ସୁଷମାଙ୍କ ଆସନରୁ ନିର୍ବାଚନ ଲଢିପାରନ୍ତି ଶିବରାଜ


ମଧ୍ୟପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦୀ କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶରେ କଂଗ୍ରେସ, ବିଜେପି ସରକାରଙ୍କୁ ଗାଦିତ୍ୟୁତ କରାଇବା ପରେ ପୁଣି ଥରେ ବିଜେପି କିପରି ଲୋକସଭାରେ ନିଜ ବହୁମତ ହାସଲ କରିବ ସେଥିପାଇଁ ଅଙ୍କକଶା ଆରମ୍ଭ କଲାଣି । ଏଥିପାଇଁ ବିଜେପି ସୁଷମା ସ୍ୱରାଜଙ୍କ ଆସନରୁ ଏଥର ଶିବରାଜଙ୍କୁ ପ୍ରାର୍ଥୀ ରୂପେ ନିର୍ବାଚନୀ ମଇଦାନରେ ଓହ୍ଲାଇବା ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛି ।
ପ୍ରକାଶ ଥାଉକି, ସୁଷମା ବିଦିଶା ନିର୍ବାଚନ ମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ । ଏହାକୁ ବିଜେପିର ଗଢ ବୋଲି କୁହାଯାଏ କାରଣ ଏକଦା ଏହି ନିର୍ବାଚନ ମଣ୍ଡଳୀରୁ ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିର୍ବାଚନ ଲଢିଥିଲେ ।
ପ୍ରକାଶ ଥାଉକି, ସୁଷମା ବ୍ୟକ୍ତିଗତ କାରଣରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦୀ କରିବେ ନାହିଁ ବୋଲି ବହୁ ପୂର୍ବରୁ ମନା କରିଦେଇଥିଲେ । ଏହି ଆସନ ବିଜେପି ପାଇଁ ଏକ ମର୍ଯ୍ୟାଦାଜନକ ଆସନ ହୋଇଥିବା ହେତୁ ବିଜେପି ଶିବ ରାଜଙ୍କୁ ପ୍ରାର୍ଥୀ ରୂପେ ଠିଆ କରାଇବା ପାଇଁ ଯୋଜନା ଚଲାଇଛି ।
ନିକଟରେ ଶିବରାଜଙ୍କୁ ଉପାଧ୍ୟକ୍ଷ ଭାବେ ଦଳ ତରଫରୁ ଦାୟିତ୍ୱ ଦିଆଯାଇଥିବାବେଳେ ତାଙ୍କୁ ବର୍ତ୍ତମାନ ରାଜ୍ୟ ପରିବର୍ତ୍ତେ କେନ୍ଦ୍ରକୁ ଆଣିବା ପାଇଁ ବିଜେପି ଯୋଜନା ଚଲାଇଛି ।


Share It

Comments are closed.