ଆଜି ହୋଇପାରେ ଭାରତୀୟ ଦଳର ମୁଖ୍ୟ କୋଚ ପାଇଁ ଘୋଷଣା


ଭାରତୀୟ ଦଳର ଆଗାମୀ କୋଚ କିଏ ହେବ ? ସେଥିପାଇଁ ଆଜି ବିସିସିଆଇ ପକ୍ଷରୁ ଘୋଷଣା ହୋଇପାରେ । କପିଲ ଦେବଙ୍କ ନେତୃତ୍ୱରେ ଗଠିତ ହୋଇଥିବା କ୍ରିକେଟ ଆଡଭାଇଜର କାଉନସିଲ ୬ଜଣଙ୍କ ନାମକୁ ମୁଖ୍ୟ କୋଚ ପଦବୀ ପାଇଁ ସର୍ଟ ଲିଷ୍ଟ କରିଥିବାବେଳେ ମୁମ୍ବାଇରେ ଏହି ଆଶାୟୀ ମାନଙ୍କର ଆଜି ଇଣ୍ଟରଭିୟୁ ପ୍ରକ୍ରିୟା ମଧ୍ୟ ହୋଇପାରେ । କୋଚ ରବି ଶାସ୍ତ୍ରୀ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଥିବାବେଳେ ସେ ଭିଡିଓ କନଫରେନ୍ସ ଜରିଆରେ ଆଜି ନିଜ ଇଣ୍ଟରଭିୟୁ ଦେବେ ।
ଶାସ୍ତ୍ରୀଙ୍କ ସମେତ ପୂର୍ବତ୍ତନ କୋଚ ମାଇକ ହେସନ, ଅଷ୍ଟ୍ରେଲିଆର ପୂର୍ବତ୍ତନ ଅଲରାଉଣ୍ଡର ଟମ ମୋଡୀ, ୱେଷ୍ଟଇଣ୍ଡିଜର ପୂର୍ବତ୍ତନ ଓପନର ଫିଲ ସିମନ୍ସ, ଭାରତୀୟ ଦଳର ପୂର୍ବତ୍ତନ ମ୍ୟାନେଜର ଲାଲଚନ୍ଦ ରାଜପୁତ ଓ ପୂର୍ବତ୍ତନ ଫିଲ୍ଡିଙ୍ଗ କୋଚ ରବିନ ସିଂହଙ୍କ ନାମକୁ କ୍ରିକେଟ ଆଡଭାଇଜର କାଉନସିଲ ପକ୍ଷରୁ ସର୍ଟ ଲିଷ୍ଟ କରାଯାଇଛି । ଭାରତୀୟ ଦଳର ମୁଖ୍ୟ କୋଚ ପାଇଁ ୨୦୦୦ ଆଶାୟୀ ଆବେଦନ କରିଥିବାବେଳେ ସେଥି ମଧ୍ୟରୁ ୬ ଜଣଙ୍କ ସର୍ଟଲିଷ୍ଟ କରାଯାଇଛି
କ୍ରିକେଟ ଆଡଭାଇଜର କାଉନସିଲରେ କପିଲ ଦେବଙ୍କ ସମେତ ଭାରତୀୟ ଦଳର ପୂର୍ବତ୍ତନ ଓପନର ଅଂଶୁମାନ ଗାୟକୱାଡ ଏବଂ ମହିଳା କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ଶାନ୍ତା ରଙ୍ଗାସ୍ୱାମୀ ମଧ୍ୟ ସାମିଲ ଅଛନ୍ତି । ସବୁଠାରୁ ମୁଖ୍ୟ କଥା ଏହା ଯେ, ଭାରତୀୟ ଦଳର ଅଧିନାୟକ କୋହଲିଙ୍କ ପ୍ରଥମ ପସନ୍ଦ ରବି ଶାସ୍ତ୍ରୀ ଥିବାବେଳେ ଆଶା କରାଯାଉଛି ଯେ, ସେ ପୁଣି ଥରେ ଭାରତୀୟ ଦଳର ମୁଖ୍ୟ କୋଚ ରୂପେ ନିଯୁକ୍ତି ପାଇପାରନ୍ତି । କେବଳ ଏତିକି ନୁହେଁ ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଏହି ସଂପର୍କରେ କୋହଲି କହିଥିଲେ ଯେ, ‘ଭାରତୀୟ ଦଳ ଶାସ୍ତ୍ରୀଙ୍କ ସହ ଖୁସି ଅଛି ।’


Share It

Comments are closed.