଂ ବିଜେପି ଭିତରେ ଯେଉଁ ନିଷ୍ପତି ନିଆଯାଇଥିଲା ତାହା କାର୍ଯ୍ୟକାରୀ ହେଉ । ମହାରାଷ୍ଟ୍ରରେ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି । ”
ଏହା ପୂର୍ବରୁ ଶିବସେନା ନେତା ସଞ୍ଜୟ, ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହ ସାକ୍ଷତ କରିଥିବାବେଳେ ଏହା ମହାରାଷ୍ଟ୍ର ରାଜନୀତିରେ ଏକ ନୂତନ ସମୀକରଣ ସୃଷ୍ଟି କରିବ ବୋଲି ରାଜନୀତିଜ୍ଞ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଶିବ ସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ ରାୱତ, ଦକ୍ଷିଣ ମୁମ୍ବାଇସ୍ଥିତ ଶରଦ ପାୱାରଙ୍କ ଆବାସକୁ ଯାଇ ତାଙ୍କ ସହ ସାକ୍ଷାତ କରିଥିଲେ । ଯଦି ଏହା ଉପରେ ନଜର ପକାଇବା ତେବେ ମହାରାଷ୍ଟ୍ରରେ ସମସ୍ତ ଦଳ ବିଜେପି ବିରୋଧୀ ମେଳି ହୋଇ ରାଜ୍ୟରେ ଏକ ନୂଆ ସରକାର ଗଠନ ପାଇଁ ଯୋଜନା ଚଳାଇଛନ୍ତି ।
ପ୍ରକାଶ ଥାଉକି, ରାଜ୍ୟରେ ସରକାର ଗଠନ ପାଇଁ କୌଣସି ଦଳକୁ ବହୁମତ ସଦୃଶ୍ୟ ୧୪୫ ଆସନର ଆବଶ୍ୟକତା ରହିଛି । ବିଜେପି ପାଖରେ ୧୦୫ ସିଟ ଥିବାବେଳେ ଶିବସେନା ପାଖରେ ୫୬, ଏନସିପି ପାଖରେ ୫୪ ଏବଂ କଂଗ୍ରେସ ପାଖରେ ରହିଛି ୪୪ ଆସନ ।


Share It

Comments are closed.