ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ


ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ଅପରାହ୍ଣରେ ଦିଲ୍ଲୀରେ ଶୀଲା ଦୀକ୍ଷିତଙ୍କର ଦେହାନ୍ତ ହୋଇଛି।


ଶୀଲା, ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଲଗାତାର ତିନିଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । ଶୀଲା ଦୀର୍ଘ ୭ ଦିନ ହେବ ଅସୁସ୍ଥଥିବାବେଳେ ସେ ଅପରାହ୍ନ ୩.୫୫ରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପ୍ରକାଶ ଥାଉକି ଚଳିତ ନିର୍ବାଚନ କଂଗ୍ରେସ ଶୀଲାଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ପ୍ରାର୍ଥୀ କରାଇଥିବାବେଳେ ସେ ବିଜେପି ପ୍ରାର୍ଥୀ ମନୋଜ ତିୱାରୀଙ୍କ ଠାରୁ ପରାଜୟ ବରଣ କରିଥିଲେ । ପ୍ରକାଶ ଥାଉକି, ଶୀଲା ଜାତୀୟ ରାଜନୀତିରେ ଜଣେ ମହାନ ହସ୍ତି ଥିବାବେଲେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଖୁବ ନିକଟତ୍ତର ବୋଲି ସମସ୍ତେ ଜାଣନ୍ତି ।


Share It

Comments are closed.