ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଧୱନଙ୍କୁ ନେଇ ଏହି ବଡ ବୟାନ ଦେଲେ ରୋହିତ


ଭାରତ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜର ଶେଷ ମ୍ୟାଚରେ ଧୱନ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ । ଧୱନ ଏହି ମ୍ୟାଚରେ ଧୂଆଁଧାର ବ୍ୟାଟିଙ୍ଗ କରି ୱେଷ୍ଟଇଣ୍ଡିଜକୁ ପରାଜୟର ରାସ୍ତା ଦେଖାଇଥିଲେ । ଦୀର୍ଘ ସମୟ ହେବ ଫର୍ମରେ ନଥିବା ଧୱନ ଏହି ମ୍ୟାଚରେ ନିଜର ଧୂଆଁଦାର ଖେଳ ଦେଖାଇ ନିଜ ଫର୍ମକୁ ପୁଣି ଥରେ ଫେରିଥିବାର ଅଭାସ ମଧ୍ୟ ଦେଇ ସାରିଛନ୍ତି । ତାଙ୍କର ଏହି ପ୍ରଦର୍ଶନକୁ ନେଇ ରୋହିତ ଶର୍ମା ମୁହଁ ଖୋଲିଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଧୱନ ନିଜ ଫର୍ମକୁ ଫେରିବା ନିହାତି ଆବଶ୍ୟକ ଥିଲା ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ହୋଇଥିବା ଦିନିକିଆ ସିରିଜରେ ଧୱନଙ୍କୁ ରନ ସଂଗ୍ରହ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା କିନ୍ତୁ ଟି-୨୦ର ଶେଷ ମ୍ୟାଚରେ ଧୱନ ଆକର୍ଷଣୀୟ ଇଂନିସ ଖେଳି ଭାରତକୁ ଏହି ସିରିଜ, ୩-୦ରେ କବଜା କରିବାର ରାସ୍ତା ଦେଖାଇଥିଲେ । ଧୱନ ଏହି ମ୍ୟାଚରେ ୬୨ଟି ବଲ ଖେଳି ୯୨ ରନ ସଂଗ୍ରହ କରିଥିଲେ ।
ମ୍ୟାଚ ଶେଷ ହେବା ପରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ ଯେ, “ଟିମ ଏବଂ ଜଣେ ଖେଳାଳୀ ରୂପେ ଧୱନଙ୍କ ପାଇଁ ଏହା ମହତ୍ୱପୂର୍ଣ୍ଣ ଥିଲା ଯେ, ସେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଯେପରି ନିଜ ଫର୍ମକୁ ଫେରି ପାଇବେ । ଶିଖର ଦୀର୍ଘ ଦିନ ହେବ ଏକ ବଡ ଇଂନିସ ଖେଳି ନାହାନ୍ତି ଏବଂ ମୋତେ ବର୍ତ୍ତମାନ ଖୁସି ଲାଗୁଛି ସେ ଏହି ମ୍ୟାଚରେ ଧୂଆଁଦାର ପ୍ରଦର୍ଶନ କରି ନିଜ ଫର୍ମକୁ ପୁଣି ଥରେ ଫେରି ପାଇଛନ୍ତି । ”
ସେ ଏହା ମଧ୍ୟ କହିଥିଲେ ଯେ, “ଋଷଭ ପନ୍ତ ବର୍ତ୍ତମାନ ରନ କରିବା ମୁଡରେ ଅଛନ୍ତି ଏବଂ ତାଙ୍କର ଏହି ଭୋକ ଦେଖି ମୋତେ ବହୁତ ଖୁସି ଲାଗୁଛି । ଋଷଭଙ୍କ ପାଇଁ ଏହା ଏକ ଭଲ ସୁଯୋଗ ଥିଲା ଏବଂ ସେ ଏହାର ଠିକ ଉପଯୋଗ କରିଛନ୍ତି । ”
ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୧ ନଭେମ୍ବରରୁ ବ୍ରିସବେନରେ ଖେଳାଯିବାକୁ ଅଛି ।


Share It

Comments are closed.