ଶିଖରଙ୍କୁ ଆଉଟ କରିବା ପରେ କିଛି ଏଭଳି ଭାବରେ ନିଜ ଖୁସି ଜାହିର କଲେ ଶାସମୀ


ଗତ କାଲି ଭାରତୀୟ ଦଳର ବାମ ହାତୀ ବିସ୍ପୋଟକ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ ଚୌକା ଏବଂ ୨ଟି ଛକା ମାରି ୨୫ଟି ବଲରେ ୩୬ ରନ ସଂଗ୍ରହ କରି ଏକ ଧୂଆଁଦାର ପାଳି ଖେଳିଥିଲେ । ଶିଖର, ଦକ୍ଷିଣ ଆଫ୍ରିକାର ବାମ ହାତୀ ସ୍ପିନର ତବରେଜ ଶାସମୀଙ୍କ ବଲରେ ଲାଗାତାର ଦୁଇଟି ସୁନ୍ଦର ଛକା ମାରିଥିବାବେଳେ ଶିଖର, ଶାସମୀଙ୍କ ପରବର୍ତ୍ତୀ ଓଭରରେ ନିଜ ୱିକେଟ ମଧ୍ୟ ହରାଇ ବସିଥିଲେ ।ସବୁଠାରୁ ମୁଖ୍ୟ କଥା ଏହା ଯେ, ଶିଖରଙ୍କୁ ଆଉଟ କରିବା ପରେ ଶାସମୀଙ୍କ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିବା ।


ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶାସମୀ, ଧାୱାନଙ୍କୁ ଆଉଟ କରିବା ପରେ ସେ ନିଜ ଜୋତାକୁ ଗୋଡରୁ ବାହାର କରି କାନରେ ଲଗାଇ ଏଭଳି ଭାବେ ଶୈଳୀ କରିଥିଲେ ଯେପରି ଲାଗୁଥିଲା ସେ କାହାକୁ ଫୋନ କରୁଛନ୍ତି । ସାସମୀ ନିଜ ୪ ଓଭରରେ ୨୩ ରନ ଦେଇଥିବାବେଳେ ୫.୭୫ ହାରରେ ଗୋଟିଏ ୱିକେଟ ମଧ୍ୟ ସଂଗ୍ରହ କରିଛନ୍ତି ।ସେପଟେ ଭାରତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୩୪ ରନ ସଂଗ୍ରହ କରିଥିବାବେଳେ ଏହାକୁ ପିଛା କରି ସାଉଥ ଆଫ୍ରିକା ୧୬.୫ ଓଭରରେ ଭାରତ ବିପକ୍ଷରେ ଏକ ସହଜ ବିଜୟ ହାସଲ କରିନେଇଥିଲା ।


Share It

Comments are closed.