ଶନିବାର ଦିନ ଏହି ଉପାୟ ଖୋଲିଦେବ ଆପଣଙ୍କ ଭାଗ୍ୟର ତାଲା, ମିଳିବ ବଜରଙ୍ଗ ବଲିଙ୍କ କୃପା


ଶନିବାର ଦିନ ପ୍ରଭୁ ଶ୍ରୀ ହନୁମାନ ଏବଂ ଶନି ଦେବଙ୍କୁ ପୂଜା କରାଯାଏ। ବିଧି ବିଧାନ ସହିତ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସେ ସମସ୍ତ ଇଚ୍ଛା ପୂରଣ କରନ୍ତି। ସଙ୍କଟ ମୋଚନ ହନୁମାନଙ୍କ ଆଶୀର୍ବାଦରେ, ବ୍ୟକ୍ତିର ସମସ୍ତ ସମସ୍ୟା ଦୂର ହୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ଏପରି କିଛି ଉପାୟ ବିଷୟରେ, ଯାହା ଦ୍ୱାରା ପବନପୁତ୍ରଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ସୁନ୍ଦରାକାଣ୍ଡ ପାଠ:

ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବ୍ୟକ୍ତିକୁ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ। ହନୁମାନଙ୍କର ଆଶୀର୍ବାଦ ପାଇବା ପାଇଁ ଏହି ଦିନ ସୁନ୍ଦରକାଣ୍ଡ ପାଠ କରିବା ଉଚିତ୍। ବିଶ୍ୱାସ ଅନୁଯାୟୀ, ଯେଉଁମାନଙ୍କର ଆତ୍ମବିଶ୍ୱାସର ଅଭାବ ସେମାନେ ପ୍ରତିଦିନ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ରାମ ନାମ ଜପ:

ବଜରଙ୍ଗ ବାଲିକୁ ଖୁସି କରିବା ପାଇଁ ଏହା ସବୁଠୁ ସହଜ ଉପାୟ। ହନୁମାନ ଭଗବାନ ରାମଙ୍କର ଅନନ୍ୟ ଭକ୍ତ। ତେଣୁ ଯେଉଁ ବ୍ୟକ୍ତି ପ୍ରତିଦିନ ରାମ ନାମ ଜପ କରନ୍ତି, ତାଙ୍କ ଉପରେ ଶ୍ରୀ ହନୁମାନ କୃପା ବର୍ଷା କରନ୍ତି। ଆପଣ ଏହାକୁ ଯେକୌଣସି ସମୟରେ କରିପାରିବେ।

ହନୁମାନ ଚାଳିସା ପାଠ:

ବଜରଙ୍ଗ ବାଲିଙ୍କ ଆଶୀର୍ବାଦ ପାଇବାକୁ ହେଲେ ପ୍ରତିଦିନ ହନୁମାନ ଚାଳିସା ପାଠ କରନ୍ତୁ । ଏହା ଦ୍ୱାରା ସେହି ବ୍ୟକ୍ତିଙ୍କ ଉପରେ ହନୁମାନଙ୍କର ସର୍ବଦା ଆଶୀର୍ବାଦ ରହିବ ଏବଂ ତାଙ୍କର ସମସ୍ତ ଇଚ୍ଛା ପୂରଣ ହେବ।


Share It

Comments are closed.