ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରିଛି ଶାନ୍ତି ମେମୋରିଆଲ ହସ୍ପିଟାଲ


ଭୁବନେଶ୍ୱର, ୨୪ ଜାନୁଆରୀ ୨୦୨୩: ଗତ ଜାନୁଆରୀ ୨୨ ତାରିଖରେ ଆଇଟିସି ୱେଲ୍‌କମ୍‌ରେ ଆୟୋଜିତ ଟାଇମ୍‌ସ ହେଲ୍‌ଥ ଆଇକନ୍ -୨୦୨୩ର ଏକ କାର୍ଯ୍ୟକ୍ରମରେ ଶାନ୍ତି ମେମୋରିଆଲ ହସ୍ପିଟାଲକୁ ଦୁଇଟି ପ୍ରତିଷ୍ଠିତ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଥମ ସମ୍ମାନ ହସ୍ପିଟାଲର ମୁଖ୍ୟ ସର୍ଜନ୍ ଓ ସିଏମ୍‌ଡି ଡଃ ଶ୍ରୀଜୟ ପଟ୍ଟନାୟକଙ୍କୁ ବୈଷୟିକ ଉଦ୍ଭାବନ କ୍ଷେତ୍ରରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପାଇଁ ଦିଆଯାଇଥିଲା । ଏହି ସମ୍ମାନ ଡିସେମ୍ବର ୨୦୨୧ରେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ରୋବୋଟିଭ୍ ସର୍ଜରୀ ପାଇଁ ଓଡିଶାର ପ୍ରଥମ ସେଂଟର୍ ଫର୍ ଏକ୍ସିଲେନ୍ସର ଉନ୍ମୋଚନ କରିବା ଏବଂ ରାଜ୍ୟ ପାଇଁ ତାଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ କରିଛି । ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଡଃ ଶ୍ରୀଜୟ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ୨ୟ ପୁରସ୍କାରଟି ହସ୍ପିଟାଲକୁ ଓଡିଶାରେ ବାରିଆଟ୍ରିକ୍ ସର୍ଜରୀ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଥିବା କାରଣରୁ ଦିଆଯାଇଛି । ଡଃ ଶ୍ରୀଜୟ ପଟ୍ଟନାୟକ ଓ ଡଃ ରେଖା ଦାସ ପ୍ରଖ୍ୟାତ ଚଳଚିତ୍ର ଅଭିନେତା ଅନୁପମ ଖେର୍‌ଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଏହି ଅବସରରେ ନିଜର ମତପ୍ରକାଶ କରି ଡଃ ପଟ୍ଟନାୟକ କହିଛନ୍ତି, ଏହି ସମ୍ମାନଗୁଡିକ ମୋତେ ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତିକରଣ ପାଇଁ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହିତ କରୁଥିବା ବେଳେ, ଏହା ମୋତେ କୃତଜ୍ଞତା ଓ ଦାୟିତ୍ୱର ଏକ ଉଚ୍ଚ ଭାବନାରେ ପୂର୍ଣ୍ଣ କରୁଛି । ଏହା ମୋ ପାଇଁ ଏକ ଦୀର୍ଘ ଓ ସାର୍ଥକ ଯାତ୍ରା ରହିଆସିଛି କିନ୍ତୁ ଗତ ୩୦ ବର୍ଷ ମଧ୍ୟରେ ଲୋକମାନେ ମୋ ଉପରେ ଦେଖାଇଥିବା ବିଶ୍ୱାସ ଓ ଭଲପାଇବା ମୋର ସବୁଠାରୁ ମୂଲ୍ୟବାନ ଉପାର୍ଜନ ଅଟେ ।’

 


Share It

Comments are closed.