କ୍ରିକେଟ୍ ପରେ ଏବେ ବଲିଉଡରେ ଜଲୱା ଦେଖାଇବେ ଶିଖର ଧାୱନ, ଜାଣନ୍ତୁ କେଉଁ ଫିଲ୍ମରେ କରିବେ ଡେବ୍ୟୁ


ଶିଖର ଧାୱନ ଫେମସ୍ ସ୍ପୋର୍ଟସ୍ ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ। ଆଇପିଏଲ୍ ୨୦୨୨ ରେ, ସେ ପଞ୍ଜାବ କିଙ୍ଗ୍ସ ଟିମ୍ ପାଇଁ ଖେଳୁଥିବା ନଜର ଆସିଛନ୍ତି। କ୍ରିକେଟ୍ ପିଚ୍ ରେ ନିଜର ଚମତ୍କାର ପ୍ରଦର୍ଶନ କରିବା ପରେ, ବର୍ତ୍ତମାନ ଶିଖର କ୍ୟାମେରା ଆଗରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି। ଭାରତୀୟ ଟିମ୍‌ର ‘ଗବର’ ବର୍ତ୍ତମାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଖବର ଅନୁଯାୟୀ, ଶିଖର କ୍ରିକେଟ୍ ପଡିଆ ବ୍ୟତୀତ ଏବେ ବଲିଉଡରେ ବି ଛକା ମାରିବାକୁ ପ୍ରସ୍ତୁତ। ତାଙ୍କୁ ଏକ ଫିଲ୍ମ ଅଫର୍ କରାଯାଇଛି। ଗବର କିଛି ସମୟ ପୂର୍ବରୁ ଫିଲ୍ମର ସୁଟିଂ ମଧ୍ୟ ଶେଷ କରିସାରିଛନ୍ତି। ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଶିଖର ଧାୱନଙ୍କ ମନରେ କଳାକାରଙ୍କ ପ୍ରତି ବହୁତ ସମ୍ମାନ ରହିଛି। ତେଣୁ ଯେତେବେଳେ ତାଙ୍କୁ ଏହି ଫିଲ୍ମ ଅଫର୍ କରାଗଲା, ସେତେବେଳେ ସେ ଏଥିରେ ବହୁତ ଖୁସି ହୋଇଗଲେ। ନିର୍ମାତା ଅନୁଭବ କରିଥିଲେ ଯେ ଶିଖର ଫିଲ୍ମର ସେହି ପାର୍ଟ ପାଇଁ ଉପଯୁକ୍ତ। ଏହି ଭୂମିକା ଶିଖରଙ୍କୁ ଗତ ମାସରେ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଫିଲ୍ମଟି ରିଲିଜ ହେବ ବୋଲି ଆଶା କରାଯାଉଛି।


Share It

Comments are closed.