ସୁପରଓମେନ୍‌ ଲୁକରେ ନଜର ଆସିଲେ ଶିଳ୍ପା ସେଟ୍ଟୀ, ସୋସିଆଲ ମିଡ଼ିଆ ରେ ସେୟାର କଲେ ଫଟୋ


୪୦ ବର୍ଷ ପରେ ବି ନିଜ ଜଲୱାରେ ଅନ୍ୟକୁ ଦିୱାନା କରୁଛନ୍ତି ଶିଳ୍ପା। ଏବେ ସେ ଇଣ୍ଡିଆଜ ଗଟ୍‌ ଟାଲେଣ୍ଟର ଜଜ୍‌ ସିଟ୍‌ରେ ବସିଛନ୍ତି। ଏହି ଶୋ’ରେ ଗ୍ଲାମରର ତଡ଼କା ମାରୁଥିବା ଶିଳ୍ପା ଖୁବ୍‌ ଏଣ୍ଟରଟେନ ବି କରୁଛନ୍ତି। ହେଲେ ବର୍ତ୍ତମାନ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ନୂଆ ଚେହେରା ଏବଂ ଅବତାର ସହିତ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। କାହିଁକି ନା ନିକଟରେ ସେ ସୋସିଆଲ୍ ମିଡିଆକୁ ବାଏ ବାଏ କହିଥିଲେ। ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ‘ନିକାମା’ର ଆନିମେଟ୍‌ ଭିଡିଓ ସେୟାର କରିଛନ୍ତି ।

ଶିଳ୍ପା ଶେଟ୍ଟୀଙ୍କ ଫିଲ୍ମ ନିକାମାକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଥିଲେ। ବର୍ତ୍ତମାନ ଏହି ଅଭିନେତ୍ରୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ଏହା ସେ କହିଛନ୍ତି ଯେ ‘ନିକାମା’ର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ ମେ ୧୭ ରେ ମୁକ୍ତିଲାଭ କରିବ। ଏହି ଆନିମେଟେଡ୍ ଭିଡିଓ ଅଭିନେତ୍ରୀ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଶିଳ୍ପା ସେୟାର କରାଯାଇଥିବା ଭିଡିଓରେ ସୁପରମ୍ୟାନ ଲୁକ୍‌ରେ ନଜର ଆସିଛନ୍ତି। ଶିଳ୍ପା ନୀଳ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ହାତରେ ଏକ ଖଣ୍ଡା ଧରିଥିବାର ନଜର ଆସିଛନ୍ତି। ଭିଡିଓ ପୋଷ୍ଟର ସେୟାର କରି ଶିଳ୍ପା କ୍ୟାପସନରେ ଲେଖିଛନ୍ତି – ‘ଆମେ ଏକ ନୂଆ ଅବତାରରେ କଥା ହେଉଛୁ। ପ୍ରକୃତ ଅବନୀ କିଏ ? ମନେରଖନ୍ତୁ ନିକାମାର ଟ୍ରେଲର ଆସନ୍ତାକାଲି ଅର୍ଥାତ୍‌ ୧୭ ମଇ ସକାଳ ୧୧.୩୦ ରେ ରିଲିଜ୍‌ ହେବ। ଅଭିନେତ୍ରୀଙ୍କ ଏହି ଲୁକକୁ ଦେଖି ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି ।


Share It

Comments are closed.