ଚତୁର୍ଥଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଋପେ ଶପଥ ଗ୍ରହଣ କଲେ ଶିବରାଜ


ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଚତୁର୍ଥଥର ପାଇଁ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଋପେ ଆଜି ରାତ୍ରି ୯ବେଳେ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି । ସୋମବାର ସନ୍ଧ୍ୟାରେ ସେ ପ୍ରଦେଶର ବିଜେପି ବିଧାୟକ ଦଳ ନେତା ଋପେ ମନୋନୀତ ହୋଇଥିଲେ ।
ଶିବରାଜ ସିଂହ ଚୌହ୍ୱାନଙ୍କୁ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ମନୋନୀତ କରାଯାଇଥିଲା । ଏହି ବୈଠକରେ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟପ୍ରଦେଶ ପର୍ଯ୍ୟବେକ୍ଷକ ଅର୍ଜୁନ ସିଂହ ଏବଂ ପ୍ରଭାରୀ ବିନୟ ମଧ୍ୟ ସାମିଲ ଥିଲେ ।
ପ୍ରକାଶ ଥାଉକି, ଶିବରାଜ ପ୍ରଥମ ଥର ପାଇଁ ୨୯ ନଭେମ୍ବର ୨୦୦୫ରେ ମୁଖ୍ୟମନ୍ତ୍ରୀ ଋପେ ଶପଥ ଗ୍ରହଣ କରିଥିଲେ । ଏହା ପରେ ୧୨ ଡିସେମ୍ବର ୨୦୦୮ ଏବଂ ୮ ଡିସେମ୍ବର ୨୦୧୩ରେ ମୁଖ୍ୟମନ୍ତ୍ରୀ ଋପେ ଶପଥ ଗ୍ରହଣ କରିଥିଲେ ।


Share It

Comments are closed.